ଆଜିର ଖାସ ଖବର
Thu. Apr 16th, 2026

ଆର୍‌କେସିପିଏଲ୍ ଲିମିଟେଡ୍ ପକ୍ଷରୁ ୧୨୫୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Oct4,2025

ଭୁବନେଶ୍ୱର: ସିଭିଲ୍ ନିର୍ମାଣ ଓ ଭିତିଭୂମି କମ୍ପାନି ଆର୍‌କେସିପିଏଲ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। କମ୍ପାନି ଏଲିଭେଟେଡ୍ ସଡ଼କ, ଫ୍ଲାଏଓଭର, ପୋଲ, ସଡ଼କ ଉପରେ ଓଭରବ୍ରିଜ୍‌, ରାଜପଥ, ଏକ୍ସପ୍ରେସ୍‌ୱେ, ଡ୍ରେଜେନ୍ ବ୍ୟବସ୍ଥା ଓ କେନାଲ ବ୍ୟବସ୍ଥା ଆଦି ବିକାଶ କରୁଛି।
କମ୍ପାନି ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ୧୨୫୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। ଏହେି ଅଫରରେ ୭୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଂଶଧନକାରୀମାନେ ଅଫର ଫର୍ ସେଲ୍‌ରେ ୫୫୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି (୧) ନିର୍ମାଣ ଉପକରଣ କିଣିବା ବାବଦ କାର୍ଯ୍ୟକାରୀ ପୁ୍‌ଂଜି, (୨) କମ୍ପାନି ହାସଲ କରିଥିବା କିଛି ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା, (୩) ସହାୟକ କମ୍ପାନି ଭାଟିଣ୍ଡା ଲୁଥିଆନା ହାଇୱେ ପ୍ରାଇଭେଟ ଲିମିଟେଡ, ପୋଆନ୍ତା ସାହିବ ହାଇୱେ ପ୍ରାଇଭେଟ୍ ଲିମିଟେଡ୍ ଓ ଅମ୍ବାଲା ରିଙ୍ଗ ରୋଡ ହାଇୱେ ପ୍ରାଇଭେଟ୍ ଲିମିଟେଡ୍‌ର ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା ଏବଂ (୪) ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି।
ଆର୍‌କେସିପିଏଲ୍ ହେଉଛି ଏକ ସିଭିଲ ନିର୍ମାଣ ଓ ଭିତିଭୂମି ବିକାଶ କମ୍ପାନି ଯାହାର ସାରା ଭାରତରେ ସ୍ୱତନ୍ତ୍ର ଢ଼ାଂଚା କାର୍ଯ୍ୟକୁ କାର୍ଯ୍ୟକାରୀ କରିବାରେ ବିଶେଷତା ରହିଛି। କମ୍ପାନି ଏଲିଭେଟେଡ୍ ସଡ଼କ, ଫ୍ଲାଏଓଭର, ପୋଲ, ସଡ଼କ ଉପରେ ଓଭରବ୍ରିଜ୍‌, ରାଜପଥ, ଏକ୍ସପ୍ରେସ୍‌ୱେ, ଡ୍ରେଜେନ୍ ବ୍ୟବସ୍ଥା ଓ କେନାଲ ବ୍ୟବସ୍ଥା ଆଦି ବିକାଶ କରୁଛି।
ଏହି ଅଫର୍‌ର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଇକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଆନନ୍ଦ ରାଠି ଆଡଭାଇଜର୍ସ ଲିମିଟେଡ୍‌।

Related Post