ଆଜିର ଖାସ ଖବର
Thu. Apr 16th, 2026

ଜୈନ ରିସୋର୍ସ ରିସାଇକ୍ଲିଂ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

By Admin_Dainkasha Apr4,2025
Jain Resource Recycling Limited files DRHP with SEBI for an IPO

ଭୁବନେଶ୍ୱର: ଭାରତର ଅଗ୍ରଣୀ ରିସାଇକ୍ଲିଂ ବ୍ୟାବସାୟିକ ପ୍ରତିଷ୍ଠାନ ଜୈନ ରିସୋର୍ସ ରିସାଇକ୍ଲିଂ ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
ଏହି ଅଫରରେ କମ୍ପାନି ୨୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି। କମ୍ପାନି ୧୫୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ଅଫର ଫର ସେଲରେ ଅଂଶଧନକାରୀମାନେ ୫୦୦ କୋଟି ଟଙ୍କାର ସେୟାର ବିକ୍ରି କରିବେ। ଅଫର ଫର ସେଲରେ କମଲେଶ ଜୈନ ୧୪୩୦ କୋଟି ଟଙ୍କାର ଏବଂ ମୟଙ୍କ ପ୍ରତୀକ ୭୦ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ବିକ୍ରି କରିବେ। କମଲେଶ ଜୈନ ହେଉଛନ୍ତି କମ୍ପାନିର ପ୍ରତିଷ୍ଠାତା।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ହାସଲ କରିଥିବା କେତେକ ଋଣକୁ ଆଗୁଆ ପରିଶୋଧ ଏବଂ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବ।
ଡିଆରଏଚପି ଜରିଆରେ ପ୍ରଦାନ କରାଯାଉଥିବା ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ ଅଫ ଇଣ୍ଡିଆ ଲିମିଟେଡରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।
ଏହି ଅଫରର ବୁକ ରନିଂ ଲିଡ ମ୍ୟାରନେଜର ହେଉଛନ୍ତି ଡିଏଏମ କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ, ଆଇସିଆଇସିଆଇ ସିକ୍ୟୁରିଟିଜ ଲିମିଟେଡ, ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଣ୍ଟ ଆଡଭାଇଜର୍ସ ଲିମିଟେଡ ଓ ପିଏଲ କ୍ୟାପିଟାଲ ମାର୍କେଟିସ ପ୍ରାଇଭେଟ ଲିମିଟେଡ।
ସାତ ଦଶନ୍ଧିରୁ ଅଧିକ ବର୍ଷର ପରମ୍ପରା ସହିତ ଜୈନ ମେଟାଲ ଗ୍ରୁପ ଭାରତରେ ରିସାଇକ୍ଲିଂ ଓ ନନ-ଫେରସ ଧାତବ ଉତ୍ପାଦନରେ ଅଗ୍ରଦୂତ ଭାବେ ପ୍ରତିଷ୍ଠିତ କରିପାରିଛି। ଜୈନ ରିସୋର୍ସ ରିସାଇକ୍ଲିଂ ଲିମିଟେଡ ମୁଖ୍ୟତଃ ନନ-ଫେରସ ଧାତବ ସ୍କ୍ରାପକୁ ରିସାଇକଲ କରି ନନ-ଫେରସ ଧାତବ ଉତ୍ପାଦ ଉତ୍ପାଦନ କରୁଛି। କମ୍ପାନିର ଉତ୍ପାଦ ମଧ୍ୟରେ ରହିଛି ଲିଡ ଓ ଲିଡ ଆଲୟ ଇନଗଟ, ତମ୍ବା ଓ ତମ୍ବା ଇନଗଟ, ଆଲୁମିନିୟମ ଓ ଆଲୁମିନିୟମ ଆଲୟ। କମ୍ପାନି ହେଉଛି ଭାରତର ଦୁଇଟି କମ୍ପାନି ମଧ୍ୟରୁ ଅନ୍ୟତମ ଯାହାର ଲିଡ ଇନଗଟ ଏକ ବ୍ରାଣ୍ଡ ଭାବେ ଲଣ୍ଡନ ମେଟାଲ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଛି।
କମ୍ପାନି ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରାକ-ଆଇପିଓ ପ୍ଲେସମେଂଟ କରିବା ଉପରେ ବିଚାର କରୁଛି। ପ୍ରାକ-ଆଇପିଓ ପ୍ଲେସମେଂଟ ସଫଳ ହେଲେ, ସେହି ଅନୁସାରେ ଆଇପିଓ ପରିମାଣ ହ୍ରାସ ପାଇବ।

Related Post