ଆଜିର ଖାସ ଖବର
Fri. Sep 11th, 2026

ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟି ଲିମିଟେଡର ଇଭି ବିକ୍ରି ୪ ଲକ୍ଷ ଅତିକ୍ରମଏହି ମାଇଲଖୁଂଟରେ ପହଂଚିବାରେ ଭାରତର ପ୍ରଥମ ବାଣିଜ୍ୟିକ ଯାନ ନିର୍ମାତା

By Admin_Dainkasha Aug20,2026

ଭୁବନେଶ୍ୱର: ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟି ଲିମିଟେଡର ଇଲେକ୍ଟ୍ରିକ ଯାନ (ଇଭି) ବିକ୍ରି ୪ ଲକ୍ଷ ଅତିକ୍ରମ କରିଛି। ଭାରତର ପ୍ରଥମ ବାଣିଜ୍ୟିକ ଇଭି ନିର୍ମାତା ଭାବେ କମ୍ପାନି ଏହି ସଫଳତା ହାସଲ କରିଛି। ଏହା ଦେଶର ଦୂରଦୂରାନ୍ତ ଗମନାଗମନର ଇଲେକ୍ଟ୍ରିକ୍ ପରିବର୍ତ୍ତନ ଦିଗରେ ଏକ ବଡ଼ ମାଇଲଖୁଂଟକୁ ଦର୍ଶାଉଛି।

ଏହି ମାଇଲଖୁଂଟ ସେହି ଲକ୍ଷ ଲକ୍ଷ ଗ୍ରାହକଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ଯେଉଁମାନେ ମହିନ୍ଦ୍ରାର ଇଲେକ୍ଟ୍ରିକ୍ ବାଣିଜ୍ୟିକ ଯାନ ଉପରେ ନିର୍ଭର କରି ନିଜର ଜୀବିକା ଚଳାଇବା, ବ୍ୟବସାୟ ବୃଦ୍ଧି କରିବା ଏବଂ ଆଗକୁ ବଢ଼ିବାରେ ସକ୍ଷମ ହେଉଛନ୍ତି। କମ୍ପାନିର ସଫଳତା ଏକ ସରଳ ବିଶ୍ୱାସ ଉପରେ ଆଧାରିତ। ତାହା ହେଉଛି ଗ୍ରାହକମାନେ ଇଲେକ୍ଟ୍ରିକ୍ ଗମନାଗମନକୁ ସେତେବେଳେ ଗ୍ରହଣ କରିଥାନ୍ତି ଯେତେବେଳେ ଏହା ଆର୍ôଥକ ଦୃଷ୍ଟିରୁ ଲାଭଦାୟକ ହୋଇଥାଏ। ଗ୍ରାହକଙ୍କୁ ଏକ ଜଳବାୟୁ ସମାଧାନ ଗ୍ରହଣ କରିବାକୁ କହିବା ପରିବର୍ତ୍ତେ କମ୍ପାନୀ ଏପରି ଉତ୍ପାଦ ଯୋଗାଇବା ଉପରେ ଧ୍ୟାନ ଦେଇଛି ଯାହା ଗ୍ରାହକଙ୍କ ଦୈନିକ ଆୟ ଓ ବ୍ୟବସାୟିକ ଫଳାଫଳକୁ ଉନ୍ନତ କରିଛି। ଏହାର ପରିବେଶଗତ ଲାଭ ସ୍ୱାଭାବିକ ଭାବେ ଅନୁସରଣ କରିଛି।

ମହିନ୍ଦ୍ରାର ଇଭିଗୁଡ଼ିକ ହେଉଛି ଉଡୁ, ଟ୍ରିଓ ରେଂଜ, ଜୋର ଗ୍ରାଣ୍ଡ, ଜିଓ ଓ ଇ-ଆଲଫା। ସେଗୁଡ଼ିକ ମିଳିତ ଭାବେ ୯ ବିଲିୟନ କିଲୋମିଟରରୁ ଅଧିକ ଯାତ୍ରା କରିଛି ଏବଂ ପ୍ରାୟ ୧ ଲକ୍ଷ ୮୫ ହଜାର ମେଟ୍ରିକ୍ ଟନ୍ କାର୍ବନ ଡାଇଅକ୍ସାଇଡ ନିର୍ଗମନକୁ ଏଡ଼ାଇବାରେ ସହାୟକ ହୋଇଛି। ତାହା ୮୩ ଲକ୍ଷରୁ ଅଧିକ ଗଛ ରୋପଣ କରିବା ସହ ସମାନ।
ଗ୍ରାହକ କେନ୍ଦ୍ରିକ ଉତ୍ପାଦ, ସହଯୋଗିତା, ଅର୍ଥଯୋଗାଣ ଓ ଗ୍ରାହକ ସହାୟତା କ୍ଷେତ୍ରରେ ନିବେଶ ଜରିଆରେ କମ୍ପାନି ୨୦୩୧ ସୁଦ୍ଧା ୧ ନିୟୁତ ଇଭିକୁ ରାସ୍ତାରେ ଚଳାଇବା ଦିଗରେ କାର୍ଯ୍ୟ କରୁଛି।

ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟି ଲିମିଟେଡ୍ର ପରିଚାଳନା ନିର୍ଦେଶକ ଓ ସିଇଓ ସୁମନ ମିଶ୍ର କହିଛନ୍ତି ଯେ, ‘୪ ଲକ୍ଷ ଆମ ପାଇଁ କେବଳ ଏକ ସଂଖ୍ୟା ନୁହେଁ, ଏହା ୪ ଲକ୍ଷ ଜୀବିକା ଯାହାକୁ ଆମେ ପ୍ରତିଦିନ ଶକ୍ତି ଯୋଗାଇବାରେ ସହାୟତା କରିଛୁ। ଏହି ସଫଳତା ସେହି ଡ୍ରାଇଭର ଓ ଉଦ୍ୟୋଗୀମାନଙ୍କର ଯେଉଁମାନେ ଇଲେକ୍ଟ୍ରିକ୍କୁ ବାଛିଛନ୍ତି ଏବଂ ସେହି ସହଯୋଗିତା ଓ ଟିମ ଗୁଡିକର ଯେଉଁମାନେ ଭାରତର ଦୂରଦୂରାନ୍ତ ଅର୍ଥନୀତି ପାଇଁ ଇଲେକ୍ଟ୍ରିକ୍ ଗମନାଗମନକୁ ଏକ ବ୍ୟବହାରିକ ବିକଳ୍ପରେ ପରିଣତ କରିଛନ୍ତି। ମହିନ୍ଦ୍ରାରେ ଆମର ଉତ୍ତମ ଉତ୍ପାଦ ନିର୍ମାଣ, ପରିସଂସ୍ଥାକୁ ମଜବୁତ କରିବା ଏବଂ ପ୍ରତ୍ୟେକ ଦୂରାନ୍ତ ଗ୍ରାହକଙ୍କ ପାଇଁ ଇଲେକ୍ଟ୍ରିକ୍ ଗମନାଗମନକୁ ସୁଲଭ କରିବା ଉପରେ ଧ୍ୟାନ ରହିଛି।’

Related Post