ଆଜିର ଖାସ ଖବର
Mon. Apr 20th, 2026

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ସ୍ମାର୍ଟ ଡିଜାଇନ୍ ଏବଂ ଆଧୁନିକ ସୁବିଧା ସହିତ ନୂଆ ବୋଲେରୋ ରେଞ୍ଜ ଉନ୍ମୋଚିତ

By Admin_Dainkasha Oct9,2025

ଭୁବନେଶ୍ୱର: ଭାରତର ଅଗ୍ରଣୀ ଏସୟୁଭି ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ ପକ୍ଷରୁ ଉନ୍ନତ ଷ୍ଟାଇଲ, ଅଭ୍ୟନ୍ତର ଓ ଆରାମଦାୟକ ସୁବିଧା ସହିତ ନୂତନ ବୋଲେରୋ ଶ୍ରେଣୀ ଉନ୍ମୋଚନ କରାଯାଇଛି। କମ୍ପାନି ଟପ୍‌-ଏଣ୍ଡ ଭାରିଆଣ୍ଟ୍ ବୋଲେରୋ ବି୮ ଏବଂ ବୋଲେରୋ ନିଓ ଏନ୧ ସହ ଏହାର ଏସୟୁଭି ଶ୍ରେଣୀର ଆକର୍ଷଣକୁ ବୃଦ୍ଧି କରିଛି।
ନୂତନ ବୋଲେରୋର ମୂଲ୍ୟ ୭.୯୯ ଲକ୍ଷ ଟଙ୍କାରୁ ୯.୬୯ ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍‌) ମଧ୍ୟରେ ରହିଛି ଏବଂ ବୋଲେରୋ ନିଓର ମୂଲ୍ୟ ୮.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଟପ୍ ଭାରିଆଣ୍ଟ୍ ଏନ ୧୧ର ମୂଲ୍ୟ ୯.୯୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।
୨୫ ବର୍ଷର ପରମ୍ପରା ଏବଂ ୧୬ ଲକ୍ଷରୁ ଅଧିକ ସନ୍ତୁଷ୍ଟ ଗ୍ରାହକଙ୍କ ସହିତ ବୋଲେରୋ ଭାରତୀୟ ପରିବାର, ଉଦ୍ୟୋଗୀ ଏବଂ ଗ୍ରାମୀଣ ଯୁବସମାଜ ପାଇଁ ଏକ ବିଶ୍ୱସ୍ତ ପସନ୍ଦ ହୋଇରହିଛି। ଏହି ଏସୟୁଭି ଏହାର ବିଶ୍ୱସନୀୟତା ଏବଂ ଦୃଢ଼ ପ୍ରତିଷ୍ଠାରେ ଅଟଳ ରହି ବର୍ତମାନ ଏକ ଅଧିକ ପ୍ରିମିୟମ୍ ଏବଂ ସମକାଳୀନ ଡିଜାଇନ ହାସଲ କରିଛି।
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ – ଅଟୋମୋଟିଭ୍ ବିଭାଗ ଶ୍ରୀ ନଳିନୀକାନ୍ତ ଗୋଲ୍ଲାଗୁଣ୍ଟା କହିଛନ୍ତି ଯେ, “୨୫ ବର୍ଷରୁ ଅଧିକ ସମୟ ଧରି ବୋଲେରୋ ସମୟର ପରୀକ୍ଷା ଉତ୍ତୀର୍ଣ୍ଣ ହୋଇ ଭାରତର ସବୁଠାରୁ ବହୁମୁଖୀ ଏବଂ ମଜଭୁତ ଏସୟୁଭିଗୁଡିକ ମଧ୍ୟରୁ ଗୋଟିଏ ଭାବରେ ସ୍ଥାନ ପାଇଛି। ନୂଆ ଭାରତର ପରିବର୍ତ୍ତିତ ଏବଂ ଦ୍ରୁତ ଗତିରେ ବିକଶିତ ହେଉଥିବା ଆକାଂକ୍ଷାକୁ ପୂରଣ କରିବା ପାଇଁ ନୂତନ ବୋଲେରୋ ଶ୍ରେଣୀକୁ ପ୍ରସ୍ତୁତ କରାଯାଇଛି।”
