ଆଜିର ଖାସ ଖବର
Sat. May 30th, 2026

ପୁନାୱାଲା ଫିନକର୍ପ ପକ୍ଷରୁ ଭାରତ ପାଇଁ ଅଭିନବ ବାଣିଜ୍ୟିକ ଯାନ ଋଣ ବ୍ୟବସାୟର ଶୁଭାରମ୍ଭ

By Admin_Dainkasha Mar19,2025

ଭୁବନେଶ୍ୱର: ସାଇରସ ପୁନାୱାଲା ଗ୍ରୁପ୍ ଅଧୀନରେ ପରିଚାଳିତ ଅଣ ବ୍ୟାଙ୍କିଂ ଆର୍ôଥକ ସଂସ୍ଥା ପୁନାୱାଲା ଫିନକର୍ପ ଲିମିଟେଡ୍ (ପିଏଫ୍‌ଏଲ୍‌) ପକ୍ଷରୁ ଗ୍ରାମୀଣ ଭାରତକୁ ଦୃଷ୍ଟିରେ ରଖି ବାଣିଜ୍ୟିକ ଯାନ ପାଇଁ ସିକ୍ୟୁରଡ୍ ଋଣ ବ୍ୟବସାୟ ଆରମ୍ଭ କରାଯାଇଛି। ଏହା ଜରିଆରେ କମ୍ପାନି ଦେଶର ବାଣିଜ୍ୟିକ ଯାନ ଅପରେଟରମାନଙ୍କ ଦକ୍ଷତା ବଢ଼ାଇ ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳ କ୍ଷେତ୍ରକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଛୋଟ, ହାଲୁକା, ଏବଂ ମଧ୍ୟମ ଏବଂ ଭାରୀ ବାଣିଜ୍ୟିକ ଯାନ ସମେତ ଉଭୟ ବ୍ୟବହୃତ ଓ ନୂଆ ଯାନ ଲାଗି ଏହି ଋଣ ପ୍ରଦାନ କରାଯିବ।
ଏହି ଲଞ୍ଚର ଏକ ଅଂଶ ଭାବରେ, ପିଏଫଏଲ ଏହାର ସୁରକ୍ଷା-ପ୍ରଥମ ପଦ୍ଧତି ସହିତ ସଂଯୁକ୍ତ ଏକ ପ୍ରଯୁକ୍ତିବିଦ୍ୟା ମଧ୍ୟ ଶୁଭାରମ୍ଭ କରିଛି। ଏହା ଗ୍ରାହକମାନଙ୍କ ପାଇଁ ଡକ୍ୟୁମେଣ୍ଟେସନ୍ ପ୍ରକ୍ରିୟାରେ ସମୟ ହ୍ରାସ କରିବ ଏବଂ ଏକ ନିର୍ବିଘ୍ନ ଅନବୋର୍ଡିଂ ଅଭିଜ୍ଞତାକୁ ସକ୍ଷମ କରିବା ଉପରେ ପ୍ରାଧାନ୍ୟତା ଦେବ। ବିଭିନ୍ନ ପ୍ରଯୁକ୍ତିବିଦ୍ୟା ଅଂଶୀଦାରମାନଙ୍କ ସହିତ ସମନ୍ୱିତ କରି, କମ୍ପାନୀ ଯାଞ୍ଚ କରାଯାଇଥିବା ଉତ୍ସରୁ ବୈଧତା ସହିତ ମୂଲ୍ୟାୟନ ଢାଞ୍ଚା ବିକଶିତ କରିଛି।
ଭାରତର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ବଜାର ଉପରେ ଦୃଢ ଧ୍ୟାନ ଦେଇ,ପିଏଫ୍‌ଏଲ୍ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୨ ରାଜ୍ୟର ୬୮ସ୍ଥାନରେ ପ୍ରବେଶ କରୁଛି ଏବଂ ପରବର୍ତୀ ଆର୍ôଥକ ବର୍ଷରେ ୨୦ ରାଜ୍ୟର ୪୦୦ ସ୍ଥାନରେ ସମ୍ପ୍ରସାରଣ କରିବ। ବାଣିଜ୍ୟିକ ଯାନ ଋଣ ସିଧାସଳଖ ଗ୍ରାହକ, ଡିଲ, ଏବଂ ଚ୍ୟାନେଲ୍ ପାର୍ଟନର୍ ମାଧ୍ୟମରେ ପ୍ରଦାନ କରାଯିବ।
ଏହି ଅବସରରେ ପୁନାୱାଲା ଫିନକର୍ପର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଶ୍ରୀ ଅରବିନ୍ଦ କପିଲ କହିଛନ୍ତି ଯେ, “ବାଣିଜ୍ୟିକ ପରିବହନ କ୍ଷେତ୍ର ଆମର ବର୍ଦ୍ଧିତ ଅର୍ଥନୀତିର ମେରୁଦଣ୍ଡ ହୋଇ ରହିଛି। ଆମର ନୂତନ ବାଣିଜ୍ୟିକ ଯାନ ଋଣ ସିଧାସଳଖ ସୁଗମ ପ୍ରକ୍ରିୟା ଏବଂ ଅସୁବିଧା-ମୁକ୍ତ ଡକ୍ୟୁମେଣ୍ଟେସନ୍ ସହିତ ପରିବହନକାରୀଙ୍କ ଆର୍ôଥକ ଆବଶ୍ୟକତାକୁ ସହଜ କରିବ। ଏହା ଆମର ସିକ୍ୟୁରଡ୍ ବ୍ୟବସାୟର ବର୍ଗମାଳାକୁ ସୁଦୃଢ଼ କରିବ।”
ଭାରତର ଦ୍ରୁତ ଗତିରେ ବଢ଼ୁଥିବା ଇ-କମର୍ସ କ୍ଷେତ୍ର, ଦ୍ରୁତ ଶିଳ୍ପ ଅଭିବୃଦ୍ଧି, ଏବଂ ଭିତିଭୂମି ବିକାଶ ପାଇଁ ଦେଶବ୍ୟାପୀ ବାଣିଜ୍ୟିକ ଯାନର ଚାହିଦା ବଢ଼ିଛି। ବ୍ୟବହୃତ ବାଣିଜ୍ୟିକ ଯାନ କମ୍ପାନିର ବାଣିଜ୍ୟିକ ଯାନ ଋଣ ପୋର୍ଟଫୋଲିଓର ଏକ ଅଂଶ ହୋଇଛି।
ଏକ ଗୁରୁତ୍ୱପୂର୍ଣ୍ଣ ଓ ରିସ୍କ-ପ୍ରଥମ ପଦ୍ଧତି ସହିତ କମ୍ପାନି କେବଳ ଦ୍ରୁତ ଋଣ ବିତରଣକୁ ସୁଗମ କରୁନାହିଁ ବରଂ ଫ୍ଲିଟ୍ ମାଲିକ ଏବଂ ପରିବହନକାରୀମାନେ ନିଶ୍ଚିତତା ଏବଂ ସ୍ଥିରତା ସହିତ ତାଙ୍କର କାର୍ଯ୍ୟକଳାପ ବିସ୍ତାର କରିପାରିବେ। କମ୍ପାନି ଋଣକୁ ସରଳ କରିବା, ଗ୍ରାହକ ଆନନ୍ଦ ସୃଷ୍ଟି କରିବା ଏବଂ ଅନୁଭୂତି ବଢ଼ାଇବା ଉପରେ ଧ୍ୟାନ ଦେବା ଜାରି ରଖିଛି, ଯାହା ହେଉଛି କମ୍ପାନିର ପ୍ରାଥମିକତା।

Related Post