ଆଜିର ଖାସ ଖବର
Sat. May 30th, 2026

ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଏଆଇସି ଏସ୍‌ଟିପିଆଇନେକ୍ସଟ୍ ସହ ଏମ୍‌ଓୟୁ

By Admin_Dainkasha May21,2025

ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (ଏମଇଆଇଟିୱାଇ) ଅଧୀନସ୍ଥ ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ)ର ଏକ ସ୍ପେସିଆଲ ପରପସ୍ ଭେଇକିଲ୍ ଏଆଇସି ଏସ୍‌ଟିପିଆଇ ନେକ୍ସଟ୍ ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଷ୍ଟାର୍ଟଅପ୍ ଓ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଆବଶ୍ୟକୀୟ ଆର୍ଥିକ ସମାଧାନ, ମେଂଟରସିପ୍ ଓ ଢ଼ାଂଚାଗତ ସହାୟତା ପ୍ରଦାନ କରିବାକୁ ଏହି ସହଯୋଗିତା ପ୍ରସ୍ତୁତ କରାଯାଇଛି ଯାହା ଉଭୟ ସଂସ୍ଥାର ଭଲ ଗୁଣଗୁଡ଼ିକୁ ବ୍ୟବହାର କରି ନବସୃଜନ ଓ ସ୍ଥାୟୀ ଅଭିବୃଦ୍ଧିକୁ ସମୃଦ୍ଧ କରିବ।
ଏହି ସହଯୋଗିତା ଅଧୀନରେ ଇଣ୍ଡ୍‌ସଇଣ୍ଡ୍ ବ୍ୟାଙ୍କ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିବା ଷ୍ଟାର୍ଟଅପ୍‌ଗୁନିକୁ ଏସ୍‌ଟିପିଆଇ/ ଏସ୍‌ଟିପିଆଇ ନେକ୍ସଟ୍ ସହଯୋଗିତାରେ ସୁହାଇବା ଭଳି ବ୍ୟାଙ୍କିଙ୍ଗ ସମାଧାନ ପ୍ରଦାନ କରାଯିବ। ବ୍ୟାଙ୍କ ପକ୍ଷରୁ କୌଣସି ତ୍ରୈମାସିକ ହାରାହାରି ବାଲାନ୍ସ ଆବଶ୍ୟକତା ବିନା ଏକ ସ୍ୱତନ୍ତ୍ର କରେଂଟ୍ ଆକାଉଂଟ୍ ପ୍ରଦାନ କରାଯିବ ଯାହା ଷ୍ଟାର୍ଟଅପ୍‌ଗୁଡ଼ିକୁ ସେମାନଙ୍କ ଫାଇନାନ୍ସ ପରିଚାଳନାକୁ ସହଜ କରିବ।
ଏଥି ସହିତ ବ୍ୟାଙ୍କ ପକ୍ଷରୁ ବିଶେଷଜ୍ଞ ମାର୍ଗଦର୍ଶନ ଭଳି ସହାୟତା ପ୍ରଦାନ କରାଯିବ ଏବଂ ମୌଳିକ ବ୍ୟାଙ୍କିଙ୍ଗ, ଇକ୍ୱିଟି ପ୍ରଦାନ, ଇଏସ୍‌ଓପି, କ୍ଷେତ୍ର ଭିତିକ ପାଣ୍ଠି ଭଳି ଆର୍ଥିକ ପରିଚାଳନାକୁ ନେଇ କର୍ମଶାଳା ଆୟୋଜନ କରାଯିବ। ପରିଚାଳନା ଦକ୍ଷତା ଲାଗି ସହାୟତା ପ୍ରଦାନ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ପେରୋଲ୍ ଓ ଉପସ୍ଥାନ ପରିଚାଳନା ସେବାକୁ ପ୍ରାରମ୍ଭ ପର୍ଯ୍ୟାୟ ଷ୍ଟାର୍ଟଅପ୍‌ଗୁଡ଼ିକୁ ବିନା ମୂଲ୍ୟରେ ପ୍ରଦାନ କରାଯିବ।
ସ୍ଥାୟୀ ଅଭିବୃଦ୍ଧି ପାଇଁ ଆବଶ୍ୟକ ସଠିକ୍ ସମ୍ବଳ, ମେଂଟରସିପ୍ ଓ ଆର୍ଥିକ ଉପକରଣ ପ୍ରଦାନ କରି ୍‌ଷ୍ଟାର୍ଟଅପ୍‌କୁ ସଶକ୍ତ କରିବା ଏବଂ ଉଦ୍ୟମିତାକୁ ତ୍ୱରାନ୍ୱିତ କରିବା ପାଇଁ ରହିଥିବା ମିଳିତ ପ୍ରତିବଦ୍ଧତାକୁ ଏହି ଏମ୍‌ଓୟୁ ପ୍ରତିଫଳିତ କରୁଛି। ମିଳିତ ଭାବେ ଉଭୟ ସଂସ୍ଥା ଏକ ବ୍ୟବସ୍ତା ଗଠନ କରିବାକୁ ଚାହୁଛନ୍ତି ଯେଉଁଠାରେ ନୂଆ ଚିନ୍ତାଧାରା ସଫଳ ହେବ ଏବଂ ଜାତୀୟ ପ୍ରଗତି ପ୍ରତି ଯୋଗଦାନ ଦେବ।

Related Post