ଆଜିର ଖାସ ଖବର
Sat. May 30th, 2026

ସୌର ଶକ୍ତି ଚାଳିତ ସ୍ଥାୟୀତ୍ୱରେ ଓଡ଼ିଶା ଅଗ୍ରଣୀଅରଭିନ୍ଦ୍ ସିଂହ, ସିଇଓ, ଟିପିସିଓଡିଏଲ

By Admin_Dainkasha Aug21,2025

ଅରଭିନ୍ଦ୍ ସିଂହ, ସିଇଓ, ଟିପିସିଓଡିଏଲ

ଅକ୍ଷୟ ଊର୍ଜା ଦିବସରେ ଆମେ ଅକ୍ଷୟ ଶକ୍ତି ଏବଂ ସ୍ଥାୟୀତ୍ୱ ପ୍ରତି ଭାରତର ଅଟଳ ପ୍ରତିବଦ୍ଧତା ଉତ୍ସବ ପାଳନ କରୁଛୁ। ସୂର୍ଯ୍ୟ ହେଉଛନ୍ତି ନିରନ୍ତର ଶକ୍ତିର ଉତ୍ସ ଏବଂ ଏକ ସ୍ୱଚ୍ଛ ଏବଂ ସବୁଜ ଭବିଷ୍ୟତର ଚାବିକାଠି। ଆଜି ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନା ଭଳି ଦୂରଦର୍ଶୀ ଉଦ୍ୟମ ମାଧ୍ୟମରେ ଏହି ଭବିଷ୍ୟତ ଆଉ ଏକ ସୁଦୂର ସ୍ୱପ୍ନ ନୁହେଁ ବରଂ ପ୍ରତ୍ୟେକ ଭାରତୀୟ ପରିବାର ପାଖରେ ପହଂଚିଥିବା ଏକ ବାସ୍ତବତା।
ଭାରତର ଶକ୍ତି ସ୍ୱାଧୀନତା ଯାତ୍ରାରେ ପିଏମ ସୂର୍ଯ୍ୟ ଘର ଯୋଜନା ଏକ ପରିବର୍ତନଶୀଳ ପଦକ୍ଷେପ। ଆକର୍ଷଣୀୟ ଆର୍ôଥକ ସମର୍ଥନ ସହିତ ଏହା ରୁଫ ଟପ ସୋଲାର ଶକ୍ତିକୁ ସାଧାରଣ ନାଗରିକଙ୍କ ପାଇଁ ଅନୁକୂଳ କରିଛି। ଉଦାହରଣ ସ୍ୱରୂପ, ଏକ ୩ କିଲୋୱାଟ୍ ବ୍ୟବସ୍ଥା ପାଇଁ ବର୍ତମାନ କେନ୍ଦ୍ର ସରକାରଙ୍କ ଠାରୁ ୭୮,୦୦୦ ଟଙ୍କାର ଅନୁଦାନ ଏବଂ ଓଡ଼ିଶା ସରକାରଙ୍କ ଠାରୁ ଅତିରିକ୍ତ ୬୦,୦୦୦ ଟଙ୍କାର ଅନୁଦାନ ମିଳୁଛି। ଏହିଭଳି ଆର୍ôଥକ ସମର୍ଥନ ପରିବାରଗୁଡ଼ିକର ପାରମ୍ପରିକ ଗ୍ରିଡ୍ ଶକ୍ତି ଉପରେ ନିର୍ଭରତା ହ୍ରାସ ନିଶ୍ଚିତ କରୁଥିବା ବେଳେ ସ୍ୱଚ୍ଛ, ଅକ୍ଷୟ ଶକ୍ତିର ପ୍ରସାର ମଧ୍ୟ କରୁଛି।
ପ୍ରାକୃତିକ ସମ୍ପଦ ପାଇଁ ଜଣାଶୁଣା ଓଡ଼ିଶା ଏକ ସୌର-କେନ୍ଦ୍ରିତ ଏବଂ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରୁଥିବା ରାଜ୍ୟ ଭାବରେ ଉଭା ହେଉଛି। ଶିଳ୍ପରୁ ଆରମ୍ଭ କରି ଗୃହ ଗୁଡ଼ିକ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୌର ଶକ୍ତିର ବ୍ୟବହାର ଜଳବାୟୁ ପରିବର୍ତନକୁ ରୋକିବା, କାର୍ବନ ନିର୍ଗମନ ହ୍ରାସ କରିବା ଏବଂ ଏକ ଶକ୍ତି-ସୁରକ୍ଷିତ ଭବିଷ୍ୟତ ଗଠନ କରିବା ପାଇଁ ଆମର ସାମୂହିକ ସଂକଳ୍ପକୁ ପ୍ରତିଫଳିତ କରୁଛି। ବର୍ଷ ସାରା ପ୍ରଚୁର ସୂର୍ଯ୍ୟ କିରଣ ପାଉଥିବା ଓଡ଼ିଶା ଏହି ସବୁଜ ଶକ୍ତି ଆନ୍ଦୋଳନର ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ।
