ଆଜିର ଖାସ ଖବର
Mon. Apr 20th, 2026

ପୋଦାର ପ୍ଲମ୍ବିଂ କର୍ଣ୍ଣାଟକରେ ୭୮୫ କୋଟି ନିବେଶ ଜରିଆରେ ୧୨,୦୦୦ ନିଯୁକ୍ତି ସୃଷ୍ଟି କରିବ

By Admin_Dainkasha Aug4,2025

ଭୁବନେଶ୍ୱର: ଅଗ୍ରଣୀ ସିପିଭିସି ଓ ପିଭିସି ପାଇପ ନିର୍ମାତା ପୋଦାର ପ୍ଲମ୍ବିଂ ସିଷ୍ଟମ ପ୍ରାଇଭେଟ ଲିମିଟେଡ କର୍ଣ୍ଣାଟକରେ ନିବେଶକୁ ୪୯୨ କୋଟି ଟଙ୍କାରୁ ୭୫୮ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାର ଲକ୍ଷ୍ୟ ହେଉଛି ୧୨୦୦୦ ନିଯୁକ୍ତି ସୃଷ୍ଟି କରିବା। କୋଲାରର ଭେମାଗଲ ଶିଳ୍ପାଂଚଳ (ଫେଜ-୨)ରେ ୩୩ ଏକର ଜମିରେ କମ୍ପାନି ଏକ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛି। ସେଥିରୁ ୨୦୨୬ ଅଗଷ୍ଟରୁ ଉତ୍ପାଦନ ଆରମ୍ଭ କରିବା ଆଶା କରାଯାଉଛି। କମ୍ପାନି ବିଜୟପୁରାରେ ଏକ ଦ୍ୱିତୀୟ ୟୁନିଟ୍ ସ୍ଥାପନ କରିବାକୁ ମଧ୍ୟ ଯୋଜନା ରଖିଛି।
ଖଣିଜ ଭବନରେ କର୍ଣ୍ଣାଟକ ଏମଏସଏମଇ ମନ୍ତ୍ରୀ ଏମ ବି ପାଟିଲଙ୍କ ସହ ସାକ୍ଷାତ ଆଲୋଚନା ବେଳେ ପୋଦାର ପ୍ଲମ୍ବିଂର ପରିଚାଳନା ନିର୍ଦେଶକ ଦୀପକ ପୋଦାର ଓ ନିର୍ଦେଶକ ବରୁଣ ପୋଦାର ଏହି ଘୋଷଣା କରିଛନ୍ତି।
ମନ୍ତ୍ରୀ ଶ୍ରୀ ପାଟିଲଙ୍କ ଅନୁସାରେ ପୋଦାର ପ୍ଲମ୍ବିଂ ସିଷ୍ଟମକୁ ଭେମଗଳ ଶିଳ୍ପାଚଂଳ ଫେଜ-୨ରେ ୩୩ ଏକର ଜମି ଆବଂଟନ କରାଯାଇଛି। କମ୍ପାନି ଏହାର କାରଖାନାକୁ ୨୦୨୬ ଅଗଷ୍ଟ ସୁଦ୍ଧା କାର୍ଯ୍ୟକ୍ଷମ କରିବା ଉପରେ କାମ କରୁଛି। ଏହି ବୈଠକ ପରେ ମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପ ଦ୍ୱାରା ୩୦୦୦ ପ୍ରତ୍ୟକ୍ଷ ଏବଂ ୯୦୦୦ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି।
ଏ ସମ୍ପର୍କରେ ପୋଦାର ପ୍ଲମ୍ବିଂ ସିଷ୍ଟମ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ଦୀପକ ପୋଦାର କହିଛନ୍ତି ଯେ, “ପୋଦାର ପ୍ଲମ୍ବିଂରେ ଆମେ ଶିଳ୍ପାୟନକୁ ବଢ଼ାଇବା ସହିତ କର୍ଣ୍ଣାଟକରେ ଅର୍ଥପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପ୍ରତିବଦ୍ଧ ଅଛୁ। ଆମର ନୂଆ ନିବେଶ ଭାରତକୁ ଅତ୍ୟାଧୁନିକ ପାଇପ ସମାଧାନରେ ଆତ୍ମନିର୍ଭର କରିବାର ଆମର ଦୀର୍ଘକାଳୀନ ଲକ୍ଷ୍ୟକୁ ଦୋହରାଉଛି। ଭେମଗଲରେ ଏହି ନୂଆ କାରଖାନା ଏବଂ ବିଜୟପୁରାରେ ପ୍ରସ୍ତାବିତ ୟୁନିଟ ସହିତ ଆମେ ବିଶ୍ୱସ୍ତରୀୟ ଉତ୍ପାଦ ନିର୍ମାଣ କରିବା, ସ୍ଥାନୀୟ ପ୍ରତିଭାଙ୍କୁ ଦୃଢ଼ କରିବା ଏବଂ ଏହି ଅଂଚଳର ଅର୍ଥନୈତିକ ବିକାଶ ପ୍ରତି ଉଲ୍ଲେଖନୀୟ ଯୋଗଦାନ ଦେବାକୁ ଲକ୍ଷ୍ୟ ରଖିଛୁ।”
ଆଶିର୍ବାଦ ପାଇପସର ପ୍ରତିଷ୍ଠାତାଙ୍କ ଦ୍ୱାରା ଏହି କମ୍ପାନି ୧୦ ବର୍ଷରେ ୧୫,୦୦୦ କୋଟି ଟଙ୍କାର ବାର୍ଷିକ କାରବାର ହାସଲ କରିବାକୁ ଆଶା ରଖିଛି। ଏହି ପ୍ରକଳ୍ପ ସମାନ ସମୟରେ ସରକାରଙ୍କ ପାଇଁ ୩୦୦୦ କୋଟି ଟଙ୍କାର ରାଜସ୍ୱ ସୃଷ୍ଟି କରିବ। ଭେମଗଳରେ ନିର୍ମାଣ ଓ ମେସିନ ସ୍ଥାପନ କାମ ଆରମ୍ଭ ହୋଇଗଲାଣି। ଏହି କାରଖାନାରରେ ବିବିଧ ପ୍ରକାରର ଉଚ୍ଚ ମାନର ପିଭିସି ପାଇପ ଓ ପିଟିଂସ ସହିତ ସିପିଭିସି ଓ ୟୁପିଭିସି ପାଇପ ନିର୍ମାଣ କରାଯିବ ଯାହାକୁ ପ୍ଲମ୍ବିଂ, ଜଳ ବଂଟନ, ଜଳସେଚନ ଓ ରସାୟନ ଓ ଗ୍ୟାସ ପରିବହନ ପାଇଁ ଶିଳ୍ପ ପାଇପ କ୍ଷେତ୍ରରେ ବ୍ୟବହାର କରାଯିବ।

Related Post