ଆଜିର ଖାସ ଖବର
Sat. May 30th, 2026

ଇଂଟେରିଓ ବାଏ ଗୋଦରେଜ ପକ୍ଷରୁ ନୂଆ ବ୍ରାଣ୍ଡ ପରିଚୟ ଉନ୍ମୋଚିତ, ଏକ ଉନ୍ନତ ଓମନିଚ୍ୟାନେଲ ଅନୁଭୂତି ଓ ଭବିଷ୍ୟତମୁଖୀ ପୋର୍ଟଫୋଲିଓ

By Admin_Dainkasha Sep12,2025
Interio by Godrej unveils a new strategy to reinforce its leadership position with design-led innovation, an enhanced omnichannel experience and a future-ready portfolio
Interio by Godrej unveils a new strategy to reinforce its leadership position with design-led innovation, an enhanced omnichannel experience and a future-ready portfolio
>୩ ବର୍ଷରେ ରାଜସ୍ୱ ଦ୍ୱିଗୁଣିତ ହୋଇ ୧୦,୦୦୦ କୋଟି ଟଙ୍କାରେ ପହଂଚିବ
>୩ ବର୍ଷରେ ୧୫୦୦ ଷ୍ଟୋରକୁ ଖୁଚୁରା ସମ୍ପ୍ରସାରଣ
>୧୮,୦୦୦ରୁ ଅଧିକ ପିନକୋଡରେ ପହଂଚି ପରିବର୍ତିତ ଇ-କମର୍ସ ଅନୁଭୂତି

ଭୁବନେଶ୍ୱର: ଗୋଦରେଜ ଏଂଟରପ୍ରାଇଜେସ୍ ଗ୍ରୁପ୍ ଅନ୍ତର୍ଗତ ଅଗ୍ରଣୀ ଆସବାବପତ୍ର ବ୍ରାଣ୍ଡ୍ ଇଂଟେରିଓ ବାଏ ଗୋଦରେଜ ଘରୋଇ ଏବଂ କାର୍ଯ୍ୟାଳୟ ପାଇଁ ଆଧୁନିକ ଭାରତୀୟ ଜୀବନଶୈଳୀର ଏକ ୱାନ-ଷ୍ଟପ ଗନ୍ତବ୍ୟସ୍ଥଳ ଭାବେ ପରିଣତ କରିବାକୁ ନୂତନ ବ୍ରାଣ୍ଡ ପରିଚୟ ଉନ୍ମୋଚନ କରିଛି। ଏକ ଓମନିଚ୍ୟାନେଲ୍ ଖୁଚୁରା ସମ୍ପ୍ରସାରଣ, ଭବିଷ୍ୟତଧର୍ମୀ ଉତ୍ପାଦ ପୋର୍ଟଫୋଲିଓ ଏବଂ ଡିଜାଇନ୍ ଆଧାରିତ ନବସୃଜନତା ଦ୍ୱାରା ଏହି ନୂଆ ପରିଚୟ ପରିଚାଳିତ ହୋଇଛି। ୨୦୨୪ରେ ଗୋଦରେଜ ଏଂଟରପ୍ରାଇଜେସ୍ ଗ୍ରୁପ୍ ଦ୍ୱାରା ଘୋଷଣା କରାଯାଇଥିବା ରଣନୀତି ଅନୁସାରେ ଏହା କରାଯାଇଛି।

ଗୋଦରେଜ ଏଂଟରପ୍ରାଇଜେସ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ନ୍ୟାରିକା ହୋଲକର୍ କହିଛନ୍ତି ଯେ, ‘ଆମର ଲକ୍ଷ୍ୟ ହେଉଛି ଉତ୍କୃଷ୍ଟ ଡିଜାଇନକୁ ସୁବିଧାରେ ଉପଲବ୍ଧ କରିବା। ଶିଳ୍ପ ଲିଡର ଭାବେ ଡିଜାଇନ୍ ଏବଂ ଉତ୍ପାଦନରୁ ଆରମ୍ଭ କରି ଖୁଚୁରା ଏବଂ ସେବା ପର୍ଯ୍ୟନ୍ତ ଆମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମାଧାନ ମାଧ୍ୟମରେ ଏହି ପ୍ରତିଶ୍ରୁତି ପୂରଣ କରିବାରେ ଆମେ ଅନନ୍ୟ ଭାବରେ ଅବସ୍ଥିତ ରହିଛୁ। କନଫିଗରେବଲ୍ ଆସବାବପତ୍ର ପ୍ଲାଟଫର୍ମ୍ ଭଳି ନୂତନ ଉତ୍ପାଦ ନବସୃଜନତା ବଡ଼ ପରିମାଣରେ କଷ୍ଟମାଇଜ କରିବାର ସୁବିଧା ପ୍ରଦାନ କରିବ ଏବଂ ଏକ ଡିଜିଟାଲ୍‌-ପ୍ରଥମ ପଦ୍ଧତି ଅନଲାଇନ୍ ଗ୍ରାହକଙ୍କ ପାଇଁ ସୁବିଧା ଏବଂ ଏକ ଉନ୍ନତ କ୍ରୟ ଅନୁଭୂତି ପ୍ରଦାନ କରିବ। ଆମର ଷ୍ଟୋର୍ ଗୁଡିକୁ ମଧ୍ୟ ପ୍ରେରଣାର ଗନ୍ତବ୍ୟସ୍ଥଳ ଭାବରେ କୁନଃକଳ୍ପିତ କରାଯାଇଛି। ଏହି ପୁନଃ ବ୍ରାଣ୍ଡିଂ ସହିତ ଆମେ ଏକ ଅଭିଳଷିତ ଜୀବନଶୈଳୀ ବ୍ରାଣ୍ଡ୍ ଭାବରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛୁ।’’

