ଆଜିର ଖାସ ଖବର
Fri. Jul 24th, 2026

ଇଣ୍ଡୋ-ଏମଆଇଏମର ଇନିସିଆଲ ପବ୍ଲିକ ଅଫରିଂ ୨୦୨୬ ଜୁଲାଇ ୨୩, ଗୁରୁବାର ଖୋଲିବ

By Admin_Dainkasha Jul21,2026

ଭୁବନେଶ୍ୱର: ଇଣ୍ଡୋ-ଏମଆଇଏମ ଲିମିଟେଡର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୬ ଜୁଲାଇ ୨୩ ଗୁରୁବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଏହାର ଗୋଟିଏ ଦିନ ପୂର୍ବରୁ ଜୁଲାଇ ୨୨ ବୁଧବାର ଦିନ ବିଡ ଦାଖଲ କରିପାରିବେ। ଏହି ଅଫରର ବିଡ ଦାଖଲର ଶେଷ ଦିନ ହେଉଚି ଜୁଲାଇ ୨୭, ସୋମବାର।
ଅଫରରେ ଇକ୍ୱିଟି ସେୟାର ପିଛା ଦାମ ୪୬୧ ଟଙ୍କାରୁ ୪୮୫ ଟଙ୍କା ମଧ୍ୟରେ ରହିବ। ନିବେଶକମାନେ ସର୍ବନିମ୍ନ ୩୦ଟି ଇକ୍ୱିଟି ସେୟାର ପାଇଁ ବିଡ ଦାଖଲ କରିପାରିବେ ଏବଂ ଏହାପରେ ୩୦ଟି ଲେଖାଏଁ ଇକ୍ୱିଟି ସେୟାର ସେଥିରେ ଯୋଡ଼ିପାରିବେ। ଏହି ଅଫରରେ ୫୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲରେ ନିବେଶକମାନେ ୬୮,୨୯୧,୦୨୨ ଇକ୍ୱିଟି ସେୟାର ବିକ୍ରି କରିବେ।
ଅଫର ଫର ସେଲରେ ଗ୍ରିନ ମିଡୋଜ ଇନଭେଷ୍ଟମେଂଟ ଲିମିଟେଡ ୬୦,୫୨୪,୩୨୨ ଇକ୍ୱିଟି ସେୟାର, ଅନୁରାଧା କୋଡୁରି ୫,୪୫୯,୦୦୦ ଇକ୍ୱିଟି ସେୟାର ଓ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ମାଡ୍ରାସ ୨,୩୦୭, ୭୦୦ ଇକ୍ୱିଟି ସେୟାର ବିକ୍ରି କରିବେ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କୁ ପ୍ରଦାନ କରାଯିବ। ବୁକ ରନିଂ ଲିଡ ମ୍ୟାନେଜରମାନଙ୍କ ସହ ଆଲୋଚନା କରି କ୍ୟୁଆଇବିଙ୍କ ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାର ଆଙ୍କର ନିବେଶକମାନଙ୍କୁ ଆବଂଟନ କରାଯାଇପାରିବ। ସେଥିରୁ ୩୩.୩୩ ପ୍ରତିଶତ ଇକ୍ୱିଟି ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡ ଓ ୬.୬୭ ପ୍ରତିଶତ ଇକ୍ୱିଟି ସେୟାରକୁ ଜୀବନ ବୀମା କମ୍ପାନି ଓ ମ୍ୟୁଚୁଆଲ ଫଣ୍ଡଙ୍କୁ ଆବଂଟନ କରାଯାଇପାରିବ। ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ଇକ୍ୱିଟି ସେୟାରକୁ କେବଳ ମ୍ୟୁଚୁଆଲ ଫଣ୍ଡମାନଙ୍କ ପାଇଁ ରଖାଯିବ।
ଅଫରର ୧୫ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ନିବେଶକମାନଙ୍କ ପାଇଁ ରଖାଯିବ। ନିଟ ଅଫରର ୩୫ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ବିଡରଙ୍କୁ ଆବଂଟନ କରାଯିବ। କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଓ ଏନଏସଇରେ ତାଲିକାଭୁକ୍ତ କରାଯିବ।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜରମାନେ ହେଉଛନ୍ତି ଏଚଡିଏଫସି ବ୍ୟାଙ୍କ ଲିମିଟେଡ, ଆକ୍ସିସ କ୍ୟାପିଟାଲ ଲିମିଟେଡ, ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ, କୋଟକ ମହିନ୍ଦ୍ରା କ୍ୟାପିଟାଲ କମ୍ପାନି ଲିମିଟେଡ ଓ ଏସବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡ।

Related Post