ନୂତନ ବୋଲେରୋରେ ଏକ ସ୍ମାର୍ଟ ଗ୍ରିଲ, ଫଗ ଲାଇଟ୍ ଏବଂ ଡାଏମଣ୍ଡ-କଟ୍ ଆର ୧୫ ଆଲୟ ହ୍ୱିଲ ସହିତ ଏକ ନୂଆ ଷ୍ଟିଲଥ ବ୍ଲ୍ୟାକ ରଙ୍ଗ ରହିଛି। ଏହାର ଭିତର ପାର୍ଶ୍ୱରେ ୧୭.୮ ସେ.ମି. ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ୍‌, ଷ୍ଟିୟରିଂ ମାଉଣ୍ଟେଡ୍ କଣ୍ଟ୍ରୋଲ୍ ଏବଂ ଚମଡ଼ାରେ ପ୍ରସ୍ତୁତ ଅପହୋଲଷ୍ଟ୍ରି ରହିଛି। ମହିନ୍ଦ୍ରାର ନୂତନ ରାଇଡ-ଫ୍ଲୋ ଟେକ ଉନ୍ନତ ଆରାମଦାୟକ ଯାତ୍ରା ଏବଂ ପରିଚାଳନାର ପ୍ରତିଶ୍ରୁତି ଦେଉଛି। ଏହାର ଏମଏଚଏଡବ୍ଲ୍ୟୁକେ୭୫ ଇଞ୍ଜିନ୍ ୫୫.୯ କିଲୋୱାଟ ଶକ୍ତି ଏବଂ ୨୧୦ ଏନଏମ ଟର୍କ୍ ପ୍ରଦାନ କରୁଛି।
ବାଲେରୋ ନିଓରେ ଏକ ସ୍ଲିକ୍ ଗ୍ରିଲ୍‌, ଡାର୍କ ମେଟାଲିକ୍ ଆର୧୬ ଆଲୟ ହ୍ୱିଲ ଏବଂ ଜିନ୍ସ ବ୍ଲୁ ଏବଂ କଙ୍କ୍ରିଟ ଗ୍ରେ’ ସମେତ ଡ୍ୟୁଆଲ ଟୋନ୍ ରଙ୍ଗର ବିକଳ୍ପ ରହିଛି। ଅଭ୍ୟନ୍ତରରେ ଲୁନାର ଗ୍ରେ’ ଏବଂ ମୋକା ବ୍ରାଉନ୍ ଥିମ ରହିଛି ଯେଉଁଥିରେ ୨୨.୮ ସେ.ମି. ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ୍‌, ରିଅର-ଭ୍ୟୁ କ୍ୟାମେରା ଏବଂ ୟୁଏସବି ସି-ଟାଇପ୍ ଚାର୍ଜିଂ ପୋର୍ଟ ରହିଛି। ଏହାର ଏମଏଚଏଡବ୍ଲ୍ୟୁକେ୭୫ ଇଞ୍ଜିନ୍ ୫୫.୯ କିଲୋୱାଟ ଶକ୍ତି ଏବଂ ୨୧୦ ଏନଏମ ଟର୍କ୍ ପ୍ରଦାନ କରୁଛି। ଏହି ଏସୟୁଭିରେ ଖରାପ ରାସ୍ତାରେ ଭଲ ପ୍ରଦର୍ଶନ ପାଇଁ ମଲ୍ଟି-ଟେରେନ୍ ଟେକ୍ନୋଲୋଜି (ଏମଟିଟି) ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।
ନୂତନ ବୋଲେରୋ ବି୪– ବି୮ର ମୂଲ୍ୟ ୭.୯୯ ଲକ୍ଷ ଟଙ୍କାରୁ ୯.୬୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ନୂତନ ବୋଲେରୋ ନିଓ ଏନ୪– ଏନ ୧୧ର ମୂଲ୍ୟ ୮.୪୯ ଲକ୍ଷ ଟଙ୍କାରୁ ୯.୯୯ ଲକ୍ଷ ଟଙ୍କା ମଧ୍ୟରେ ରହିଛି।
ନୂତନ ବୋଲେରୋ ଶ୍ରେଣୀ ସହିତ ମହିନ୍ଦ୍ରା ଗ୍ରାମୀଣ ଏବଂ ସହରୀ ଉଭୟ କ୍ରେତାଙ୍କୁ ଆକର୍ଷିତ କରିବା ଲକ୍ଷ୍ୟ ରଖିଛି ଯେଉଁମାନେ ଏକ ନିର୍ଭରଯୋଗ୍ୟ, ଆଧୁନିକ ଏସୟୁଭି ଅନୁଭୂତି ଖୋଜୁଛନ୍ତି। ଆରାମ, ପ୍ରଯୁକ୍ତିବିଦ୍ୟା ଏବଂ ଦୃଢତାର ମିଶ୍ରଣ ବୋଲେରୋ ଶ୍ରେଣୀକୁ କମ୍ପାକ୍ଟ ଏସୟୁଭି ବିଭାଗରେ ଏକ ଆକର୍ଷଣୀୟ ପସନ୍ଦ ଭାବରେ ଉପସ୍ଥାପିତ କରୁଛି।

Related Post