ଆଜିର ଖାସ ଖବର
Sun. Apr 26th, 2026

ନୀଳାଚଳ ଇସ୍ପାତ ନିଗମ ଲୌହ ଖଣିରେ ବିଶ୍ୱ ପରିବେଶ ଦିବସ ପାଳନ

By Admin_Dainkasha Jun7,2025

କୋଇଡା, ୭/୬/୨୦୨୫: ଟାଟା ଷ୍ଟିଲ ଗ୍ରୁପ କମ୍ପାନୀ ନୀଳାଚଳ ନୀଳାଚଳ ଇସ୍ପାତ ନିଗମ ଲୌହ ଖଣିରେ ବିଶ୍ୱ ପରିବେଶ ଦିବସ ଉତ୍ସାହ ଓ ପ୍ରତିବଦ୍ଧତା ସହିତ ପାଳିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ଥିଲା “ମିଳିତ ଉଦ୍ୟମରେ ପ୍ଲାଷ୍ଟିକ ପ୍ରଦୂଷଣକୁ ହରାଇବା”।

ଏହି ଦିନଟି କଂପାନୀ କାର୍ଯ୍ୟ କ୍ଷେତ୍ର ଏବଂ ଏହାର ଆଖପାଖରେ ପରିବେଶ ସଂରକ୍ଷଣ ଏବଂ ଏହାର ସ୍ଥାୟିତ୍ୱ ପ୍ରତି ଆମର ଦାୟିତ୍ୱକୁ ସ୍ମରଣ କରାଇଥାଏ। ଏହି କାର୍ଯ୍ୟକ୍ରମରେ ଖଣି ମୁଖ୍ୟ ରାହୁଲ କିଶୋର ତାଙ୍କ ପରିବାର ସହ ସାମିଲ ହୋଇଥିଲେ। କାର୍ଯ୍ୟକ୍ଷେତ୍ର ଏବଂ ବ୍ୟକ୍ତିଗତ ଜୀବନରେ ସବୁଜ ପରିବେଶ ପାଇଁ ସକ୍ରିୟ ଭାବରେ ଯୋଗଦାନ ଦେବାକୁ ସେ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ।

ଏହି ଅବସରରେ ଖଣି ପରିସର ଓ ଆଖପାଖ ଗ୍ରାମରେ ଚାରା ରୋପଣ କାର୍ଯ୍ୟକ୍ରମ କରଯାଇଥିଲା। ଏଥିରେ କର୍ମଚାରୀ ଓ ଗ୍ରାମବାସୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି ପଦକ୍ଷେପ ପରିବେଶ ଜାଗୃକତା ଓ ସମ୍ପ୍ରଦାୟ ଅଂଶଗ୍ରହଣକୁ ବୃଦ୍ଧି କରିବାକୁ ଉଦ୍ଦିଷ୍ଟ ଥିଲା।

ଯୁବପିଢ଼ିଙ୍କୁ ପରିବେଶ ସମ୍ପର୍କରେ ଜାଗ୍ରତ ଓ ସଚେତନ କରିବା ଏବଂ ସେମାନଙ୍କ ମଧ୍ୟରେ ସୃଜନଶୀଳତାକୁ ଉତ୍ସାହିତ କରିବା ପାଇଁ ଖଣି ଏବଂ ଆଖପାଖ ଗ୍ରାମଗୁଡ଼ିକରେ ଚିତ୍ରାଙ୍କନ ଏବଂ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ କରଯାଇଥିଲା। ପ୍ରତିଯୋଗିତାରେ ପିଲାମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିବ ସହ ଚିତ୍ରକଳା ଏବଂ ପ୍ରଭାବଶାଳୀ ସ୍ଲୋଗାନ ମାଧ୍ୟମରେ ପରିବେଶଗତ ସମସ୍ୟା ସମ୍ପର୍କରେ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ଖଣି ମୁଖ୍ୟ, ରାହୁଲ କିଶୋର ଖଣିର ନିୟମିତ ଶ୍ରମ ଓ ପରିବେଶ ମାନଦଣ୍ଡ ରକ୍ଷାରେ ଅସାଧାରଣ ଅବଦାନ ଦେଉଥିବା କର୍ମଚାରୀମାନେକୁ ସମ୍ମାନିତ କରିଥିଲେ।
ଏଭଳି କାର୍ଯ୍ୟକ୍ରମର ଆୟୋଜନ ଯୋଗେ ଏକ ସବୁଜ ଓ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଢିବା ଦିଗରେ ନୀଳାଚଳ ଆୟରନ ଓର ଖଣିର ପ୍ରତିବଦ୍ଧତାକୁ ଦର୍ଶାଉଛି।

Related Post