ଆଜିର ଖାସ ଖବର
Tue. Apr 28th, 2026

ଦୀପାବଳିରେ ଓଡ଼ିଶାକୁ ଆଲୋକିତ ରଖୁଛନ୍ତି ୧୫ ହଜାରରୁ ଅଧିକ ବିଦ୍ୟୁତ୍ କର୍ମଚାରୀ

By Admin_Dainkasha Oct19,2025

ଦୀପାବଳିର ଆଲୋକରେ ଯେତେବେଳେ ସାରା ଓଡ଼ିଶା ଆଲୋକିତ ହେଉଛି, ସେତେବେଳେ ଟାଟା ପାୱର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକର ୧୫୦୦୦ ରୁ ଅଧିକ ଗ୍ରାଉଣ୍ଡ ଷ୍ଟାଫ ମାନେ ନିରବରେ ଦିନ ରାତି କାମ କରୁଛନ୍ତି। ଏହି ଲାଇନମ୍ୟାନ୍‌, ଇଞ୍ଜିନିଅର ଓ ସହାୟକ ଦଳମାନେ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରୁଛନ୍ତି ଯାହା ଫଳରେ ସାରା ରାଜ୍ୟର ପ୍ରତିଟି ଘରେ ବିନା କୌଣସି ବାଧାରେ ଉତ୍ସବ ମନାଯାଇପାରୁଛି।
ଭୁବନେଶ୍ୱରରୁ ଆରମ୍ଭ କରି ରାଜ୍ୟର ସବୁଠୁ ଦୂର ଗ୍ରାମ ପର୍ଯ୍ୟନ୍ତ, ଏହି ଉତ୍ସବ ଋତୁରେ ଯେଉଁ ଆଲୋକ ଜଳୁଛି ସେହି ଆଲୋକ ପଛରେ ଅଛି ଏହି ଅଜଣା ନାୟକମାନଙ୍କ ନିଷ୍ଠା ଓ ସତର୍କତା। ଯେତେବେଳେ ପ୍ରତ୍ୟକ ଘର ଦୀପ, ଏଲଇଡି ଲାଇଟ୍‌, ସଙ୍ଗୀତ ଓ ହସରେ ଜୀବନ୍ତ ହୋଇଉଠୁଛି, ସେତେବେଳେ ଏହି ଆଗଧାଡିର କର୍ମଚାରୀମାନେ ବାହାରେ ରହି ସୁନିଶ୍ଚିତ କରୁଛନ୍ତି ଯେଭଳି ପ୍ରତ୍ୟେକ ମୁହୂର୍ତ୍ତ ଆଲୋକିତ ଏବଂ ସୁରକ୍ଷିତ ରହିବ।
ଉତ୍ସବ ସମୟରେ ବିଦ୍ୟୁତ୍ ଚାହିଦା ସର୍ବାଧିକ ଥିବା ସମୟରେ, ଟାଟା ପାୱର ଓଡ଼ିଶା ଡିସକମ୍ ଗୁଡିକ (ଟିପିଏନଓଡିଏଲ, ଟିପିଏସଓଡିଏଲ, ଟିପିସିଓଡିଏଲ ଓ ଟିପିଡବ୍ଲଓଡିଏଲ) ସମସ୍ତେ କିଭଳି ନିରବଛିନ୍ନ ସେବା ପାଇବେ ସେଥିପାଇଁ ପ୍ରୟାସ ଜାରି ରଖିଛନ୍ତି। ଉତ୍ସବ ପୂର୍ବରୁ ହିଁ ଡିସକମ୍ ଗୁଡିକ ନେଟୱାର୍କ ଯାଞ୍ଚ, ଭିତ୍ତିଭୂମି ସୁଦୃଢୀକରଣ ଓ ପର୍ବପର୍ବାଣୀ ସମୟରେ ବିଦ୍ୟୁତ ଚାହିଦାକୁ ନିୟନ୍ତ୍ରଣ କରିବା ପାଇଁ କଣ୍ଟ୍ରୋଲ୍ ସେଣ୍ଟରଗୁଡ଼ିକୁ ପ୍ରସ୍ତୁତ ରଖିଛନ୍ତି।
ସ୍ଥାନୀୟ ତ୍ରୁଟି ସମାଧାନ କରୁଥିବା ଏକ ଲାଇନମାନ୍ ହେଉ, ଲୋଡ଼ ଫ୍ଲୋ ନିରୀକ୍ଷଣ କରୁଥିବା କଣ୍ଟ୍ରୋଲ୍ ରୁମ୍ ଇଞ୍ଜିନିଅର ହେଉ କିମ୍ବା ଆପାତକାଳୀନ ସେବା ପାଇଁ ପ୍ରସ୍ତୁତ ଦଳ ହୁଅନ୍ତୁ ପ୍ରତ୍ୟେକ କର୍ମଚାରୀ ଏଭଳି ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି। ପ୍ରତ୍ୟେକ ଆଲୋକିତ ଘର ସେମାନଙ୍କ ନିଷ୍ଠା ଓ ପରିଶ୍ରମର ପ୍ରମାଣ ଅଟେ।
ଏହି ଉତ୍ସବ ଋତୁରେ, ଯେତେବେଳେ ଓଡିଶା ଆଲୋକର ଉତ୍ସବ ପାଳନ କରୁଛି, ଆସନ୍ତୁ ସେମାନଙ୍କୁ ଧବ୍ୟବାଦ ଜଣେଇବା, ଯେଉଁମାନେ ଏହାକୁ ସମ୍ଭବ କରିଛନ୍ତି। ସେଇ ଶକ୍ତିଶାଳୀ ଦଳ ମାନେ କେବଳ ଘରକୁ ନୁହେଁ, ହୃଦୟକୁ ମଧ୍ୟ ଆଲୋକିତ କରୁଛନ୍ତି।

Related Post