ଏହି ଦୃଷ୍ଟିକୋଣକୁ ବାସ୍ତବତାରେ ପରିଣତ କରିବା ପାଇଁ, ସରକାର ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ୟୁଟିଲିଟି-ଲେଡ୍ ଆଗ୍ରିଗେସନ୍ (ୟୁଏଲ୍‌ଏ) ମଡେଲ୍ ଚାଲୁ କରିଛନ୍ତି। ୟୁଏଲ୍‌ଏ ଯୋଜନା ମାଧ୍ୟମରେ ବର୍ତମାନ ୧ କିଲୋୱାଟ୍ ଚୁକ୍ତିନାମା ଚାହିଦା ଥିବା ଘରୋଇ ଉପଭୋକ୍ତାମାନେ ନିଜ ଘରେ ସର୍ବନିମ୍ନ ଆର୍ôଥକ ବୋଝ ସହିତ ରୁଫ ଟପ ସୋଲାର ବ୍ୟବସ୍ଥା ସ୍ଥାପନ କରିପାରିବେ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନୁଦାନ ପରେ ଜଣେ ଉପଭୋକ୍ତା ମାତ୍ର ୫୦୦୦ ଟଙ୍କା ଏବଂ ଜେନେରେସନ୍ ମିଟରର ମୂଲ୍ୟ ଦେଇ ପ୍ରତି ମାସରେ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ସ୍ୱଚ୍ଛ ସବୁଜ ବିଦ୍ୟୁତ୍ ଉପଭୋଗ କରିପାରିବେ। ପାଞ୍ଚ ବର୍ଷର ମାଗଣା ରକ୍ଷଣାବେକ୍ଷଣ ଏବଂ ୨୫ ବର୍ଷରୁ ଅଧିକ ବର୍ଷର ଆୟୁଷ ସହିତ ଏହା କେବଳ ଏକ ଆର୍ôଥକ ସଞ୍ଚୟ ନୁହେଁ ବରଂ ସ୍ଥାୟୀତ୍ୱରେ ଏକ ଦୀର୍ଘକାଳୀନ ନିବେଶ।
ସୌର ଶକ୍ତିର ପ୍ରତିଶ୍ରୁତି ସହିତ ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ୱଳ। ପ୍ରତ୍ୟେକ ଛାତ ଯାହା ସୌର ଶକ୍ତି ଗ୍ରହଣ କରୁଛି ତାହା ଶକ୍ତି ସ୍ୱାଧୀନତା, କାର୍ବନ ଫୁଟପ୍ରିଣ୍ଟ ହ୍ରାସ ଏବଂ ଆମ ପିଲାମାନଙ୍କ ପାଇଁ ଏକ ସବୁଜ ଭବିଷ୍ୟତ ଆଡକୁ ଏକ ପଦକ୍ଷେପ। ଟିପିସିଓଡିଏଲ ଏହି ପରିବର୍ତନର ନେତୃତ୍ୱ ନେଉଥିବାରୁ ଆମେ ଗର୍ବିତ।

ଏହି ଅକ୍ଷୟ ଊର୍ଜା ଦିବସରେ, ଆସନ୍ତୁ ଆମେ ନିଶ୍ଚିତ ହେବା ଯେ ସ୍ଥାୟୀତ୍ୱ ଏକ ବିକଳ୍ପ ନୁହେଁ ବରଂ ଏକ ଜରୁରୀ ଦାୟିତ୍ୱ। ଓଡ଼ିଶାରେ ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜିଲି ଯୋଜନା ଏବଂ ୟୁଏଲ୍‌ଏ ମଡେଲ୍ ଭଳି ପଦକ୍ଷେ ଗ୍ରହଣ କରି ଆମେ ଆମର ଘରଗୁଡିକୁ ଶକ୍ତି ଘରରେ
ପରିଣତ କରିପାରିବା, ଆମର ରାଜ୍ୟକୁ ନବୀକରଣୀୟ ଶକ୍ତିରେ ଏକ ଅଗ୍ରଣୀ ଏବଂ ଆମର ରାଷ୍ଟ୍ରକୁ ସ୍ଥାୟିତ୍ୱରେ ଏକ ଆଲୋକ ସ୍ତମ୍ଭରେ ପରିଣତ କରିପାରିବା।

Related Post