ଆଜିର ଖାସ ଖବର
Mon. Apr 27th, 2026

ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ପକ୍ଷରୁ ମେଫେୟାର ୱି କେୟାର ସହିତ ସହଭାଗୀତା

By Admin_Dainkasha Oct15,2025
  • ରଣନୈତିକ ଭାଗିଦାରୀତା ବିଶ୍ୱବ୍ୟାପୀ ଆରଜିଆଇସିଏଲ୍ ପଲିସିଧାରକଙ୍କ ପାଇଁ ୨୪/୭ ବିଶ୍ୱସ୍ତରୀୟ ଚିକିତ୍ସା ଏବଂ ଯାତାୟାତ ସହାୟତା

ଭୁବନେଶ୍ୱର: ଭାରତର ପ୍ରମୁଖ ଘରୋଇ ସାଧାରଣ ବୀମା କମ୍ପାନୀଗୁଡ଼ିକ ମଧ୍ୟରୁ ଗୋଟିଏ, ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ, ୟୁକେ-ଭିତ୍ତିକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ସଂସ୍ଥା ମେଫେୟାର ୱି କେୟାର ଲିମିଟେଡ୍ ସହିତ ଏକ ରଣନୈତିକ ସହଭାଗୀତାରେ ପ୍ରବେଶ କରିଛି। ଏହି ସହଯୋଗ ମେଫେୟାରର ସ୍ୱାସ୍ଥ୍ୟସେବା ସଂସ୍ଥା ଅନ୍ତର୍ଜାତୀୟ ବିଶେଷଜ୍ଞତାକୁ ବ୍ୟବହାର କରି ବିଶ୍ୱର ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଆରଜିଆଇସିଏଲ୍ ପଲିସିଧାରକଙ୍କୁ ସୁଗମ, ସୀମାହୀନ ସ୍ୱାସ୍ଥ୍ୟସେବା ଏବଂ ଜରୁରୀକାଳୀନ ସହାୟତା ପ୍ରଦାନ କରିବ।
ଏହି ଚୁକ୍ତିନାମାର ଏକ ଅଂଶ ଭାବରେ, ମେଫେୟାର ୱି କେୟାର ଏକ ୨୪/୭ ବହୁଭାଷୀ ଆଲାର୍ମ ସେଣ୍ଟର ପରିଚାଳନା କରିବ, ଯାହା ବିଦେଶରେ ଯାତ୍ରା କରୁଥିବା କିମ୍ବା ରହୁଥିବା ରିଲାଏନ୍ସ ଜେନେରାଲ ଗ୍ରାହକମାନଙ୍କୁ ୨୪/୭ ବହୁଭାଷୀ ଆଲାର୍ମ ସେବା ପ୍ରଦାନ କରିବ। ଏହି କେନ୍ଦ୍ର ଚିକିତ୍ସା ଏବଂ ଯାତ୍ରା ସମ୍ବନ୍ଧୀୟ ସହାୟତା ପାଇଁ ଏକକ ଯୋଗାଯୋଗ ବିନ୍ଦୁ ଭାବରେ କାର୍ଯ୍ୟ କରିବ। ଏହା ଗ୍ରାହକ-ପ୍ରଥମ ଲକ୍ଷ୍ୟ ଭାବେ ବିଶ୍ୱବ୍ୟାପୀ ସୁଲଭ ସମାଧାନ ପ୍ରଦାନ କରିବା ପାଇଁ ଆରଜିଆଇସିଏଲ୍ ର ପ୍ରତିବଦ୍ଧତାକୁ ସୁଦୃଢ଼ କରିବ।
