ଆଜିର ଖାସ ଖବର
Sat. May 30th, 2026

ଏନବିଏସଏଲ ପକ୍ଷରୁ ଭାରତ ଇଂଟରଫେସ ଫର ମନି (ଭିମ) ୩.୦ର ଶୁଭାରମ୍ଭ

By Admin_Dainkasha Mar26,2025
NBSL Launches Bharat Interface for Money (BHIM) 3.0

ଭୁବନେଶ୍ୱର: ନ୍ୟାସନାଲ ପେମେଂଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ସହାୟକ କମ୍ପାନି ଏନପିସିଆଇ ଭିମ ସର୍ଭିସେସ ଲିମିଟେଡ (ଏନବିଏସଏଲ) ପକ୍ଷରୁ ଭାରତ ଇଂଟରଫେସ ଫର ମନି (ଭିମ) ୩.୦କୁ ଉନ୍ମୋଚନ କରାଯାଇଛି। ଏନପିସିଆଇର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓ ସ୍ୱାଧୀନ ନିର୍ଦେଶକ ଶ୍ରୀ ଅଜୟ କୁମାର ଚୌଧୁରୀଙ୍କ ଉପସ୍ଥିତିରେ ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ବିବେକ ଦୀପ ଏହାର ଆପ୍ଲିକସେନ ଓ ସେବାର ଶୁଭାରମ୍ଭ କରିଛନ୍ତି।
୨୦୧୬ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ ହେବା ପରଠାରୁ ଭିମ ୩.୦ ହେଉଛି ତୃତୀୟ ଅଭ୍ୟୁଦୟ। ନୂଆ ଭିମ ୩.୦ ଆପ ଗ୍ରାହକ ମିତବ୍ୟୟୀ ଓ ଅଧିକ ଭଲ ଅନୁଭବ ପ୍ରଦାନ କରୁଛି। ଭିମ ୩.୦ରେ ୧୫ରୁ ଅଧିକ ଭାରତୀୟ ଭାଷାର ସମର୍ଥନ ରହିଛି। ଇଂଟରନେଟ ଦୁର୍ବଳ ଓ ଅସ୍ଥିର ଥିବା ଅଂଚଳରେ ମଧ୍ୟ ଏହା ଭଲ ଭାବେ କାର୍ଯ୍ୟ କରୁଛି। ଏଥିରେ ଥିବା ଉନ୍ନତ ଟୁଲ ଜରିଆରେ ଖର୍ଚ୍ଚ ଉପରେ ନଜର, ପରିଚାଳନା ଓ ବିଭାଜନ ସହଜରେ କରାଯାଇପାରିବ।
ଏହି ଅବସରରେ ଏନପିସିଆଇର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓ ସ୍ୱାଧୀନ ନିର୍ଦେଶକ ଶ୍ରୀ ଅଜୟ କୁମାର ଚୌଧୁରୀ କହିଛନ୍ତି ଯେ, “ପ୍ରତିଟି ଭାରତୀୟଙ୍କ ପାଇଁ ଡିଜିଟାଲ ପେମେଂଟକୁ ସୁରକ୍ଷିତ ଓ ସହଜ କରିବାରେ ଭିମ ପ୍ରମୁଖ ଭୂମିକା ତୁଲାଉଛି। ଲକ୍ଷ ଲକ୍ଷ ଗ୍ରାହକ, ବ୍ୟବସାୟୀ ଓ ବ୍ୟାଙ୍କକୁ ସଶକ୍ତ କରି ଭାରତକୁ ଏକ ଡିଜିଟାଲ ଅର୍ନ୍ତଭୁକ୍ତ ଭବିଷ୍ୟତ ଆଡ଼କୁ ଅଗ୍ରସର କରାଇବାରେ ଭିମ ୩.୦ର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।”
