ଆଜିର ଖାସ ଖବର
Wed. Apr 29th, 2026

ରେନୋ ପକ୍ଷରୁ ଆଗାମୀ ସାଧାରଣତନ୍ତ୍ର ଦିବସରେ ଆଇକନିକ୍ ଡଷ୍ଟର୍‌ର ପ୍ରତ୍ୟାବର୍ତନ ଘୋଷଣା

By Admin_Dainkasha Oct29,2025

ଭୁବନେଶ୍ୱର: ଫ୍ରାନ୍ସର କାର୍ ନିର୍ମାତା ରେନୋ ଗ୍ରୁପ୍‌ର ସମ୍ପୂର୍ଣ୍ଣ ସହାୟକ କମ୍ପାନି ରେନୋ ଇଣ୍ଡିଆ ପକ୍ଷରୁ ବହୁ ପ୍ରତିକ୍ଷୀତ ନୂଆ ଏସ୍‌ୟୁଭି ଡଷ୍ଟର୍‌ର ପ୍ରତ୍ୟାବର୍ତନ ସମ୍ପର୍କରେ ଘୋଷଣା କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୧୨ରେ ଉନ୍ମୋଚନ ହୋଇଥିବା ରେନୋ ଡଷ୍ଟର୍ ଏସ୍‌ୟୁଭି ଦୃଶ୍ୟପଟ୍ଟକୁ ପୁନର୍ବ୍ୟାଖ୍ୟା କରିଥିଲା ଏବଂ ଏକ ବର୍ଗରେ ଅଗ୍ରଗାମୀ ହୋଇଥିଲା ଯାହା ବର୍ତମାନ ଯାତ୍ରୀବାହୀ ଯାନ ବଜାରର ପ୍ରାୟ ଏକ ଚତୁର୍ଥାଂଶ ହାସଲ କରିଛି। ଡଷ୍ଟର ବ୍ରାଣ୍ଡର ଅନ୍ତର୍ଜାତୀୟ ଯୋଜନା ୨୦୨୭ ଅଧୀନରେ ଏହା ଭାରତରେ ଉନ୍ମୋଚିତ ହେବାକୁ ଥିବା ପ୍ରଥମ ଉତ୍ପାଦ ହେବ।
ଏହି ଅବସରରେ ରେନୋ ଗ୍ରୁପ ଇଣ୍ଡିଆର ସିଇଓ ଷ୍ଟେଫାନ୍ ଡେବ୍ଲେଜ୍ କହିଛନ୍ତି ଯେ, “ରେନୋ ଡଷ୍ଟର କେବଳ ଏକ ନାମ ନୁହେଁ – ଏହା ଏକ ସଚ୍ଚା କିମ୍ବଦନ୍ତୀ। ରୋମାଂଚ, ନିର୍ଭରଯୋଗ୍ୟତା ଏବଂ ନବସୃଜନର ପ୍ରତୀକ ପାଲଟିଥିବା ଏହି କାର୍‌ର ପ୍ରତ୍ୟବର୍ତନ ଭାରତୀୟ ବଜାର ପ୍ରତି ଆମର ପ୍ରତିବଦ୍ଧତା ଏବଂ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରୁଥିବା ଯାନ ପ୍ରଦାନ କରିବାର ଆଗ୍ରହକୁ ଦର୍ଶାଉଛି। ନୂଆ ରେନୋ ଡଷ୍ଟର ଏହାର ଆଇକନିକ୍ ଉତରାଧିକାରୀ ଉପରେ ନିର୍ଭର କରି ଆଧୁନିକ ଡିଜାଇନ୍‌, ଉନ୍ନତ ପ୍ରଯୁକ୍ତି ଏବଂ ଉନ୍ନତ ପ୍ରଦର୍ଶନ ପ୍ରଦାନ କରିବ।’’
ଏହି ଘୋଷଣା ଭାରତୀୟ କାର୍ ପ୍ରେମୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ଯେଉଁମାନେ ଅନେକ ଦିନ ଧରି ସେମାନଙ୍କ ପ୍ରିୟ ଏସ୍‌ୟୁଭିର ପ୍ରତ୍ୟବର୍ତନକୁ ଅପେକ୍ଷା କରିଛନ୍ତି। ବିଶ୍ୱବ୍ୟାପୀ ପ୍ରାୟ ୧.୮ ନିୟୁତ ଗ୍ରାହକ ଏବଂ ଭାରତରେ ୨୦୦,୦୦୦ରୁ ଅଧିକ ଖୁସି ମାଲିକ ସହିତ ଡଷ୍ଟରର ଏକ ଅତ୍ୟନ୍ତ ସଫଳ ମଡେଲ୍ ଏବଂ ଏହା ରେନୋର ବିଶ୍ୱସ୍ତରୀୟ ପୋର୍ଟଫୋଲିଓରେ ଅନ୍ୟତମ ସଫଳ ଏସ୍‌ୟୁଭି ହୋଇରହିଛି।
୨୬ ଜାନୁଆରୀ ୨୦୨୬ ଗଣତନ୍ତ୍ର ଦିବସରେରେ ଏହା ଉନ୍ମୋଚିତ ହେବ। ତା’ ପୂର୍ବରୁ ଆଜି ଆରମ୍ଭ ହେଉଥିବା ୱେଟିଙ୍ଗ ପ୍ରୋଗ୍ରାମରେ ଯୋଗ ଦେଇ ଏହାକୁ ଅନୁସରଣ କରନ୍ତୁ।

Related Post