ଆଜିର ଖାସ ଖବର
Tue. Apr 21st, 2026

କଳ୍ପତରୁ ଲିମିଟେଡ୍‌ର ଇନିସିଆଲ ପବ୍ଳିକ୍ ଅଫରିଂ ୨୦୨୫ ଜୁନ୍ ୨୪ରେ ଖୋଲିବ

By Admin_Dainkasha Jun20,2025

ଭୁବନେଶ୍ୱର: ଦେଶର ଅଗ୍ରଣୀ ରିଅଲ ଇଷ୍ଟେଟ୍ ସଂସ୍ଥା କଳ୍ପତରୁ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫରିଂ ଜୁନ୍ ୨୪ ମଙ୍ଗଳବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ଜୁନ୍ ୨୩ରେ ବିଡ୍ ଦାଖଲ କରିପାରିବେ। ୨୦୨୫ ଜୁନ୍ ୨୬ ଗୁରୁବାର ବିଡ୍ ଦାଖଲ ଶେଷ ହେବ।
ଏହି ଅଫର୍‌ରେ ଇକ୍ୱିଟି ସେୟାର ପିଛା ଦାମ୍ ୩୮୭ ଟଙ୍କାରୁ ୪୧୪ ଟଙ୍କା ମଧ୍ୟରେ ରହିଛି। ନିବେଶକମାନେ ସର୍ବନିମ୍ନ ୩୬ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୩୬ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ। ଏହି ଇସ୍ୟୁରେ ୧୫୯୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ଓ ଏହାର ସହାୟକ ସଂସ୍ଥା ହାସଲ କରିଥିବା ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ। ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ। ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।
କମ୍ପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍ ଓ ଏନଏସଇରେ ତାଲିକାଭୁକ୍ତ କରାଯିବ। ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍ ଓ ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଆଣ୍ଡ୍ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍‌।

Related Post