ଆଜିର ଖାସ ଖବର
Thu. Apr 16th, 2026

ରାମାୟଣ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନର ପ୍ରଥମ ବାର୍ଷିକୀ ପାଳନ

By Admin_Dainkasha Jan21,2025
Ramayan Cultural Centre celebrates the First Anniversary of the Ram Mandir Inauguration in Ayodhya
Ramayan Cultural Centre celebrates the First Anniversary of the Ram Mandir Inauguration in Ayodhya

ଭୁବନେଶ୍ୱର: ୨୦୨୪ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ସହିତ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରତ୍ୟକ୍ଷ କରିଥିଲା ଯାହା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଦଶନ୍ଧିର ଯାତ୍ରାର ସମାପ୍ତି ଥିଲା । ଏହି ଐତିହାସିକ ଘଟଣା କେବଳ ଏକ ବହୁ ପ୍ରତୀକ୍ଷିତ ସ୍ୱପ୍ନକୁ ପୂରଣ କରିନଥିଲା ବରଂ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପୁନରୁଦ୍ଧାର ମଧ୍ୟ କରିଥିଲା । ଜାନୁଆରୀ ୨୨, ୨୦୨୫ରେ ସାରା ବିଶ୍ୱ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ବାର୍ଷିକୀ ପାଳନ କରୁଥିବା ବେଳେ ଚନ୍ଦ୍ରଶେଖର ବାୱନକୁଲେଙ୍କ ଉଦ୍ୟମରେ ରାମାୟଣ ସାଂସ୍କୃତିକ କେନ୍ଦ୍ର ସାଂସ୍କୃତିକ ସଂରକ୍ଷଣ ଏବଂ ଶିକ୍ଷାର ଆଲୋକ ଭାବରେ ଉଭା ହୋଇ ଭଗବାନ ରାମଙ୍କ ମୂଲ୍ୟବୋଧ ଏବଂ ଆଦର୍ଶପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଯାଉଛି ।
ଚନ୍ଦ୍ରଶେଖର ବାୱନକୁଲେଙ୍କ ନେତୃତ୍ୱରେ ନିର୍ମିତ ରାମାୟଣ ସାଂସ୍କୃତିକ କେନ୍ଦ୍ର ରାମାୟଣର କାଳଜୟୀ ଶିକ୍ଷାକୁ ଆକର୍ଷଣୀୟ ପ୍ରଦର୍ଶନୀ, ଇଂଟରଆକ୍ଟିଭ୍ ପ୍ରତିଷ୍ଠାନ ଏବଂ ଶିକ୍ଷାଗତ କର୍ମଶାଳା ମାଧ୍ୟମରେ ଜୀବନ୍ତ କରିଛି । ଏହି କେନ୍ଦ୍ର ଆଂଚଳିକ ବିକାଶ ଏବଂ ଭାରତର ନୂତନ ପର୍ଯ୍ୟଟନ ସ୍ଥଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ଯାହା ସାରା ବିଶ୍ୱର ପର୍ଯ୍ୟଟକ ଏବଂ ପଣ୍ଡିତମାନଙ୍କୁ ଆକୃଷ୍ଟ କରିଛି ।
ପାରମ୍ପରିକ କାହାଣୀ ସହିତ ଅତ୍ୟାଧୁନିକ ଜ୍ଞାନକୌଶଳକୁ ମିଶାଇ ଏହି କେନ୍ଦ୍ର ପର୍ଯ୍ୟଟକ, ବିଶେଷକରି ଯୁବପିଢ଼ିଙ୍କୁ ଆଧୁନିକ ଓ ଅର୍ଥପୂର୍ଣ୍ଣ ଢଙ୍ଗରେ ପ୍ରାଚୀନ ପାଠ ସହିତ ଯୋଡ଼ିହେବା ପାଇଁ ଏକ ଅନନ୍ୟ ସ୍ଥାନ ପ୍ରଦାନ କରିଛି । ଏହି କେନ୍ଦ୍ର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହତ୍ୱର ଏକ ଅସାଧାରଣ ସ୍ଥାନ ଯେଉଁଥିରେ କଳା ଏବଂ କାହାଣୀ ମାଧ୍ୟମରେ ରାମାୟଣକୁ ପ୍ରଦର୍ଶିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ଏହି କେନ୍ଦ୍ରରେ \”ରାମାୟଣ ଦର୍ଶନମ ହଲ’ ରହିଛି ଯେଉଁଥିରେ ରାମାୟଣର ଦୃଶ୍ୟକୁ ଦର୍ଶାଉଥିବା ୧୨୦ରୁ ଅଧିକ ବିସ୍ତୃତ ତୈଳ ଚିତ୍ର ରହିଛି । ତାହା ପର୍ଯ୍ୟଟକମାନଙ୍କ ପାଇଁ ଏହି ମହାକାବ୍ୟକୁ ଜୀବନ୍ତ କରିଛି ।
ସାଂସ୍କୃତିକ ଶିକ୍ଷା ଏବଂ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଇ ରାମାୟଣ ସାଂସ୍କୃତିକ କେନ୍ଦ୍ର ରାମ ମନ୍ଦିରର ପରମ୍ପରାକୁ ସୁରକ୍ଷିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଯାହା ଦ୍ୱାରା ଭବିଷ୍ୟତ ପିଢ଼ି ରାମାୟଣର କାଳଜୟୀ ଶିକ୍ଷାରୁ ପ୍ରେରଣା ପାଇବାଜାରି ରଖିବେ । ଆଗାମୀ ବର୍ଷରେ ରାମାୟଣ ସାଂସ୍କୃତିକ କେନ୍ଦ୍ର ଏହାର ଐତିହ୍ୟସଂରକ୍ଷଣ, ଏକତାକୁ ପ୍ରୋତ୍ସାହିତ କରିବା ଏବଂ ଭବିଷ୍ୟତ ପିଢ଼ିଙ୍କୁ ପ୍ରେରଣା ଦେବା ପାଇଁ ଭାରତର ପ୍ରତିବଦ୍ଧତାର ପ୍ରତୀକ ଭାବରେ ଉଭା ହୋଇ ଆଗକୁ ବଢିବାକୁ ଯାଉଛି ।
ନାଗପୁର ନିକଟସ୍ଥ କୋରାଡି ମନ୍ଦିର ପରିସରରେ ଅବସ୍ଥିତ ରାମାୟଣ ସାଂସ୍କୃତିକ କେନ୍ଦ୍ରକୁ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୦୨୩ ରେ ଉଦ୍‌ଘାଟନ କରିଥିଲେ, ଯାହାର ଉଦ୍ଦେଶ୍ୟ କେବଳ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଜୀବନ୍ତ କରିବା ନୁହେଁ ବରଂ ଏହି ଅଂଚଳରେ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ ବିକାଶକୁ ପ୍ରୋତ୍ସାହିତ କରିବା । ରାମାୟଣ ସାଂସ୍କୃତିକ କେନ୍ଦ୍ର ହେଉଛି ଭାରତୀୟ ବିଦ୍ୟା ଭବନର ଉପାଧ୍ୟକ୍ଷ ତଥା ଟ୍ରଷ୍ଟି ଶ୍ରୀ ବନୱାରୀଲାଲଜୀ ପୁରୋହିତଙ୍କ ମାନସ ସନ୍ତାନ ।

Related Post