ଆଜିର ଖାସ ଖବର
Thu. Apr 16th, 2026

ଏସ୍‌ବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ମୋବାଇଲ୍ ଆପ୍‌ରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ସ୍କାନିଂ ସୁବିଧାର ଶୁଭାରମ୍ଭ

By Admin_Dainkasha Sep22,2025

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଜେନେରାଲ୍ ଇନ୍‌ସ୍ୟୁରାନ୍ସ କମ୍ପାନି ଏସ୍‌ବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏହାର ମୋବାଇଲ୍ ଆପ୍‌ରେ ଏକ ଅଭିନବ, ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟ୍ରାକିଂ ସୁବିଧା ଆରମ୍ଭ କରାଯାଇଛି ଯାହା ସ୍ୱାସ୍ଥ୍ୟ ଓ କଲ୍ୟାଣର ପ୍ରସାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅତ୍ୟାଧୁନିକ ବାୟୋମେଟ୍ରିକ୍ ପ୍ରଯୁକ୍ତି ବ୍ୟବହାରରେ ପ୍ରସ୍ତୁତ କରାଯାଇଥିବା ଏହି ସୁବିଧା ବ୍ୟବହାରକାରୀମାନଙ୍କୁ କେବଳ ମୁଖମଣ୍ଡଳ ଓ ଟିପ ଚିହ୍ନ ସ୍କାନ୍ କରି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚନା ପ୍ରଦାନ କରିବ। ପ୍ରତ୍ୟକ୍ଷ ୱେଲ୍‌ନେସ୍ ପାଇଁ ଏହି ଅଭିଯାନ ଏକ ନିରବଚ୍ଛିନ୍ନ, ସ୍ପର୍ଶବିହୀନ ଓ ପ୍ରଯୁକ୍ତି ଆଧାରିତ ଆଭିମୁଖ୍ୟ ପ୍ରଦାନ କରିବ।
କେୟାରପ୍ଲିକ୍ସ ସହଯୋଗରେ ବିକାଶ କରାଯାଇଥିବା ଏହି ସ୍ୱାସ୍ଥ୍ୟ ସୁବିଧା ବ୍ୟବହାରକାରୀମାନଙ୍କୁ ହୃତସ୍ପନ୍ଦନ ହାର, ରକ୍ତ ଚାପ, ବିଏମ୍‌ଆଇ, ଶରୀର ଓଜନ, ଚାପ ସ୍ତର, ଶରୀର ମୋଟ ମୋଟାପଣ, ଶରୀରରେ ଜଳୀୟ ଅଂଶ ଏବଂ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚନା ପ୍ରଦାନ କରିବ। କେବଳ ଆଙ୍ଗୁଠି ଟିପ କିମ୍ବା ମୁଖ ମଣ୍ଡଳକୁ ସ୍କାନ କରି ବ୍ୟବହାରକାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଅବଗତ ହୋଇପାରିବେ।
କେୟାରପ୍ଲିକ୍ସର ଅଭିନବ ରିମୋଟ ଫଟୋପ୍ଲେଥିସ୍ମୋଗ୍ରାଫି (ଆରପିପିଜି) ପ୍ରଯୁକ୍ତିକୁ ବ୍ୟବହାର କରି ଏହି ଡାଟା ଡିଜାଇସ୍‌ର କ୍ୟାମେରାରେ ସରଳ ଭିଡିଓ ରେକର୍ଡିଂ ଓ ଆଙ୍ଗୁଠି ଟିପ ସ୍କାନିଂ କରି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚନା ବାହାର କରିପାରିବ, ଯାହା ଫଳରେ ବ୍ୟବହାରକାରୀମାନେ କୌଣସି ପ୍ରତ୍ୟକ୍ଷ ସେନ୍‌ସର୍ କିମ୍ବା ନିଡିଲ୍ ବିନା ଯେକୌଣସି ସ୍ଥାନ, ଯେକୌଣସି ସମୟରେ ସ୍ୱାସ୍ଥ୍ୟ ସୂଚନା ପାଇପାରିବେ।
ଏହି ଉନ୍ମୋଚନ ସମ୍ପର୍କରେ ଏସ୍‌ବିଆଇ ଜେନେରାଲ୍ ଇନ୍‌ସ୍ୟୁରାନ୍ସର ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହମ୍ମଦ ଆରିଫ୍ ଖାନ୍ କହିଛନ୍ତି ଯେ, “ପାରମ୍ପରିକ ବୀମା ବାହାରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚନା ପ୍ରଦାନ କରିବା ଦିଗରେ ଏହି ଅଭିନବ ସ୍ୱାସ୍ଥ୍ୟ ସ୍କାନିଂ ସୁବିଧା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଏକ ଡିଜିଟାଲ ସଶକ୍ତ ଓ ସ୍ୱାସ୍ଥ୍ୟ ସଚେତନ ସମାନ ପାଇଁ ଆମ ଲକ୍ଷ୍ୟକୁ ପ୍ରତଫଳିତ କରୁଛି ଯେଉଁଠାରେ ଲୋକମାନେ ନିଜ ସ୍ୱାସ୍ଥ୍ୟକୁ ପ୍ରତ୍ୟକ୍ଷ ଭାବେ ନିରୀକ୍ଷଣ କରିପାରିବେ। ଏହି ସୁବିଧା ଆଗମନ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ଆଗରେ ରଖିଛି ଯେଉଁଠାରେ ଅଭିନବ ଓ ସୁବିଧା ନିରବଚ୍ଛିନ୍ନ ଭାବେ ଦୈନନ୍ଦୀନ ଜୀବନରେ ସମନ୍ୱିତ ହୋଇପାରିବ। ଗ୍ରାହକମାନଙ୍କୁ ଅତ୍ୟାଧୁନିକ ଓ ବ୍ୟବହାରକାରୀ ଅନୁକୂଳ ସମାଧାନ ପ୍ରଦାନ କରିବା ପାଇଁ କମ୍ପାନି ଏହାର ପ୍ରଯୁକ୍ତି ଦକ୍ଷତାର ସମ୍ପ୍ରସାରଣକୁ ଜାରି ରଖିବ।”
ଏହି ବାୟୋମେଟ୍ରିକ୍ ସୁବିଧା କମ୍ପାନିର ଉଭୟ ପୁରୁଣା ଓ ନୂଆ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ରହିବ। ଏହି ଆପ୍ ଏହାର ସହଯୋଗୀ ନିଦାନ ପ୍ରଦାନକାରୀମାନଙ୍କ ଜରିଆରେ ଲ୍ୟାବ୍ ଟେଷ୍ଟ ଉପରେ ୫ ପ୍ରତିଶତ ରିହାତି ମଧ୍ୟ ପ୍ରଦାନ କରୁଛି।

Related Post