ଆଜିର ଖାସ ଖବର
Sat. May 30th, 2026

ଆଇଭାଲ୍ୟୁ ଇନଫୋସଲ୍ୟୁସନ୍ସ ଲିମିଟେଡର ଆଇପିଓ ୨୦୨୫ ସେପ୍ଟେମ୍ବର ୧୮ରେ ଖୋଲିବ

By Admin_Dainkasha Sep17,2025

ଭୁବନେଶ୍ୱର: ଆଇଭାଲ୍ୟୁ ଇନଫୋସଲ୍ୟୁସନ୍ସ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ସେପ୍ଟେମ୍ବର ୧୮ରେ ଗୁରୁବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ସେପ୍ଟେମ୍ବର ୧୭ ବୁଧବାରରେ ବିଡ୍ ଦାଖଲ କରିପାରିବେ । ୨୦୨୫ ସେପ୍ଟେମ୍ବର ୨୨ ସୋମବାର ଦିନ ବିଡ୍ ଦାଖଲ ଶେଷ ହେବ। ନିବେଶକମାନେ ସର୍ବନିମ୍ନ ୫୦ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୫୦ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ । ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୨୮୪ ଟଙ୍କାରୁ ୨୯୯ ଟଙ୍କା ମଧ୍ୟରେ ରହିଛି।
ଏହି ଇସ୍ୟୁରେ ଅଂଶଧନକାରୀମାନେ ୧୮,୭୩୮,୯୫୮ ଇକ୍ୱିଟି ସେୟାରକୁ ଅଫର ଫର୍ ସେଲ୍ରେ ବିକ୍ରି କରିବେ। ସୁନିଲ କୁମାର ପିଲାଇ ୭୬୨,୧୧୫ ଇକ୍ୱିଟି ସେୟାର, କ୍ରିଷ୍ଣ ରାଜ ଶର୍ମା ୧,୧୬୪,୬୪୫ ଇକ୍ୱିଟି ସେୟାର, ଶ୍ରୀନିବାସନ ଶ୍ରୀରାମ ୯୨୧,୦୪୮ ଇକ୍ୱିଟି ସେୟାର, ହିଲଦା ସୁନିଲ ପିଲାଇ ୧,୦୦୦,୨୪୬ ଇକ୍ୱିଟି ସେୟାର, ସୁନ୍ଦରା (ମରିସସ) ଲିମିଟେଡ ୧୧,୦୧୨,୫୩୯, ଭେଙ୍କଟେଶ ଆର ୬୩୨,୧୯୬ ଇକ୍ୱିଟି ସେୟାର, ସୁବୋଧ ଆଚନ ୫୯୨,୭୨୬ ଇକ୍ୱିଟି ସେୟାର, ରାୟ ଆବ୍ରହମ ୟୋହାନାନ ୪୭୭,୯୪୯ ଇକ୍ୱିଟି ସେୟାର, ବ୍ରିଜେଶ ଶ୍ରୀବାସ୍ତବ ୪୫୭,୧୪୯ ଇକ୍ୱିଟି ସେୟାର, ଏନ ନାଗବୁଷଣ ରେଡ୍ଡି ୪୪୯,୯୧୫ ଇକ୍ୱିଟି ସେୟାର, ରଣ ବିଜୟ ପ୍ରତାପ ସିଂହ ୪୪୯,୯୧୬ ଇକ୍ୱିଟି ସେୟାର, ରବିନ୍ଦ୍ର କୁମାର ଶଙ୍ଖଳା ୩୭୭,୦୯୯ ଇକ୍ୱିଟି ସେୟାର ଏବଂ ଭେଙ୍କଟ ନାଗସ୍ୱରୂପ ମୁଭାଲା ୪୪୧,୪୧୫ ଇକ୍ୱିଟି ସେୟାର ବିକ୍ରି କରିବେ।
କମ୍ପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍ ଓ ଏନଏସଇରେ ତାଲିକାଭୁକ୍ତ କରାଯିବ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ । ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ । ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ । ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ । ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛି ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ ଓ ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ ଆଡଭାଇଜର୍ସ ଲିମିଟେଡ।

Related Post