ଆଜିର ଖାସ ଖବର
Fri. Sep 11th, 2026

ମେକମାଇଁଟ୍ରିପ ଓ ଆକ୍ସିସ ବ୍ୟାଙ୍କ ପକ୍ଷରୁ ସ୍ୱତନ୍ତ୍ର ଭ୍ରମଣ ଲାଭର ଶୁଭାରମ୍ଭ

By Admin_Dainkasha Aug27,2026

ଭୁବନେଶ୍ୱର: ଲମ୍ବା ସପ୍ତାହନ୍ତ ଓ ଗୁରୁତ୍ୱପୂର୍ଣ୍ଣ ଛୁଟିଦିନ ଭ୍ରମଣ ସମୟରେ ସ୍ୱତନ୍ତ୍ର ଭ୍ରମଣ ଲାଭ ପ୍ରଦାନ କରିବା ପାଇଁ ମେକମାଇଁଟ୍ରିପ ଓ ଆକ୍ସିସ ବ୍ୟାଙ୍କ ପକ୍ଷରୁ ସହଯୋଗିତା ଘୋଷଣା କରାଯାଇଛି।
ଭାରତର ଲମ୍ବା ସପ୍ତାହନ୍ତ କ୍ୟାଲେଣ୍ଡରକୁ ନଜରରେ ରଖି ଏହି କାର୍ଯ୍ୟକ୍ରମକୁ ପ୍ରସ୍ତୁତ କରାଯାଇଛି ଯାହା ବାରମ୍ବାର ଭ୍ରମଣ କରୁଥିବା ଲୋକମାନଙ୍କୁ ବର୍ଷତମାମ ଲାଭ ପ୍ରଦାନ କରିବ। ଏହି କାର୍ଯ୍ୟକ୍ରମରେ ଡୋମେଷ୍ଟିକ ଓ ଅନ୍ତର୍ଜାତୀୟ ବିମାନ ଯାତ୍ରା, ହୋଟେଲ, ହଲିଡେ, ଟୁର, ବସ ଓ କ୍ୟାବ ଆଦି ରହିଛି ଯାହା ଯାତ୍ରୀମାନଙ୍କୁ ନିଜ ଭ୍ରମଣ ଯୋଜନା ପ୍ରସ୍ତୁତ କରିବାରେ ସକ୍ଷମ କରିବ।
ପ୍ରତି ଲମ୍ବା ସପ୍ତାହନ୍ତ ପାଇଁ ଛୁଟିଦିନ ଅବଧି ଆରମ୍ଭ ହେବା ପୂର୍ବରୁ ଏକ ବୁକିଂ ୱିଣ୍ଡୋ ଖୋଲିବ ଯାହା ଗ୍ରାହକମାନଙ୍କୁ ବିଭିନ୍ନ ଭ୍ରମଣ ବର୍ଗରେ ସ୍ୱତନ୍ତ୍ର ଲାଭ ଓ ଅଫର ପ୍ରଦାନ କରିବ।
ଆକ୍ସିସ ବ୍ୟାଙ୍କର ଗ୍ରୁପ୍ ହେଡ୍ (ଏକ୍ୱାୟରିଂ ଓ କାର୍ଡସ୍‌) ବିନୀତ ବଜାଜ୍ କହିଛନ୍ତି ଯେ, “ଭ୍ରମଣ ଆମ ପାଇଁ ଏକ ମୁଖ୍ୟ କ୍ଷେତ୍ର ହୋଇ ରହିଛି, କାରଣ ଗ୍ରାହକମାନେ ସେମାନଙ୍କର ଦୈନନ୍ଦିନ ଖର୍ଚ୍ଚରୁ ଅର୍ଥପୂର୍ଣ୍ଣ ଅନୁଭୂତି ଓ ଅଧିକ ମୂଲ୍ୟ ଚାହୁଁଛନ୍ତି। ଲମ୍ବା ସପ୍ତାହାନ୍ତଗୁଡ଼ିକ ଭ୍ରମଣ ପାଇଁ ଉତ୍ତମ ସୁଯୋଗ ଏବଂ ଲୋକମାନେ ବର୍ଷ ସାରା ଛୋଟ ଛୋଟ ଛୁଟି ବିତାଇ ଏହାର ପୂରା ଫାଇଦା ଉଠାଉଛନ୍ତି। ମେକମାଇଁଟ୍ରିପ୍ ସହିତ ଆମର ସହଯୋଗିତା ମାଧ୍ୟମରେ ଆମେ ସମୟୋପଯୋଗୀ ଓ ପ୍ରାସଙ୍ଗିକ ଲାଭ ଆଣୁଛୁ ଯାହା ଆମର କାର୍ଡଧାରୀମାନଙ୍କ ପାଇଁ ଭ୍ରମଣ ଯୋଜନାକୁ ଅଧିକ ଫଳପ୍ରଦ ଏବଂ ସୁଲଭ କରିବ। ଏହି ସହଯୋଗିତା ସ୍ୱତନ୍ତ୍ର ଭ୍ରମଣ ଅନୁଭୂତି ଯୋଗାଇବା ଏବଂ ଗ୍ରାହକମାନେ ସେମାନଙ୍କ ଅକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରୁ ପାଉଥିବା ମୂଲ୍ୟକୁ ବୃଦ୍ଧି କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବ।”
ମେକମାଇଁଟ୍ରିପର ଚିଫ୍ ଅପରେଟିଂ ଅଫିସର (ଫ୍ଲାଇଟସ୍‌, କର୍ପୋରେଟ୍‌, ଜିସିସି ଏବଂ ମାର୍କେଟିଂ) ରାଜ ଋଷି ସିଂହ କହିଛନ୍ତି ଯେ, “ମାର୍କେଟିଂ ବର୍ତ୍ତମାନ କେବଳ ବଡ଼ ଆୱାଜ୍‌‌ରେ ନୁହେଁ, ବରଂ ସଠିକ୍ ସମୟ ଉପରେ ଆଧାରିତ ହେଉଛି। ଆକ୍ସିସ୍ ବ୍ୟାଙ୍କ ସହିତ ଏହି ଭାଗିଦାରୀ ସେହି ପରିବର୍ତ୍ତନକୁ ଦର୍ଶାଉଛି, ଯାହା କେବଳ ଆମେ ଚାହୁଁଥିବା ସମୟରେ ନୁହେଁ, ବରଂ ଯାତ୍ରୀ ଯେତେବେଳେ ନିଷ୍ପତ୍ତି ନେଉଛନ୍ତି ସେହି ସଠିକ୍ ସମୟରେ ପ୍ରକୃତ ମୂଲ୍ୟ ପ୍ରଦାନ କରୁଛି।”
ଏହି ଅଫରର ଅଂଶ ସ୍ୱରୂପ ମେକମାଇଁଟ୍ରିପରେ ବୁକିଂ କରୁଥିବା ଓ ଅକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ମାଧ୍ୟମରେ ପେମେଂଟ କରୁଥିବା ଯାତ୍ରୀମାନେ ଘରୋଇ ବିମାନ ଯାତ୍ରାରେ ସିଧାସଳଖ ୧୦% ତୁରନ୍ତ ଛାଡ଼ (ସର୍ବାଧିକ ୧,୮୦୦ ଟଙ୍କା ପର୍ଯ୍ୟନ୍ତ) ଏବଂ ଘରୋଇ ହୋଟେଲ ବୁକିଂରେ ୧୫% ପର୍ଯ୍ୟନ୍ତ ତୁରନ୍ତ ଛାଡ଼ (ସର୍ବାଧିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ) ପାଇବେ। ସମାନ ଲାଭ ଆନ୍ତର୍ଜାତୀୟ ବିମାନ ଯାତ୍ରା ଓ ହୋଟେଲ, ବସ୍‌, କ୍ୟାବ୍‌, ଟୁର୍ ଗୁଡ଼ିକରେ ମଧ୍ୟ ଉପଲବ୍ଧ ହେବ। ଛୁଟିଦିନ ପ୍ୟାକେଜ୍ ଗୁଡ଼ିକ ଅକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହିତ ମେକମାଇଁଟ୍ରିପର ଅଫରଗୁଡ଼ିକ ଉପରେ ଅତିରିକ୍ତ ୫% ତୁରନ୍ତ ଛାଡ଼ ପାଇଁ ଯୋଗ୍ୟ ହେବ, ଯାହାର ସର୍ବାଧିକ ସୀମା ୨୦,୦୦୦ ଟଙ୍କା ରହିବ।

Related Post