ଆଜିର ଖାସ ଖବର
Tue. Apr 21st, 2026

ପୁନାୱାଲା ଫିନ୍‌କର୍ପ ପକ୍ଷରୁ କଞ୍ଜ୍ୟୁମର ଡ୍ୟୁରେବଲ୍ ଋଣ ବଜାରରେ ପ୍ରବେଶ

By Admin_Dainkasha Apr23,2025
Poonawalla Fincorp Enters Consumer Durables Loans Market to Accelerate Customer Acquisition and Unlock High-Yield Growth

ଭୁବନେଶ୍ୱର: ସାଇରସ୍ ପୁନାୱାଲା ଗ୍ରୁପ୍‌ର ଅଂଶ ପୁନାୱାଲା ଫିନକର୍ପ ଲିମିଟେଡ୍ (ପିଏଫ୍‌ଏଲ୍‌) ଏହାର କଞ୍ଜ୍ୟୁମର ଡ୍ୟୁରେବଲ୍ ଋଣ ବ୍ୟବସାୟ ଆରମ୍ଭ କରିଥିବା ଘୋଷଣା କରିଛି। କମ୍ପାନି ପକ୍ଷରୁ ପ୍ରାକ୍ ମଞ୍ଜୁର ସୀମା ସହିତ ଏକ ଡିଜିଟାଲ୍ ଇଏମ୍‌ଆଇ କାର୍ଡର ମଧ୍ୟ ଶୁଭାରମ୍ଭ କରାଯାଇଛି ଯାହା ଜରିଆରେ ଗ୍ରାହକମାନେ ସୁବିଧାରେ କଂଜ୍ୟୁମର ଡ୍ୟୁରେବଲ୍ ଉତ୍ପାଦ କିଣିପାରିବେ। ଏହି ଶୁଭାରମ୍ଭ ସହିତ କମ୍ପାନି ଏକ ଦ୍ରୁତ ଅଭିବୃଦ୍ଧିଶୀଳ ତଥା ହାଇ ଭେଲୋସିଟି ଖୁଚୁରା ଋଣ ବର୍ଗରେ ପ୍ରବେଶ କରି ଏହାର ଏକ ଦୃଢ଼ ରିଟେଲ ଫ୍ରାଂଚାଇଜି ଗଠନ କରିବାରେ ଦକ୍ଷତାକୁ ଦୃଢ଼ କରିଛି।
କଂଜ୍ୟୁମର ଡ୍ୟୁରେବଲ୍ ଋଣ ତତ୍କାଳ ପଏଂଟ୍ ଅଫ୍ ସେଲ୍ ଓ ଡିଜିଟାଲ ଉପାୟରେ ଗ୍ରାହକ ହାସଲ ଜରିଆରେ ଗ୍ରାହକ ସଂଖ୍ୟାରେ ଦ୍ରୁତ ଅଭିବୃଦ୍ଧି ଆଣିବାର ସୁଯୋଗ ରହିଛି। ଅଧିକନ୍ତୁ, ଜଣେ କଞ୍ଜ୍ୟୁମର ଡ୍ୟୁରେବଲ୍ ଋଣ ଗ୍ରାହକ ଜଣେ ବ୍ୟକ୍ତିଗତ ଋଣ, ବୀମା ଓ ଅନ୍ୟାନ୍ୟ ଆର୍ଥିକ ଉତ୍ପାଦର ଗ୍ରାହକ ହେବାର ସମ୍ଭାବନା ରହିଛି।
ପୁନାୱାଲା ଫିନକର୍ପର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ଅରବିନ୍ଦ କପିଲ କହିଛନ୍ତି ଯେ, “ଏହା କେବଳ ଏକ ଉତ୍ପାଦ ଶୁଭାରମ୍ଭ ନୁହେଁ, ଆମ ରିଟେଲ ବ୍ୟବସାୟକୁ ଗଭୀର ଓ ଅଧିକ ଲାଭଦାୟକ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ନିୟୁତାଧିକ ନୂଆ ଗ୍ରାହକଙ୍କ ପାଖରେ ପହଂଚିବାର ସମ୍ଭାବନା ଖୋଲିବ ଏବଂ ସେମାନଙ୍କ ଆର୍ଥିକ ଜୀବନଚକ୍ରରେ ସେବା ପ୍ରଦାନ କରିବାରେ ସକ୍ଷମ କରିବ।’’