ଇଂଟେରିଓ ବାଏ ଗୋଦରେଜ ପରବର୍ତୀ ୩ ବର୍ଷରେ ଏହାର ଅଫଲାଇନ୍ ଉପସ୍ଥିତି ମୋଟ ୧୫୦୦ ଷ୍ଟୋର୍ ପର୍ଯ୍ୟନ୍ତ ବିସ୍ତାରିତ କରିବ। ବ୍ରାଣ୍ଡଟି ଗ୍ରାହକଙ୍କୁ ସେମାନଙ୍କର ବ୍ୟକ୍ତିଗତ ଷ୍ଟାଇଲ ବ୍ରାଉଜ୍ କରିବା, ଧାରଣା କରିବା ଏବଂ ଜୀବନ୍ତ କରିବାରେ ସାହାଯ୍ୟ କରିବାକୁ ପ୍ରସ୍ତୁତ କରାଯାଇଥିବା ଏକ ନୂତନ ଷ୍ଟୋର୍ ଫର୍ମାଟ୍ ମଧ୍ୟ ପରିଚିତ କରାଇବ। ଏକ ପୁନର୍ଗଠିତ ଇ-କମର୍ସ୍ ପ୍ଲାଟଫର୍ମ୍ ଏବଂ ଉନ୍ନତ ଏଆର ଅନୁଭୂତି ସହିତ ଏକ ନୂତନ ଡିଜିଟାଲ୍ ରଣନୀତି ଅନୁସାରେ ଭାରତର ୧୮,୦୦୦ରୁ ଅଧିକ ପିନ୍ କୋଡରେ ଗ୍ରାହକଙ୍କୁ ନିରବଚ୍ଛିନ୍ନ ଓମନିଚ୍ୟାନେଲ କ୍ରୟ ସୁବିଧା ପ୍ରଦାନ କରିବ। ଏହି ଉଦ୍ୟମଗୁଡିକ ସହିତ ଗୋଦରେଜ ଇଂଟେରିଓ ପରବର୍ତୀ ୩ ବର୍ଷରେ ଦୁଇ ଗୁଣା ବଢ଼ାଇ ୧୦,୦୦୦ କୋଟି ଟଙ୍କାରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି।

ଗୋଦରେଜ ଇଂଟେରିଓର ବ୍ୟବସାୟ ମୁଖ୍ୟ ଏବଂ କାର୍ଯ୍ୟନିର୍ବାହୀ ଉପ-ସଭାପତି ଶ୍ରୀ ସ୍ୱପ୍ନିଲ ନାଗରକର କହିଛନ୍ତି ଯେ, “ଇଂଟେରିଓର ନୂତନ ପରିଚୟ ଏହାର ଏକ ଆଧୁନିକ,ଆକାଂକ୍ଷିତ ଏବଂ ଡିଜାଇନ୍‌-ନେତୃତ୍ୱାଧୀନ ବ୍ରାଣ୍ଡ୍ ଭାବରେ ବିକାଶର ଏକ ଶକ୍ତିଶାଳୀ ଅଭିବ୍ୟକ୍ତି ଯାହା ଗୋଦରେଜର ବିଶ୍ୱାସ ଓ ପରମ୍ପରାରୁ ଅନୁପ୍ରାଣିତ ହୋଇ ଆଗକୁ ବଢ଼ିବ। ଆମେ ଆମ ଓମ୍ନିଚ୍ୟାନେଲ୍ ଖୁଚୁରା ଉପସ୍ଥିତି ବିସ୍ତାର କରୁଛୁ ଏବଂ ଉତ୍ପାଦନ କ୍ଷମତା, ସ୍ମାର୍ଟ ପ୍ରଯୁକ୍ତି ଏବଂ ଯୋଗାଣ ଶୃଙ୍ଖଳା ରୂପାନ୍ତରଣରେ ବିନିଯୋଗ କରୁଛୁ। ଆମର ଲକ୍ଷ୍ୟ ହେଉଛି ସମସାମୟିକ, ଡିଜାଇନ ନେତୃତ୍ୱାଧୀନ ଆସବାବପତ୍ରକୁ ସୁଲଭ ମୂଲ୍ୟରେ ପ୍ରଦାନ କରିବା ସହିତ ଆମ ପରିଚାଳନାରେ ଗୁଣାତ୍ମକ ମାନ ଓ ସ୍ଥାୟିତ୍କୁ ସୁନିଶ୍ଚିତ କରିବା। ଡିଜାଇନ, ବ୍ୟାପକତା ଏବଂ କାର୍ଯ୍ୟକ୍ଷମତା ଆମକୁ ଇଂଟେରିଓ ବାଏ ଗୋଦରେଜକୁ ଆଧୁନିକ ଭାରତୀୟ ଘର ଓ କାର୍ଯ୍ୟାଳୟ ପାଇଁ ଏକ ଜୀବନଶୈଳୀ ବ୍ରାଣ୍ଡ ଭାବେ ଉପସ୍ଥାପନ କରିବାକୁ ସକ୍ଷମ କରିବ।’’

Related Post