ଆଜିର ଖାସ ଖବର
Wed. Apr 15th, 2026

ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ କ୍ୟାପିଟାଲ ଗେନ ଆକାଉଂଟ ସ୍କିମର ଶୁଭାରମ୍ଭ

By Admin_Dainkasha Mar27,2026

ଭୁବନେଶ୍ୱର: ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ କ୍ୟାପିଟାଲ ଗେନ ଆକାଉଂଟ ସ୍କିମର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହା ଅଧୀନରେ ଗ୍ରାହକମାନେ ସେମାନଙ୍କ ଦାର୍ଘକାଳୀନ ପୁଞ୍ଜି ଲାଭକୁ ପୁନଃନିବେଶ ନ କରିବା ପର୍ଯ୍ୟନ୍ତ ଜମା ରଖିପାରିବେ ଏବଂ ତାହା ଉପରେ ଆୟକର ନିୟମ ୧୯୬୧ର ବିଭିନ୍ନ ଧାରା ଅନୁସାରେ ଟିକସ ଛାଡ଼ ସୁବିଧା ପାଇପାରିବେ। ଅବ୍ୟବହୃତ ପୁଞ୍ଜି ଲାଭ ଜମାରାଣିକୁ ରଖିବା ପାଇଁ ଏହି ସ୍କିମ ଏକ ସୁରକ୍ଷିତ ଓ ନିୟମ ପାଳନ କରୁଥିବା ସୁବିଧା ପ୍ରଦାନ କରୁଛି ଯାହା ଦ୍ୱାରା ଗ୍ରାହକମାନେ ଭଲ ଭାବେ ସୂଚନା ଆଧାରରେ ସେହି ରାଶିକୁ ବୈଧ ସମୟ ସୀମା ମଧ୍ୟରେ ପୁନଃ ନିବେଶ କରିପାରିବେ।
କ୍ୟାପିଟାଲ ଗେନ ଆକାଉଂଟ ସ୍କିମ ୧୯୮୮ ଅଧୀନରେ ଜମା ରାଶି ସଂଗ୍ରହ କରିବାକୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅନୁମୋଦନ ପ୍ରଦାନ କରିବା ପରେ ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଏହି ସ୍କିମ ଆରମ୍ଭ କରାଯାଇଛି।
ଏହି ସ୍କିମରେ ଯୋଗ୍ୟ ପୁଞ୍ଜି ଲାଭ ସଂପତି ଯଥା ଆବାସିକ ସଂପତି, ଫ୍ଲାଟ, ଫାର୍ମ ହାଉସ, ଚାଷ ଜମି, ସହରାଚଂଳ ଜମି ଓ ସ୍ୱତନ୍ତ୍ର ଅର୍ଥନୈତିକ ଅଂଚଳ (ଏସଇଜେଡ) ଜମିରୁ ମିଳୁଥିବା ଅବ୍ୟବହୃତ ରାଶିକୁ ଜମାରାଶି ଭାବେ ବ୍ୟାଙ୍କ ସଂଗ୍ରହ କରିବ।
କ୍ୟାପିଟାଲ ଗେନ ଆକାଉଂଟ ସ୍କିମ ଅଧୀନରେ ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଦୁଇ ପ୍ରକାର ଖାତା ବିକଳ୍ପ ପ୍ରଦାନ କରାଯାଇଛି। ଟାଇପ ଏ-ସଂଚୟ ଖାତାରେ ସର୍ବନିମ୍ନ ବାଲାନ୍ସ କଟକଣା ବିନା ପ୍ରଯୁଜ୍ୟ ସୁଧ ହାର ସହିତ ନମନୀୟ ଜମା ଓ ଉଠାଣ ସୁବିଧା ରହିଛି। ସେହିପରି ଟାଇପ ବି-ମିଆଦୀ ଜମା ଖାତା ହେଉଛି ଏକ ନିର୍ଦ୍ଦିଷ୍ଟ ମିଆଦର ଜମା ଖାତା ଯାହାର ସର୍ବନିମ୍ନ ଜମା ହେଉଛି ୧୦,୦୦୦ ଟଙ୍କା ଓ ଏଥିରେ ପୁନଃନିବେଶ ସମୟ ସୀମା ଅନୁସାରେ ଉଚ୍ଚ ରିଟର୍ଣ୍ଣ ମିଳିବ। ସ୍ୱୀକୃତି ଅଣ ଗ୍ରାମାଚଂଳ ଇଣ୍ଡସଇଣ୍ଡ ବ୍ୟାଙ୍କ ଶାଖାରେ ଯୋଗ୍ୟ ଗ୍ରାହକ ଯଥା ବ୍ୟକ୍ତିବିଶେଷ, ହିନ୍ଦୁ ଅବିଭକ୍ତ ପରିବାର (ଏଚୟୁଏଫ), ଅଣ ବ୍ୟକ୍ତିଗତ ସଂସ୍ଥା ଓ ପ୍ରବାସୀ ଭାରତୀୟ (ଏନଆରଆଇ)ଙ୍କ ପାଇଁ ଏହି ସ୍କିମ ଉପଲବ୍ଧ ରହିଛି।

Related Post