ଏହା ମାଧ୍ୟମରେ ସେବା ପରିସର ଅନ୍ତର୍ଭୁକ୍ତ ଥିବା ସୁବିଧା ଗୁଡ଼ିକ ମଧ୍ୟରେ : ବିଦେଶରେ ପଲିସିଧାରକଙ୍କ ପାଇଁ ନଗଦହୀନ ଏବଂ ପ୍ରତିପୂରଣ ଦାବି ସମାଧାନ ପାଇପରିବେ । ସେହିପରି ଡାକ୍ତରୀ ରେଫରାଲ୍‌, ନିଯୁକ୍ତି ବ୍ୟବସ୍ଥା, ଏବଂ ବିଦେଶରେ ଟେଲି-ସହାୟତା ପ୍ରାପ୍ତ କରିପାରିବେ। ଜରୁରୀକାଳୀନ ଡାକ୍ତରୀ ସ୍ଥାନାନ୍ତର ଏବଂ ପ୍ରତ୍ୟାବର୍ତ୍ତନ ସମନ୍ୱୟ, ଜଟିଳ ପରିସ୍ଥିତିରେ ସମୟୋଚିତ ଏବଂ ନିର୍ଭରଯୋଗ୍ୟ ସହାୟତା ସୁନିଶ୍ଚିତ କରିପାରିବେ। ଯାତ୍ରା ସମ୍ବନ୍ଧୀୟ ସେବା ଯେପରିକି ଭିସା ଏବଂ ଟୀକାକରଣ ସୂଚନା, ଇଣ୍ଟେରପ୍ରିଟେର ରେଫରାଲ୍‌, ଦୂତାବାସ ସେବା ସମାଧାନ, ଏବଂ ହଜିଯାଇଥିବା ଡକ୍ୟୁମେଣ୍ଟ କିମ୍ବା ଲଗେଜ ସହିତ ସହାୟତା ପାଇପରିବେ। କମ୍ପନସେଟିଭ୍ ଭିଜିଟ୍‌, ନାବାଳକଙ୍କ ଯାତ୍ରା, ଏବଂ ଗୁରୁତ୍ୱପୂର୍ଣ୍ଣ ସେବାର ସମନ୍ୱୟ ସହ ଚିକିତ୍ସା ଆବଶ୍ୟକତା ବ୍ୟତୀତ ବ୍ୟାପକ ଯତ୍ନ ମଧ୍ୟ ଲାଭ ପାଇପାରିବେ।
ସହଭାଗୀତା ବିଷୟରେ ମତାମତ ଦେଇ, ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସର ସିଇଓ ଶ୍ରୀ ରାକେଶ ଜୈନ କହିଛନ୍ତି: “ରିଲାଏନ୍ସ ଜେନେରାଲରେ, ଆମେ ଆମର ପଲିସିଧାରକଙ୍କ ପାଇଁ ଆଣିଥିବା ମୂଲ୍ୟକୁ ବୃଦ୍ଧି କରିବାକୁ ନିରନ୍ତର ଚେଷ୍ଟା କରୁଛୁ। ମେଫେୟାର ୱି କେୟାର ସହିତ ସହଭାଗୀତା ଆମକୁ ବିଶ୍ୱସ୍ତରୀୟ, ସୀମାହୀନ ସ୍ୱାସ୍ଥ୍ୟସେବା ଏବଂ ଯାତ୍ରା ସହାୟତା ସେବାଗୁଡ଼ିକୁ ବିସ୍ତାର କରୁଛୁ। ଯାହା ଆମର ଗ୍ରାହକମାନେ ବିଶ୍ୱର ଯେକୌଣସି ସ୍ଥାନରେ ଥାଆନ୍ତୁ ନା କାହିଁକି, ସେମାନଙ୍କ ସୁରକ୍ଷିତ ଏବଂ ଯତ୍ନବାନ ଅନୁଭୁତିକୁ ସୁନିଶ୍ଚିତ କରୁଛି।”
ଏହି ଚୁକ୍ତିନାମା, ଅଗଷ୍ଟ ୧, ୨୦୨୫ ରୁ କାର୍ଯ୍ୟକାରୀ ହେଉଛି, ଯାହା ନବୀକରଣର ସମ୍ଭାବନା ସହିତ ପ୍ରାରମ୍ଭିକ ତିନି ବର୍ଷ ପାଇଁ, ଯାହା ବୀମା ଇକୋସିଷ୍ଟମରେ ଅଭିନବ ଏବଂ ଗ୍ରାହକ-କୈନ୍ଦ୍ରିକ ସମାଧାନ ପ୍ରଦାନ କରିବା ପାଇଁ ଉଭୟ ସଂଗଠନର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।

Related Post