ଆଜିର ଖାସ ଖବର
Mon. Apr 20th, 2026

ସମ୍ଭବ ଷ୍ଟିଲ୍ ଟ୍ୟୁବ୍‌ସ ଲିମିଟେଡ୍‌ର ୪୫୦ କୋଟି ଟଙ୍କାର ଆଇପିଓ ୨୦୨୫ ଜୁନ୍ ୨୫ରେଖୋଲିବ

By Admin_Dainkasha Jun23,2025

ଭୁବନେଶ୍ୱର: ସମ୍ଭବ ଷ୍ଟିଲ୍ ଟ୍ୟୁବ୍‌ସ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ଜୁନ୍ ୨୫, ବୁଧବାର ଦିନ ଖୋଲିବ। ଏହି ଅଫରର ମୋଟ୍ ଆକାର ୫୪୦ କୋଟି ଟଙ୍କା ରହିଛି। ସେଥିରୁ ୪୪୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର୍ ଫର୍ ସେଲ୍‌ରେ ଅଂଶଧନକାରୀମାନେ ୧୦୦ କୋଟି ଟଙ୍କାର ଇକ୍ୱିଟି ସେୟାର୍ ବିକ୍ରି କରିବେ।
ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ଜୁନ୍ ୨୪ ମଙ୍ଗଳବାର ଦିନ ବିଡ୍ ଦାଖଲ କରିପାରିବେ। ୨୦୨୫ ଜୁନ୍ ୨୭ ଶୁକ୍ରବାର ଦିନ ବିଡ୍ ଦାଖଲ ଶେଷ ହେବ।
ଏହି ଅଫର୍‌ରେ ଇକ୍ୱିଟି ସେୟାର ପିଛା ଦାମ୍ ୭୨ ଟଙ୍କାରୁ ୮୨ ଟଙ୍କା ମଧ୍ୟରେ ରହିଛି। ନିବେଶକମାନେ ସର୍ବନିମ୍ନ ୧୮୨ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୧୮୨ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ହାସଲ କରିଥିବା କିଛି ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭରଣା କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବ।
ଅଫର୍ ଫର୍ ସେଲ୍‌ରେ ଶଶାଙ୍କ ଗୋୟଲ୍‌ଙ୍କ ପକ୍ଷରୁ ୧୦ କୋଟି ଟଙ୍କାର, ରୋହିତ ଗୋୟଲ୍‌ଙ୍କ ପକ୍ଷରୁ ୧୦ କୋଟି ଟଙ୍କାର, କୌଶଲ୍ୟା ଗୋୟଲ ୩୫ କୋଟି ଟଙ୍କାର, ହର୍ଷିତ ଗୋୟଲ ୧୦ କୋଟି ଟଙ୍କାର ଓ ରିଙ୍କୁ ଗୋୟଲ ୩୫ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର୍ ବିକ୍ରି କରିବେ।
କର୍ମଚାରୀମାନଙ୍କୁ ଇକ୍ୱିଟି ସେୟାର ପିଛା ୪ ଟଙ୍କାର ରିହାତି ମିଳିବ। କମ୍ପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍ ଓ ଏନଏସଇରେ ତାଲିକାଭୁକ୍ତ କରାଯିବ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍ ଓ ମୋତିଲାଲ ଓସ୍ୱାଲ୍ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍‌।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ। ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ। ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।

Related Post