ଆଜିର ଖାସ ଖବର
Wed. May 27th, 2026

ଗୌହାଟୀରେ ବିଶ୍ୱସ୍ତରୀୟ ଐତିହ୍ୟ ସଂଗ୍ରହାଳୟ ପାଇଁ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ପକ୍ଷରୁ ଆସାମ ସରକାରଙ୍କ ସହ ସହଯୋଗିତା

By Admin_Dainkasha Sep4,2025

ଭୁବନେଶ୍ୱର: ଦେଶରେ କଳା, ସଂସ୍କୃତି ଓ ଐତିହ୍ୟର ପ୍ରସାର କରୁଥିବା ଅଗ୍ରଣୀ କର୍ପୋରେଟ୍ ସଂସ୍ଥା ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ପକ୍ଷରୁ ଗୌହାଟୀରେ ଏକ ଅତ୍ୟାଧୁନିକ କଳା ସଂଗ୍ରହାଳୟ ପ୍ରତିଷ୍ଠାତ କରିବା ପାଇଁ ଆସାମ ସରକାରଙ୍କ ସହ ସହଯୋଗିତା କରାଯାଇଛି।
ଏହି ବିଶ୍ୱସ୍ତରୀୟ ସଂଗ୍ରହାଳୟରେ ୧୭ ଶତାବ୍ଦୀ ପ୍ରାଚୀନ ଆଧ୍ୟାତ୍ମିକ ବୟନ ଐତିହ୍ୟ ବୃନ୍ଦାବନୀ ବସ୍ତ୍ର ରହିବ ଯାହାକୁ ଶ୍ରୀମନ୍ତ ଶଙ୍କରଦେବଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ କରାଯାଇଥିବା ବେଳେ ଲଣ୍ଡନର ବ୍ରିଟିଶ ମ୍ୟୁଜିୟମ୍‌ରେ ସଂରକ୍ଷିତ ରଖାଯାଇଛି। ୨୦୨୬-୨୭ରେ ଆସାମରେ ସାର୍ବଜନୀନ ପ୍ରଦର୍ଶନୀ ପାଇଁ ବୃନ୍ଦାବନ ବସ୍ତ୍ରକୁ ପ୍ରଦାନ କରିବାକୁ ବ୍ରିଟିଶ ମ୍ୟୁଜିୟମ ଅନୁମତି ଦେଇଛି। ତାହା ସେଠାରେ ୧୮ ମାସ ରହିବ। ଏହି ବସ୍ତ୍ରର ଲମ୍ବ ପ୍ରାୟ ୯.୫ ମିଟର ଓ ଚଉଡ଼ା ୨ ମିଟର ହେବ ଯାହା ସେହି ଯୁଗରୁ ଏପର୍ଯ୍ୟନ୍ତ ବଂଚି ରହିଥିବା ଏକ ଆଧ୍ୟାତ୍ମିକ ସିଲ୍କ ବସ୍ତ୍ର ମଧ୍ୟରୁ ଅନ୍ୟତମ ଅଟେ।
ଏହି ସଂଗ୍ରହାଳତ୍ସ୍‌ାପନ କରିବା ପାଇଁ ଗୌହାଟୀର ଖାନପଡ଼ାର ସେରିକଲଚର ଫାର୍ମ ନିକଟରେ ଆସାମ ସରକାର ଜମି ପ୍ରଦାନ କରିଥିବା ବେଳେ ପ୍ରକଳ୍ପକୁ ଜେଏସଡବ୍ଲ୍ୟୁ ଗ୍ରୁପ୍ ପାଣ୍ଠିରେ ନିର୍ମାଣ କରାଯିବ। ପାଣିପାଗ ନିୟନ୍ତ୍ରଣ ବ୍ୟବସ୍ଥା, ସଂରକ୍ଷଣ ପ୍ରୋଟୋକଲ୍ ଓ ଅନ୍ତର୍ଜାତୀୟ ମ୍ୟୁଜୋଲୋଜିକାଲ୍ ମାନବ ଅନୁସାରେ ଏହି ସଂଗ୍ରହାଳୟକୁ ବିକାଶ କରାଯିବ ଯାହା ପ୍ରଦର୍ଶିତ ବସ୍ତଗୁଡ଼ିକର ସୁରକ୍ଷା ସୁନିଶ୍ଚିତ କରିବ।
ବସ୍ତ୍ର ପ୍ରଦର୍ଶନୀ ସମାପ୍ତ ହେବା ପରେ ମଧ୍ୟ ଏହି ବ୍ୟବସ୍ଥା ଏକ ବିଶ୍ୱସ୍ତରୀୟ ଐତିହ୍ୟ କ୍ଷେତ୍ର ଭାବେ ଗୌହାଟୀରେ ରହି ଏବଂ ଅନ୍ତର୍ଜାତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ଆୟୋଜନ କରିବ।
