ଆଜିର ଖାସ ଖବର
Sat. May 30th, 2026

ଯାଜପୁର ଜିଲ୍ଲାର ଶିଳ୍ପାୟନ ଓ ସ୍ଥାନୀୟ ଅଂଚଳ ବିକାଶର ବୃହତ୍ତର ସ୍ବାର୍ଥ ପାଇଁ ଜନଶୁଣାଣୀକୁ ସମର୍ଥନ ପାଇଁ ବିସ୍ଥାପିତ ପରିବାର ଉନ୍ନୟନ ପରିଷଦର ଆହ୍ବାନ

By Admin_Dainkasha Dec19,2024
ଡୁବୁରୀ, ଡିସେମ୍ବର – ନୀଳାଚଳ ଇସ୍ପାତ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧ ମେଟ୍ରିକ ଟନ ରୁ ୯.୫ ମେଟ୍ରିକ ଟନକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ତରଫରୁ ଆସନ୍ତା 20 ତାରିଖରେ ଜନ ଶୁଣାଣି ଆୟୋଜନ କରାଯାଉଛି। ଏହି ସମ୍ପ୍ରସାରଣ କେବଳ କଳିଙ୍ଗନଗର ନୁହେଁ ସମଗ୍ର ଯାଜପୁର ଜିଲ୍ଲା ତଥା ରାଜ୍ୟ ଶିଳ୍ପାୟନ ପ୍ରକ୍ରିୟା ପାଇଁ ଏକ ବଡ ପଦକ୍ଷେପ। ସ୍ଥାନୀୟ ଅଂଚଳରେ ନିଯୁକ୍ତି, ବ୍ୟବସ୍ୟାୟରେ ଅଭିବୃଦ୍ଧି, ତଥା ସାମଗ୍ରୀକ ବିକାଶ ପାଇଁ ଏହି ସଂପ୍ରସାରଣ ହେବା ଜରୁରୀ।
ତେଣୁ ଆମେ ବିସ୍ଥାପିତ ଉନ୍ନୟନ ପରିଷଦ ତରଫରୁ ସ୍ଥାନୀୟ ବିସ୍ଥାପିତ, ଜମିହରା, କ୍ଷତଗ୍ରସ୍ଥ, ସୁକିନ୍ଦା ବାସୀ ଓ ରାଜ୍ୟର ହିତ ପାଇଁ ଏହି ଜନ ଶୁଣାଣିକୁ ସମର୍ଥନ ଦେବାକୁ କଳିଙ୍ଗନଗର ବାସୀଙ୍କୁ ନିବେଦନ କରୁଛୁ।

ଆମେ ସୂଚାଇ ଦେବାକୁ ଚାହୁଁଛୁ ସଫଳ ଭାବେ ଚାଲୁଥିବା ନୀଳାଚଳ ଇସ୍ପାତର କ୍ଷତି ହୋଇ ଏହା ପ୍ରାୟ 3 ବର୍ଷ ବନ୍ଦ ରହିଲା।

ଟାଟା ଷ୍ଟିଲ ଏହାକୁ ଅଧିଗ୍ରହଣ କଲାପରେ ସମସ୍ତ ବିସ୍ଥାପିତଙ୍କ ଘରେ ଖୁସିର ଲହର ଖେଳି ଯାଇଥିଲା। ଅନ୍ଧକାର ଭବିଷ୍ୟତକୁ ନେଇ ସଂଦିହାନ ଥିବା ଲୋକେ ନୂଆ ଜୀବନ ପାଇଲେ। ଜୁଲାଇ 4ରେ 2022ରେ ଟାଟା ଷ୍ଟିଲ ନୀଳାଚଳ ଇସ୍ପାତକୁ ଅଧିଗ୍ରହଣ କଲାଦିନ ସବୁକର୍ମଚାରୀଙ୍କ ବକେୟା ରାଶି ପ୍ରଦାନ କରି ପ୍ଲାଣ୍ଟ ପରିସରରେ ପାଦ ରଖିଲା। ଏବେ ଏହାକୁ କେହି ମନେ ପକାଉ ନାହାଁନ୍ତି।

ନୀଳାଚଳର ସମ୍ପ୍ରସାରଣ ସଫଳ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ, ନିଯୁକ୍ତି ସୁଯୋଗ ବଢିବ। ଏହା ଦ୍ଵାରା ହଜାର ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଖପାଖ ଗ୍ରାମର କୁଶଳୀ ଏବଂ ଅଣକୁଶଳୀ ଶ୍ରମିକମାନେ ରୋଜଗାର ପାଇବେ। ଏହା ଫଳରେ ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧି ଘଟିବ । କଂପାନୀର ସିଏସଆର କାମ ଆହୁରୀ ବଢିବ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆସିବ। ତେଣୁ ଏହି ଜନ ଶୁଣାଣିକୁ ଆମ ସଂଗଠନ ଦୃଢ ସମର୍ଥନ କରୁଅଛି।

ଶିଳ୍ପ ବିସ୍ଥାପିତ ଭାବେ, ସ୍ଥାନୀୟ ବାସିନ୍ଦା ଭାବେ ଆମେ ଚାହୁଁଛୁ ସ୍ଥାନୀୟ ପରିବେଶର ସୁରକ୍ଷା ହେଉ।
ଆମେ ଆପଣଙ୍କ ଜରିୟାରେ କଂପାନି ଓ ସରକାରଙ୍କୁ ଅନୁରୋଧ କରୁଛୁ ଶିଳ୍ପାୟନ ସହ ସ୍ଥାନୀୟ ପରିବେଶ ସୁରକ୍ଷା ପ୍ରତି ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଉ।

ନୀଳାଚଳ ଇସ୍ପାତର ସଂପ୍ରସାରଣ କେବଳ ଆମ ଜିଲ୍ଲା ନୁହେଁ, ଭାରତୀୟ ଇସ୍ପାତ ଶିଳ୍ପରେ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିବ । ସ୍ଥାନୀୟ ଅଂଚଳର ବିକାଶ, ବ୍ୟବସ୍ୟାୟରେ ଅଭିବୃଦ୍ଧି, ଶିକ୍ଷା ସ୍ବାସ୍ଥ୍ୟ ଆଦି କଂପାନିର ସେବା ମୂଳକ କାମର ବୃଦ୍ଧି, ସର୍ବୋପରି କଳିଙ୍ଗନଗର ଶିଳ୍ପାଂଚଳର ସାମୁହିକ ବିକାଶ ପାଇଁ ଆସନ୍ତା ଡିସେମ୍ବର 20.12.2024 ତାରିଖରେ ନୀଳାଚଳ ଇସ୍ପାତର ଳୁଜନଶୁଣାଣୀକୁ ବହୁଳ ସଂଖ୍ୟାରେ ଯୋଗଦେଇ ସମର୍ଥନ ଦେବାକୁ ଆମେ ଅଂଚଳବାସୀଙ୍କୁ ଅନୁରୋଧ କରୁଛୁ।

Related Post