ଆଜିର ଖାସ ଖବର
Tue. May 26th, 2026

ହକି ତାରକା ଅଲିମ୍ପିଆନ୍ ଅମିତ ରୋହିଦାସ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ନିଜ ଘରେ ସୌର ଶକ୍ତି ଆପଣେଇ ଅନ୍ୟମାନଙ୍କ ପାଇଁ ସାଜିଲେ ପ୍ରେରଣା

By Admin_Dainkasha May21,2026

ଭୁବନେଶ୍ୱର, ମେ ୨୦: ଭାରତୀୟ ହକି ଖେଳାଳି ତଥା ଅଲିମ୍ପିଆନ୍ ଅମିତ ରୋହିଦାସ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ନିଜ ଘରେ ରୁଫ୍‌ଟପ୍ ସୋଲାର ସିଷ୍ଟମ୍ ସ୍ଥାପନ କରି ସୌର ଶକ୍ତିକୁ ଆପଣେଇଛନ୍ତି। ଏହି ପଦକ୍ଷେପ ଯୋଗୁଁ ସୋଲାର ସିଷ୍ଟମ୍ ଲଗାଇବା ଖର୍ଚ୍ଚ ଯଥେଷ୍ଟ କମିଯାଇଛି ଏବଂ ଏହାସହ ଦୀର୍ଘ ସମୟ ପାଇଁ ବିଦ୍ୟୁତ ବିଲ୍‌ରେ ମଧ୍ୟ ବହୁତ ସଞ୍ଚୟ ସୁନିଶ୍ଚିତ ହୋଇଛି। ତାଙ୍କର ଏହି ନିଷ୍ପତ୍ତି ସ୍ୱଚ୍ଛ ଓ ଦୀର୍ଘସ୍ଥାୟୀ ଶକ୍ତି ବିକଳ୍ପକୁ ଆପଣେଇବା ଦିଗରେ ଉପଭୋକ୍ତାମାନଙ୍କ ମଧ୍ୟରେ ବଢୁଥିବା ବିଶ୍ୱାସକୁ ଦର୍ଶାଉଛି।

ନିଜର ଅନୁଭୂତି ବାଣ୍ଟି ଅମିତ ରୋହିଦାସ କହିଛନ୍ତି ଯେ, “ଆମେ ଯେତେବେଳେ ପଡ଼ିଆରେ ଖେଳୁ, ଆମ ପାଇଁ ପ୍ରତିଟି ସେକେଣ୍ଡ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଠିକ୍ ସେହିପରି, ଆମ ଘର ପାଇଁ ପ୍ରତି ୟୁନିଟ୍ ବିଦ୍ୟୁତ୍ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ମାଧ୍ୟମରେ ମୁଁ ସୌର ଶକ୍ତି ଆପଣେଇଛି ଏବଂ ୧,୩୮,୦୦୦ ଟଙ୍କାର ସବ୍‌ସିଡି ପାଇଛି। ଏଭଳି ଏକ ଯୋଜନା ପାଇଁ ମୁଁ ସରକାରଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି।

ମୋ ଘରେ ସୋଲାର ସ୍ଥାପନ କରିବାରେ ସାହାଯ୍ୟ କରିଥିବାରୁ ମୁଁ ଟିପିସିଓଡିଏଲ୍ କୁ ମଧ୍ୟ ଧନ୍ୟବାଦ ଦେଉଛି। ସୋଲାର ଲଗାଇବା ପରେ ମୋର ବିଦ୍ୟୁତ ବିଲ୍ ଚିନ୍ତା ଦୂର ହୋଇଯାଇଛି – ମୋତେ ଆଉ ବିଲ୍ ଦେବାକୁ ପଡୁନାହିଁ।

ଖେଳ ପାଇଁ ଯେମିତି ଶୃଙ୍ଖଳା ଜରୁରୀ, ଆମ ଆଗାମୀ ଭବିଷ୍ୟତ ପାଇଁ ସୌର ଶକ୍ତି ସେମିତି ଆବଶ୍ୟକ। ଏହା ଏକ ବହୁତ ବୁଦ୍ଧିମାନର ନିଷ୍ପତ୍ତି। ଆପଣ ନିଜ ସ୍ୱପ୍ନକୁ ସାକାର କରିବା ପଛରେ ଲାଗନ୍ତୁ… ଆଉ ଆପଣଙ୍କ ଘରକୁ ଆଲୋକିତ କରିବା କାମ ସୂର୍ଯ୍ୟଙ୍କ ଉପରେ ଛାଡ଼ିଦିଅନ୍ତୁ।

ଅମିତଙ୍କ ଏହି ପଦକ୍ଷେପ ଓଡ଼ିଶାର ହଜାର ହଜାର ପରିବାରକୁ ସ୍ୱଚ୍ଛ ଶକ୍ତି ଆଡ଼କୁ ଆଗେଇବାକୁ ଏବଂ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ର ଲାଭ ଉଠାଇବାକୁ ପ୍ରେରିତ କରିବ ବୋଲି ଆଶା କରାଯାଉଛି, ଯାହା ପରିବେଶର ସୁରକ୍ଷା ପାଇଁ ଅବଦାନ ଦେବା ସହିତ ରୁଫ୍‌ଟପ୍ ସୋଲାର ସ୍ଥାପନ ପାଇଁ ଆକର୍ଷଣୀୟ ସବ୍‌ସିଡି ପ୍ରଦାନ କରୁଛି।

ଏହି ଅବସରରେ ଅମିତ ରୋହିଦାସ କହିଛନ୍ତି ଯେ, ମୁଁ ମଧ୍ୟ ମୋ ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇଛି, ଆପଣ ମଧ୍ୟ ଏହା କରିପାରିବେ ଏବଂ ନିଜର ବିଦ୍ୟୁତ ବିଲ୍ କମାଇ ପାରିବେ।

ଏହି ପଦକ୍ଷେପ ଉପରେ ନିଜର ମତ ରଖି ଟିପିସିଓଡିଏଲ୍ ର ସିଇଓ ଅରଭିନ୍ଦ ସିଂ କହିଛନ୍ତି ଯେ, “ଅମିତ ରୋହିଦାସଙ୍କ ଭଳି ଜଣାଶୁଣା କ୍ରୀଡ଼ାବିତ୍ ରୁଫ୍‌ଟପ୍ ସୋଲାର ଆପଣାଉଥିବା ଏବଂ ଦୀର୍ଘସ୍ଥାୟୀ ଶକ୍ତିର ପ୍ରଚାର କରୁଥିବା ଦେଖି ଆମେ ବହୁତ ଖୁସି। ଏଭଳି ପଦକ୍ଷେପଗୁଡ଼ିକ ସମାଜକୁ ଏକ ଉତ୍ତମ ଭବିଷ୍ୟତ ପାଇଁ ସବୁଜ ବିକଳ୍ପ ଆପଣେଇବାକୁ ଅନୁପ୍ରାଣିତ କରିଥାଏ। ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ଉପଭୋକ୍ତାମାନଙ୍କୁ ପ୍ରତିଟି ପାଦରେ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଟିପିସିଓଡିଏଲ୍ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ।”

Related Post