ଆଜିର ଖାସ ଖବର
Sat. May 30th, 2026

ଚାରି ଅଗ୍ରଣୀ ଆଇଆଇଏମ୍ ପାଇଁ ଯୁଗ୍ମ ନାମଲେଖା ପ୍ରକ୍ରିୟା (ଜେଏପି)

By Admin_Dainkasha Sep16,2025
  • ଆଇଆଇଏମ୍ କାଶୀପୁର, ରାୟପୁର, ରାଂଚି ଓ ତିରୁଚିରାପଲ୍ଲୀ ପକ୍ଷରୁ ଏମବିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ଯୁଗ୍ମ ନାମଲେଖା ପ୍ରକ୍ରିୟା ଜେଏପି ୨୦୨୬ ଘୋଷଣା

ଭୁବନେଶ୍ୱର: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ କାଶୀପୁର, ରାୟପୁର, ରାଂଚି ଓ ତିରୁଚିରାପଲ୍ଲୀ ପକ୍ଷରୁ ଏମବିଏ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଯୁଗ୍ମ ନାମଲେଖା ପ୍ରକ୍ରିୟା (ଜେଏପି) ୨୦୨୬ ଘୋଷଣା କରିଛନ୍ତି।
ଆଇଆଇଏମ୍ ରାୟପୁର ହେଉଛି ଏହି ପରୀକ୍ଷାର ସଂଯୋଜକ ଯାହା ସମସ୍ତ ଅଂଶଗ୍ରହଣକାରୀ ଚାରି ଆଇଆଇଏମ୍ ପାଇଁ ନାମଲେଖା ପ୍ରକ୍ରିୟାର ପରିଚାଳନା କରୁଛି। ଜେଏପି ୨୦୨୬ ହେଉଛି ଏକ ଯୁଗ୍ମ ଅଭିଯାନ ଯାହା ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା, ସହଯୋଗିତା ଭିତିକ ସମ୍ବଳ ପରିଚାଳନା ଏବଂ ଏକ ସ୍ୱଚ୍ଛ ଓ ଆଶାୟୀ କୈନ୍ଦ୍ରୀକ ନାମଲେଖା ଅନୁଭୂତିକୁ ଦର୍ଶାଉଛି ଯାହା ଆଇଆଇଏମର ମାନ ପୂରଣ କରୁଛି।
ଜେଏପି ୨୦୨୬ ଆଶାୟୀମାନଙ୍କ ଏକ ସିଙ୍ଗଲ ୱିଣ୍ଡୋ ଜରିଆରେ ସମସ୍ତ ଚାରି ଆଇଆଇଏମ୍‌ରେ ଆବେଦନ କରିବାର ଅନୁମତି ଦେଇ ନାମଲେଖା ପ୍ରକ୍ରିୟାର ସରଳୀକରଣ କରିଛି। କ୍ୟାଟ୍ ଫଳ ଘୋଷଣା ହେବା ପରେ ଆଶାୟୀମାନେ ଏକ ଯୁଗ୍ମ ନାମଲେଖା ପ୍ରକ୍ରିୟା ଜରିଆରେ ଅଂଶଗ୍ରହଣକାରୀ ଚାରି ଆଇଆଇଏମ୍ ମଧ୍ୟରୁ ଯେକୌଣସି ଅନୁଷ୍ଠାନରେ ନାମଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବେ।
ଏହି ଘୋଷଣା ଅବସରରେ ଆଇଆଇଏମ୍ ରାୟପୁରର ଡାଇରେକ୍ଟର ଇନ୍ ଚାର୍ଜ ପ୍ରଫେସର ସଞ୍ଜୀବ ପ୍ରାସର କହିଛନ୍ତି ଯେ, “ଯୁଗ୍ମ ନାମଲେଖା ପ୍ରକ୍ରିୟା (ଜେଏପି) ୨୦୨୬ ଘୋଷଣା କରି ଆମେ ଗର୍ବିତ ଯାହା ଚାରି ପ୍ରମୁଖ ଆଇଆଇଏମ୍ ମଧ୍ୟରେ ସହଯୋଗିତାକୁ ସୁଦୃଢ଼ କରିଛି। ଏହି ଅଭିଯାନ ସମ୍ବଳର ଉଚିତ ଉପଯୋଗ, ଛାତ୍ରଛାତ୍ରୀ କୈନ୍ଦ୍ରୀକ ନାମଲେଖା ପ୍ରତି ଆମ ପ୍ରତିବଦ୍ଧତାକୁ ସୁଦୃଢ଼ କରିଥିବା ବେଳେ ଭବିଷ୍ୟତ ଲିଡରଙ୍କ ପାଇଁ ଆଇଆଇଏମ୍ ବ୍ରାଣ୍ଡ୍‌କୁ ଦୃଢ଼ କରୁଛି। ଉଚ୍ଚ ମାନକ ବଜାୟ ରଖିବା ଏବଂ ଆଶାୟୀ ଏମବିଏ ପ୍ରାର୍ଥୀଙ୍କ ପାଇଁ ନୂଆ ସୁଯୋଗ ଖୋଲିବା ପ୍ରତି ଆମର ରହିଥିବା ସମର୍ପଣ ଭାବକୁ ଜେଏପି ୨୦୨୬ ଦର୍ଶାଉଛି।’’

Related Post