ଜେଏସ୍‌ଡବ୍ଲ୍ୟୁ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତା ଜିନ୍ଦଲ କହିଛନ୍ତି ଯେ, “ବୃନ୍ଦାବନୀ ବସ୍ତ୍ର ହେଉଛି ଆସାମ ଏବଂ ଭାରତର ସାମଗ୍ରିକ ସାଂସ୍କୃତିକ ଐତିହ୍ୟର ଏକ ଅମୂଲ୍ୟ ସମ୍ପଦ। ବ୍ରିଟେନରେ ରେଡିଂରେ ଥିବା ବ୍ରିଟିଶ ମ୍ୟୁଜିୟମରେ ମୁଁ ସେହି ଚମତ୍କାର ବସ୍ତ୍ରକୁ ସ୍ପଷ୍ଟ ଭାବେ ଦେଖିଥିବା ଏବଂ ଏଥିରେ ଥିବା ଗଭୀର ସମର୍ପଣ ଏବଂ କଳାକୃତିକର ଅନୁଭବ ମୋର ମନେ ରହିଛି। ସେହି ବସ୍ତ୍ରକୁ ଆସାମକୁ ଆଣିବା ଲାଗି ଆସାମ ସରକାରଙ୍କୁ ସମର୍ଥନ କରିବାକୁ ମୁଁ ପ୍ରତିବଦ୍ଧ ରହିଛି ଯାହା ଫଳରେ ଆସାମବାଦୀ ସେମାନଙ୍କ ଆଧ୍ୟାତ୍ମିକ ଓ କଳାକୃତି ପରମ୍ପରାର ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିପାରିବେ। ଏକ ସଂଗ୍ରହାଳୟ ସ୍ଥାପନ କରିବା ପାଇଁ ଆସାମ ସରକାରଙ୍କ ସହ ସହଯୋଗିତା କରିଥିବାରୁ ଜେଏସଡବ୍ଲ୍ୟୁ ଗର୍ବିତ ଯାହା ବିଶ୍ୱସ୍ତରୀୟ ମାନକରେ ବସ୍ତ୍ରକୁ ସୁରକ୍ଷିତ ରଖିବା ସହିତ ଗୌହାଟୀ ସହରରେ ଏକ ବିଶ୍ୱସ୍ତରୀୟ ସାଂସ୍କୃତିକ ଅନୁଷ୍ଠାନ ଗଠନ କରିବ।’’
ପ୍ରସ୍ତାବିତ ସଂଗ୍ରହାଳୟର ସ୍ଥପତି ଶ୍ରୀ ଅବିନ ଚୌଧୁରୀ କହିଛନ୍ତି ଯେ, “ବୃନ୍ଦାବନୀ ବସ୍ତ୍ର ପାଇଁ ଏକ ସଂଗ୍ରହାଳୟ ଡିଜାଇନ କରିବା ଉଭୟ ଏକ ସମ୍ମାନ ଓ ଦାୟିତ୍ୱ। ଆମର ଲକ୍ଷ୍ୟ ହେଉଛି ଏକ ସ୍ଥାନ ଗଠନ କରିବାର ଯେଉଁଠାରେ ସମ୍ମାନ ଓ ଆଧୁନିକତାର ସନ୍ତୁଳନ ରହିବ ଏବଂ ଯେଉଁଠାରେ ସ୍ଥାପତ୍ୟ ହିଁ ବସ୍ତ୍ରର ଆଧ୍ୟାତ୍ମିକତାର ଭାବକୁ ସମ୍ମାନ ଜଣାଇବା ସହିତ ଅତ୍ୟାଧୁନିକ ସଂରକ୍ଷଣ ସୁବିଧା ପ୍ରଦାନ କରିବ। ଏହି ବସ୍ତ୍ର ବ୍ୟତୀତ ସଂଗ୍ରହାଳୟ ଗୌହାଟୀକୁ ଏକ ବିଶ୍ୱସ୍ତରୀୟ ପ୍ରଦର୍ଶନୀ ସ୍ଥଳ ପ୍ରଦାନ କରିବ ଯେଉଁଠାରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ ଆୟୋଜନ କରାଯାଇପାରିବ ଯାହା ବିଶ୍ୱସ୍ତରୀୟ କଳାପ୍ରେମୀଙ୍କୁ ଆସାମର ନିକଟତର କରିବ।’’
ନିକଟରେ ଆସାମର ମାନ୍ୟବର ମୁଖ୍ୟମନ୍ତ୍ରୀ ଡ. ହିମନ୍ତ ବିଶ୍ୱ ଶର୍ମା ଏହି ଅଭିଯାନ ସମ୍ପର୍କରେ ଘୋଷଣା କରିବା ସହିତ ଏହାକୁ ସମର୍ଥନ କରିବା ଲାଗି ଜେଏସଡବ୍ଲ୍ୟୁ ଗ୍ରୁପ୍‌ର ପ୍ରତିବଦ୍ଧତାକୁ ସ୍ୱାଗତ କରିଥିଲେ।

Related Post