ଆଜିର ଖାସ ଖବର
Sat. May 30th, 2026

ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ କ୍ରାସ୍ ବ୍ୟାରିୟର ଉତ୍ପାଦନ କ୍ଷମତା ୭୫ ପ୍ରତିଶତ ବଢିବ, ୩୦୦ କୋଟିର ବରାଦ ହାସଲ

By Admin_Dainkasha Feb12,2025
Jindal (India) Limited to Enhance Crash Barrier Production Capacity by 75 Per Cent; Bags Orders Worth Rs 300 Crore in FY25

ଭୁବନେଶ୍ୱର: ବି ସି ଜିନ୍ଦଲ ଗ୍ରୁପ୍‌ର ଅଂଶ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ଏହାର ମେଟାଲ୍ ବିମ୍ କ୍ରାସ୍ ବ୍ୟାରିୟର୍‌ର ଉତ୍ପାଦନ କ୍ଷମତାକୁ ୭୫ ପ୍ରତିଶତ ବଢ଼ାଇବ ଯାହା ବର୍ତମାନ ୬୦୦୦ ଏମ୍‌ଟି ରହିଛି। ଏହାର ଶୁଭାରମ୍ଭ ୨୦୨୪-୨୫ ଆର୍ଥିକ ବର୍ଷରେ ହେବ ଏବଂ ତାହା ୨୦୨୫-୨୬ରେ ସମ୍ପୂର୍ଣ୍ଣ ହେବ। ୨୦୨୪-୨୫ରେ କମ୍ପାନି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଓ ଭାରତୀୟ ରେଳଠାରୁ ୩୦୦ କୋଟି ଟଙ୍କାର କାର୍ଯ୍ୟ ବରାଦ ହାସଲ କରିସାରିଛି।
ଭାରତ ସରକାରଙ୍କ “ମେକ୍ ଇନ୍ ଇଣ୍ଡିଆ” ପଦକ୍ଷେପ ସହିତ ସମନ୍ୱିତ ହୋଇ ଜିନ୍ଦଲ୍ (ଇଣ୍ଡିଆ) ଲିମିଟେଡ୍ ଉଚ୍ଚ ଡବଲ୍ୟୁ ବିମ୍‌, ଥ୍ରାଇ ବିମ୍‌, ପୋଷ୍ଟ୍‌, ସ୍ପେସର, ସି ପୋଷ୍ଟ୍‌, ଫିସ୍ ଟେଲ୍‌, ଆକ୍ସେସରିଜ୍‌, ବୁଲ୍ ନୋଜ୍‌, ହର୍ସସୁ ଇତ୍ୟାଦି ଉଚ୍ଚ ଗୁଣବତାର ଉତ୍ପାଦ ପ୍ରସ୍ତୁତ କରୁଛି। ଏନଏଚ୍‌ଏଆଇ ପାଇଁ ଏକ ଅନୁମୋଦିତ ନିର୍ମାତା ଭାବରେ କମ୍ପାନିର କ୍ରାସ୍ ବ୍ୟାରିୟର୍ ନାଟ୍ରାକ୍ସ ଦ୍ୱାରା କ୍ରାସ୍ ଟେଷ୍ଟ୍ ପାଇଁ ସାର୍ଟିଫାଏଡ୍ ଏବଂ ଏମ୍‌ବିସିବି ନିର୍ମାତାଙ୍କ ପାଇଁ ନିର୍ଦ୍ଧାରିତ ସୁରକ୍ଷା ମାନକଠାରୁ ଉନ୍ନତ ଅଟେ।
ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍‌ରେ ଆମେ ଭାରତର ବିକଶିତ ଏବଂ ବର୍ଦ୍ଧିତ ମୌଳିକ ଭିତିଭୂମି ଆବଶ୍ୟକତାକୁ ପ୍ରଭାବଶାଳୀ ଢଙ୍ଗରେ ପୂରଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ଆମେ ମାସିକ ୨୦% ହାରରେ ଆଗକୁ ବଢ଼ୁଛୁ ଏବଂ ଶୀଘ୍ର ୯୦% କ୍ଷମତା ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛୁ। ଆଗାମୀ କିଛି ତ୍ରୟମାସରେ ଆମର କ୍ରାସ୍ ବ୍ୟାରିୟର୍ ବିଭାଗରୁ ଆୟ ଦ୍ୱିଗୁଣିତ ହେବ ଏବଂ ବର୍ତମାନର ୪%ରୁ ବୃଦ୍ଧି ପାଇ ୮-୧୦% ଅବଦାନ ପ୍ରଦାନ କରିବ ବୋଲି ଆଶା ଆମେ କରୁଛୁ ବୋଲି ଜିନ୍ଦଲ୍ (ଇଣ୍ଡିଆ) ଲିମିଟେଡ୍‌ର ପ୍ରବକ୍ତା କହିଛନ୍ତି।
୨୦୨୫ର ବଜେଟରେ ଏକ ନୂତନ ଜାତୀୟ ମାନୁଫାକ୍‌ଚରିଂ ମିସନ ପ୍ରଚଳନ ସହିତ ୩-ବର୍ଷୀୟ ସମୟସୀମା ମଧ୍ୟରେ ପିପିପି ମାଧ୍ୟମରେ କାର୍ଯ୍ୟାନ୍ୱୟନ ପାଇଁ ପ୍ରକଳ୍ପଗୁଡିକ ଚିହ୍ନଟ କରିବା ପାଇଁ ମନ୍ତ୍ରାଳୟଗୁଡିକର ଘୋଷଣା ମୌଳିକ ଭିତିଭୂମି କ୍ଷେତ୍ରକୁ ଗତି ପ୍ରଦାନ କରିବ। ସରକାର ଇଣ୍ଡଷ୍ଟ୍ରି ୪.୦ ଆଡକୁ ଗତି କରିବାକୁ ଏକ ଦୃଢ଼ ସଂକଳ୍ପ ପ୍ରଦର୍ଶନ କରିଛନ୍ତି। ଭାରତର ଉତ୍ପାଦନ ପାଦଚିହ୍ନକୁ ବିସ୍ତାର ଏବଂ ଗଭୀର କରିବା ସହିତ ରାଜ୍ୟଗୁଡିକୁ ନିଜ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ମାଧ୍ୟମରେ ପୁଞ୍ଜି ବ୍ୟୟ ବୃଦ୍ଧି କରିବାକୁ ପ୍ରୋତ୍ସାହିତ କରିଛନ୍ତି।
“ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ବଜାର ଅଂଶ ବଢ଼ାଇବା ଏବଂ ବାଂଲାଦେଶ, ନେପାଳ, ଭୂଟାନରେ ଜିନ୍ଦଲ କ୍ରାସ୍ ସେଫ୍ ଏମବିସିସି ଉପସ୍ଥିତି ବଢ଼ାଇବାକୁ ଚାହୁଛି ବୋଲି ପ୍ରବକ୍ତା କହିଛନ୍ତି।
ଶୁଭାରମ୍ଭ ପରଠାରୁ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ରାଷ୍ଟ୍ର ଗଠନ ଅଭିଯାନ ପ୍ରତି ପ୍ରତିବଦ୍ଧ ରହିଛି ଏବଂ ଭାରତ ସରକାରଙ୍କ ଆଧୁନିକ ଭିତିଭୂମି ନିର୍ମାଣକୁ ସମର୍ଥନ କରୁଛି। ଏହି ସମ୍ପ୍ରସାରଣ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍‌କୁ ଭାରତର କ୍ରାସ୍ ବ୍ୟାରିୟର ବର୍ଗରେ ଅଗ୍ରଣୀ ସଂସ୍ଥାରେୂ ପରିଣତ କରିବ।
ନିକଟରେ କମ୍ପାନି ୧୫୦୦ କୋଟି ଟଙ୍କା ନିବେଶରେ ଏହାର କ୍ଷମତାକୁ ବର୍ତମାନର ୦.୬ ନିୟୁତ ଏମ୍‌ଟିରୁ ବଢ଼ାଇ ୧ ନିୟୁତ ଏମ୍‌ଟି କରିବାକୁ ଘୋଷଣା କରିଛି। ଏହି ସମ୍ପ୍ରସାରଣରେ କୋଟେଡ୍ ଫ୍ଲାଟ୍ ଉତ୍ପାଦ ଉପରେ ଗୁରୁତ୍ୱାରୋପ କରାଯିବ।

Related Post