ଆଜିର ଖାସ ଖବର
Tue. May 26th, 2026

ଆସନ୍ତା ୦୯ ତାରିଖରେ ସମସ୍ତ ବିଦ୍ୟୁତ୍ ଚୋରି ମାମଲାର ହେବ ସହଜ ସମାଧାନ: ଟିପିଡବ୍ଲୁଓଡିଏଲ୍

By Admin_Dainkasha May7,2026 #TPWODL

ଆସନ୍ତା ୦୯ ମେ ୨୦୨୬ (ଶନିବାର) ସକାଳ ୧୦:୦୦ ରୁ ସନ୍ଧ୍ୟା ୫:୦୦ ପର୍ଯ୍ୟନ୍ତ ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଲୋକ ଅଦାଲତରେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ମଧ୍ୟ ଅଂଶ ଗ୍ରହଣ କରୁଅଛି ।ଏଣୁ କମ୍ପାନୀ ପକ୍ଷରୁ ଜନସାଧାରଣ ତଥା ଏହାର ସମସ୍ତ ବିଦ୍ୟୁତ୍ ଗ୍ରାହକମାନଙ୍କୁ ସୂଚିତ କରାଯାଉଅଛି ଯେ, ଆସନ୍ତା ଲୋକ ଅଦାଲତରେ ସାମିଲ ହୋଇ ବିଚାରାଧୀନ ରହିଥିବା ସେମାନଙ୍କର ସମସ୍ତ ପ୍ରକାର ଅନାଧିକୃତ ବିଦ୍ୟୁତ୍ ବ୍ୟବହାର ତଥା ବିଦ୍ୟୁତ୍ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ସମାଧାନ କରାଇ ସର୍ବାଧିକ ଲାଭ ଉଠାଇପାରିବେ ।ଏହି ପଦକ୍ଷେପ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଶୀଘ୍ର, ସ୍ୱଚ୍ଛ ଏବଂ ଗ୍ରାହକ-ଅନୁକୂଳ ଉପାୟରେ ବିଚାରାଧୀନ ଥିବା ସମସ୍ତ ପ୍ରକାର ଅନାଧିକୃତ ବିଦ୍ୟୁତ୍ ବ୍ୟବହାର ତଥା ବିଦ୍ୟୁତ୍ ଚୋରି ସମ୍ୱନ୍ଧୀୟ ମାମଲାଗୁଡ଼ିକର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଅଛି ।

ସୁଗମ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ କମ୍ପାନୀ ପକ୍ଷରୁ ଏହାର ସମସ୍ତ ସବ-ଡିଭିଜନାଲ୍ (ଏସଡିଓ) ଏବଂ ସେକ୍ସନ ଅଫିସମାନଙ୍କରେ ବ୍ୟାପକ ବ୍ୟବସ୍ଥା କରାଯାଇଅଛି । ଯେଉଁଠାରେ ଲୋକ ଅଦାଲତ ସମୟରେ ଡକ୍ୟୁମେଣ୍ଟସନ୍, ଭେରିଫିକେସନ୍ ଏବଂ ପେମେଣ୍ଟ ସମ୍ୱନ୍ଧୀୟ ସମସ୍ତ ସହଯୋଗ କରାଯିବ ।ସୂଚନାଥାଉ କି, ବିଚାରାଧୀନ ଥିବା ବିଦ୍ୟୁତ୍ ଚୋରି ସମ୍ୱନ୍ଧୀୟ ମାମଲାଗୁଡ଼ିକର ସମାଧାନ ନିମନ୍ତେ ପଞ୍ଜୀକରଣ ଏବଂ ଆବଶ୍ୟକୀୟ ପ୍ରାରମ୍ଭିକ ଔପଚାରିକତା ସମାପ୍ତ କରିବା ପାଇଁ ଗ୍ରାହକମାନେ ଯଥାଶୀଘ୍ର ସେମାନଙ୍କର ନିକଟତମ ସବ-ଡିଭିଜନାଲ୍ କିମ୍ବା ସେକ୍ସନ ଅଫିସ ଭ୍ରମଣ କରିବା ପାଇଁ କମ୍ପାନୀ ପକ୍ଷରୁ ପରାମର୍ଶ ଦିଆଯାଉଅଛି । ଯାହାଫଳରେ ଗ୍ରାହକମାନେ ଏହି ଦିନିକିଆ ଲୋକ ଅଦାଲତର ସର୍ବାଧିକ ଲାଭ ଉଠାଇ ପାରିବେ ।ଅଧିକ ବିବରଣୀ ପାଇଁ, ଗ୍ରାହକମାନେ ସେମାନଙ୍କର ନିକଟତମ ଏସଡିଓ କିମ୍ବା ସେକ୍ସନ ଅଫିସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଅଛି ।

Related Post