ଏନବିଏସଏଲର ସିଇଓ ଲଳିତା ନଟରାଜ କହିଛନ୍ତି ଯେ, “ଦ୍ରୁତ ଗତିରେ ବଦଳୁଥିବା ଡିଜିଟାଲ ପେମେଂଟ ଦୁନିଆରେ ଆଜିର ବ୍ୟବହାରକାରୀମାନଙ୍କ ଆବଶ୍ୟକତା ପୂରଣ କରିବା ଭଳି ଭିମ ୩.୦କୁ ପ୍ରସ୍ତୁତ କରାଯାଇଛି। ଭିମ ୩.୦ ବ୍ୟବହାରକାରୀଙ୍କ ଅନୁଭବ ବଢ଼ାଇବା ସହିତ ସବୁ ବର୍ଗର ସମାଜରେ ଆର୍ôଥକ ସଶକ୍ତୀକରଣର ପ୍ରସାର କରିବ।”
ଭିମ ୩.୦ରେ ଥିବା ସ୍ପ୍ଲିଟ ଖର୍ଚ୍ଚ ସୁବିଧାକୁ ବ୍ୟବହାର କରି ଲୋକମାନେ ଏକସଙ୍ଗେ କରୁଥିବା ଖର୍ଚ୍ଚକୁ ନିଜ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ବାଂଟିପାରିବେ। ଫଳରେ ଯିଏ ଯାହାର ଖର୍ଚ୍ଚ ବାବଦ ଅର୍ତ ପେମେଂଟ କରିପାରିବେ। ସେହିପରି, ଏଥିରେ ଫାମିଲି ମୋଡ ରହିଛି ଯାହା ଜରିଆରେ ପରିବାର ସମସ୍ୟଙ୍କୁ ଯୋଡ଼ି ହେବ, ସେମାନଙ୍କ ଖର୍ଚ୍ଚ ଉପରେ ନଜର ରଖିହେବ ଓ ସେମାନଙ୍କୁ ନିର୍ଦ୍ଦିଷ୍ଟ ଖର୍ଚ୍ଚ ବିଷୟରେ ଅବଗତ କରାଯାଇପାରିବ। ଏଥିରେ ସ୍ପେଣ୍ଡ ଆନାଲିଟିକ୍ସ ସୁବିଧା ବି ରହିଛି ଯାହା ଜରିଆରେ ମାସିକ ଖର୍ଚ୍ଚକୁ ବ୍ୟବହାରକାରୀମାନେ ଦେଖିପାରିବେ। ଏଥିରେ ଥିବା ଆସିଷ୍ଟାଂଟ ବ୍ୟବହାରକାରୀଙ୍କୁ ବକେୟା ବିଲ ବିଷୟରେ ସୂଚନା ପ୍ରଦାନ କରିବ।
ବ୍ୟବସାୟୀମାନଙ୍କ ଲାଗି ଭିମ ଭେଗା ନାମରେ ଆପ ଭିତରେ ନୂଆ ପେମେଂଟ ସମାଧାନ ରହିଛି। ଏହା ଅନଲାଇନ ମର୍ଚାଂଟ ପ୍ଲାଟଫର୍ମ ସହିତ ସମନ୍ୱିତ ରହିବ ଯାହା ଗ୍ରାହକମାନଙ୍କୁ ତୃତୀୟ ପକ୍ଷ ଆପକୁ ନ ଯାଇ ଆପ ଭିତରେ ତତ୍କାଳ ପେମେଂଟ କରିବାର ସୁବିଧା ପ୍ରଦାନ କରିବ।
ଭିମ ୩.୦କୁ ପର୍ଯ୍ୟାୟକ୍ରବମେ ଶୁଭାରମ୍ଭ କରାଯାଉଛି ଏବଂ ୨୦୨୫ ଏପ୍ରିଲ ସୁଦ୍ଧା ତାହା ସମ୍ପୂର୍ଣ୍ଣ ଉପଲବ୍ଧ ହେବ।

Related Post