ଆଜିର ଖାସ ଖବର
Thu. Apr 16th, 2026

ଇରେଡା ପକ୍ଷରୁ ପର୍ପେଚୁଆଲ ବଣ୍ଡ୍ ଜରିଆରେ ୪୫୩ କୋଟି ଟଙ୍କା ସଂଗ୍ରହ, ଇସ୍ୟୁ ୨.୬୯ ଗୁଣା ଅଧିକ ସବ୍‌ସ୍କ୍ରାଇବ୍ ହୋଇଛି

By Admin_Dainkasha Sep16,2025

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ଏହାର ଦ୍ୱିତୀୟ ପର୍ପେଚୁଆଲ୍ ବଣ୍ଡ୍‌ସ ଜାରି କରି ବାର୍ଷିକ ୭.୭୦ ପ୍ରତିଶତ ରିଟର୍ଣ୍ଣ ସହ ୪୫୩ କୋଟି ଟଙ୍କା ସଂଗ୍ରହ କରିଛି। ସବୁଜ ଶକ୍ତି ପ୍ରକଳ୍ପଗୁଡ଼ିକୁ ପାଣ୍ଠି ପ୍ରଦାନ କରିବାରେ କମ୍ପାନିର ପୁଞ୍ଜି ଆଧାରକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ଇସ୍ୟୁ ପାଇଁ ନିବେଶକଙ୍କ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା। ୧୦୦ କୋଟି ଟଙ୍କାର ମୂଳ ଆକାର ଏବଂ ୪୦୦ କୋଟି ଟଙ୍କାର ଗ୍ରିନ୍ ସୋ ବିକଳ୍ପ ପାଇଁ ୧୩୪୩ କୋଟି ଟଙ୍କାର ବିଡ୍ ଆସିଥିଲା। ଫଳରେ ଇସ୍ୟୁ ୨.୬୯ ଗୁଣା ଅଧିକ ସବ୍‌ସ୍କ୍ରାଇବ୍ ହୋଇଥିଲା। ତାହା ଭାରତର ଅକ୍ଷୟ ଶକ୍ତି କ୍ଷେତ୍ରର ଅଗ୍ରଣୀ ଫାଇନାନ୍ସ ପ୍ରଦାନକାରୀ ଭାବେ ଇରେଡାର ଭୂମିକା ଉପରେ ବଢ଼ୁଥିବା ବିଶ୍ୱାସକୁ ଦର୍ଶାଉଛି।
ଏହା ଉପରେ ମତ ରଖି ଇରେଡାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ କହିଛନ୍ତି ଯେ, “ଏହି ବଣ୍ଡ୍ ଆମର ଟାୟାର-୧ ପୁଞ୍ଜିକୁ ସୁଦୃଢ଼ କରିବ ଏବଂ ଅକ୍ଷୟ ଶକ୍ତି ଫାଇନାନ୍ସକୁ ବଢ଼ାଇବାରେ ସହାୟକ ହେବ ଯାହା ଏକ ସବୁଜ ଓ ଅଧିକ ସ୍ଥାୟୀ ଭବିଷ୍ୟତ ଆଡ଼କୁ ଭାରତର ପରିବର୍ତନକୁ ତ୍ୱରାନ୍ୱିତ କରିବ। ଇରେଡା ଉପରେ ଜାରି ରଖିଥିବା ବିଶ୍ୱାସ ଏବଂ ଜବରଦସ୍ତ ସମର୍ଥନ ଦେଇଥିବା ସମସ୍ତ ନିବେଶକଙ୍କୁ ମୁଁ ହାର୍ଦ୍ଦିକ କୃତଜ୍ଞତା ଜଣାଉଛି। ଅକ୍ଷୟ ଶକ୍ତି ବ୍ୟବସ୍ଥା ଓ ଦେଶକୁ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରିବାରେ ତାହା ଆମକୁ ଅନୁପ୍ରାଣିତ କରିବ।’’
ପର୍ପେଚୁଆଲ୍ ବଣ୍ଡ୍‌ରେ ବିନା ମାଚ୍ୟୁରିଟି କିମ୍ବା ରିଡେମ୍ପସନ ସମେତ ସ୍ୱତନ୍ତ୍ର ସୁବିଧା ରହିଛି ଏବଂ କେବଳ କମ୍ପାନି ବିକଳ୍ପରେ ତାହାକୁ ହାସଲ କରିହେବ। ଏହି ପ୍ରତିଭୂତି ବାର୍ଷିକ ୭.୭୦ ପ୍ରତିଶତ ରିଟର୍ଣ୍ଣ ପ୍ରଦାନ କରୁଥିବା ବେଳେ ୧୦ ବର୍ଷ ହାସଲ ନ କଲେ ବଣ୍ଡ୍‌ର ଜୀବନକାଳରେ ୫୦ ପଏଂଟ୍ ପ୍ରତିଶତ ଷ୍ଟେପ୍‌ଅପ୍ ଦେବ। ଏହି ହାଇବ୍ରିଡ୍ ଉପକରଣରେ ଇକ୍ୱିଟି ଭଳି ଗୁଣ ରହିଥିବା ବେଳେ ଇରେଡାର ସ୍ଥିର ଓ ଦୀର୍ଘକାଳୀନ ପୁଞ୍ଜି ଉତ୍ସ ପ୍ରଦାନ କରୁଛି।

Related Post