ନୂଆ ଉତ୍ପାଦରେ ୫ ମିନିଟ୍‌ରେ ଋଣ ମଞ୍ଜୁର ହେବ, ଯାହା ଉଭୟ ବେତନଭୋଗୀ ଓ ସ୍ୱାବଲମ୍ବୀ ଲୋକମାନଙ୍କୁ ଡିଲର ପଏଂଟ୍‌ରେ ନିରବଚ୍ଛିନ୍ନ ଅନୁଭୂତି ସୁନିଶ୍ଚିତ କରିବ। ଏଥିରେ ଫାଇନାନ୍ସ ସହଜରେ ମିଳିପାରିବ ଏବଂ ଦ୍ରୁତ ଗତିରେ କଞ୍ଜ୍ୟୁମର ଡ୍ୟୁରେବଲ୍ ଋଣ ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇପାରିବ।
ଭାରତର କଞ୍ଜ୍ୟୁମର ଡ୍ୟୁରେବଲ୍ ବଜାର ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଫାଇନାନ୍ସ ସାନ୍ଦ୍ରତାରେ ଉଲ୍ଲେଖନୀୟ ବୃଦ୍ଧି ହେବ। ପିଏଫ୍‌ଏଲ୍ ଅନୁସାରେ କଞ୍ଜ୍ୟୁମର ଡ୍ୟୁରେବଲ୍ କ୍ଷେତ୍ରରେ ଫାଇନାନ୍ସ ସାନ୍ଦ୍ରତା ବର୍ତମାନ ୩୦ ପ୍ରତିଶତ ରହିଛି ଏବଂ ଏହି ଅଂଚଳରେ ଦ୍ରୁତ ଗତିରେ ତାହା ବୃଦ୍ଧି ପାଉଛି। କୋଟି କୋଟି ଗ୍ରାହକ ଇଏମଆଇ ଜରିଆରେ ସ୍ମାର୍ଟଫୋନ୍‌,ଇଲେକ୍ଟ୍ରୋନିକ୍ସ ଓ ଆପ୍ଲାଏନ୍ସ କିଣୁଥିବାରୁ ପୁନାୱାଲା ଫିନକର୍ପ ଦ୍ରୁତ ଗ୍ରାହକ ଯୋଡ଼ିବା ଏବଂ ଦୀର୍ଘକାଳୀନ ସର୍ମ୍ପକକୁ ଚାହିରହିଛି। କମ୍ପାନି ସଠିକ୍ ସମୟରେ ସଠିକ୍ ଡିଜିଟାଲ୍ ଷ୍ଟକ୍ ଓ ବ୍ୟବସ୍ଥା ସହଯୋଗିତା ସହିତ ବଜାରରେ ପ୍ରବେଶ କରିଛି। ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରି କମ୍ପାନି ଘରେ ଘରେ ପରିଚିତ ଏକ ନାମରେ ପରିଣତ ହେବାକୁ ଲକ୍ଷ୍ୟ ରଖିଛି।
ପିଏଫ୍‌ଏଲ୍‌ର ପ୍ରାରମ୍ଭିକ ପ୍ରାଥମିକତା ହେଉଛି ପ୍ରଥମ ୯୦ ଦିନର ଗ୍ରାହକ ଯୋଡ଼ିବା ପ୍ରକ୍ର୍ରିୟାକୁ ସଂଗଠିତ କରିବା ଏବଂ ଏହାର ବ୍ୟବସାୟକୁ ବିଭିନ୍ନ ସ୍ଥାନରେ ବଢ଼ାଇବା। ପ୍ରଥମ ପର୍ଯ୍ୟାୟରେ କମ୍ପାନି ମେଟ୍ରୋ ସହର ସମେତ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହର ଭଳି ୭୦ଟି ସ୍ଥାନରେ ସମ୍ପ୍ରସାରଣ କରିବାକୁ ଯୋଜନା ରଖିଥିବା ବେଳେ ୫୦୦୦ ଡିଲରଙ୍କ ସହ ଏହା ସହଯୋଗିତା କରିବ। ଏଥି ସହିତ ବିଭିନ୍ନ ଓଇଏମ୍ ସହ ସହଯୋଗିତା କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି। କଂଜ୍ୟୁମର ଡ୍ୟୁରେବଲ୍ ଋଣ ବ୍ୟବସାୟର ଶୁଭାରମ୍ଭ ସହିତ ପିଏଫ୍‌ଏଲ୍ ଏହାର ପେମେଂଟ୍ ବ୍ୟବସ୍ଥା ସୁଦୃଢ଼ କରିଛି। ଏହି ଶୁଭାରମ୍ଭ ସହିତ କମ୍ପାନି ପ୍ରତିବଦ୍ଧତା ଅନୁସାରେ ୬ ନୂଆ ବ୍ୟବସାୟ ଆରମ୍ଭ କରିଛି।

Related Post