ଆଜିର ଖାସ ଖବର
Sat. May 30th, 2026

ଏସ୍‌ଆର୍‌ଏମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିର ପୁରାତନ ଛାତ୍ର ଶ୍ରୀରାମ କ୍ରିଷ୍ଣନଙ୍କୁ ହ୍ୱାଇଟ୍ ହାଉସ୍‌ରେ ଆର୍ଟିଫିସିଆଲ ଇଂଟେିଜେନ୍ସରେ ବରିଷ୍ଠ ନୀତି ଉପଦେଷ୍ଟା ଭାବେ ନିଯୁକ୍ତି

By Admin_Dainkasha Dec24,2024
SRM Institute of Science and Technology Alumnus Sriram Krishnan Appointed Senior Policy Advisor for Artificial Intelligence at the White House
SRM Institute of Science and Technology Alumnus Sriram Krishnan Appointed Senior Policy Advisor for Artificial Intelligence at the White House
ଭୁବନେଶ୍ୱର: ଏସ୍‌ଆର୍‌ଏମ୍ ଇନଷ୍ଟିଚୁୃ୍ୟଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ଏସଆର୍‌ଏମ୍ ଆଇଏସ୍‌ଟି)ର ପୁରାତନ ଛାତ୍ର ଶ୍ରୀରାମ କ୍ରିଷ୍ଣନଙ୍କୁ ଆମେରିକାର ହ୍ୱାଇଟ୍ ହାଉସ୍‌ରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ନୀତି ଲାଗି ଆର୍ଟିଫିସିଆଲ ଇଂଟେଲିଜେନ୍ସର ବରିଷ୍ଠ ନୀତି ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ୨୦୦୫ରୁ ଇନଷ୍ଟିଚ୍ୟୁଟ୍‌ରୁ ସୂଚନା ପ୍ରଯୁକ୍ତିରେ ଡିଗ୍ରି ହାସଲ କରିଥିବା ଶ୍ରୀ କ୍ରିଷ୍ଣନଙ୍କ ଏସ୍‌ଆର୍‌ଏମ୍‌ର ଏକ ପ୍ରତିତାଭାବାନ ଛାତ୍ରରୁ ବିଶ୍ୱ ଏଆଇ ନୀତିର ଜଣେ ପ୍ରମୁଖ ବ୍ୟକ୍ତି ହେବା ଅନୁଷ୍ଠାନକୁ ଗର୍ବିତ କରିଛି । ଏହି ସଫଳତା ଏସଆରଏମ ବିଶ୍ୱବିଦ୍ୟାଳୟର ବୁଦ୍ଧିମତା ଓ ରୂପାନ୍ତରୀତ ପ୍ରଭାବକୁ ପ୍ରତିଫଳିତ କରୁଛି ।
ଏସ୍‌ଆର୍‌ଏମ୍‌କୁ ଆସିବା ବେଳେ କମ୍ପ୍ୟୁଟର ଦୁନିଆ ଓ ପ୍ରୋଗ୍ରାମିଂ ପ୍ରତି ସେ ନୂଆ ଥିଲେ । ମାତ୍ର ନିଜର ଆଗ୍ରହ ଓ ନିଷ୍ଠା ବଳରେ ସେ ଜଣେ ପ୍ରତିଭାବାନ ଛାତ୍ର ଭାବେ ଉଭା ହୋଇଥିଲେ । ପାଇଥନ୍ ପ୍ରୋଗ୍ରାମିଂ ଲୋକପ୍ରିୟ ହେବା ପୂର୍ବରୁ ସେ ସେଥିରେ ସିଦ୍ଧହସ୍ତ ହୋଇପାରିଥିଲେ । ନୂତନ ବିଷୟକୁ ଶୀଘ୍ର ଶିଖିବା ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିଥିଲା । ପାଠପଢ଼ା ଶେଷ ହେବ ପରେ ଶ୍ରୀରାମ ମାଇକ୍ରୋସଫ୍‌ଟ, ଟ୍ୱିଟର, ୟାହୁ, ଫେସବୁକ ଓ ସ୍ନାପଚାଟ ଭଳି ପ୍ରଯୁକ୍ତି କମ୍ପାନିରେ କାମ କରି ନୂତନ ଉତ୍ପାଦ ଓ ପ୍ରଯୁକ୍ତି ବିକାଶ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ତାଙ୍କ ଅଭିଜ୍ଞ୍ୟତା ଓ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ପାଇଁ ତାଙ୍କୁ ଏଆଇ ଲାଗି ହ୍ୱାଇଟ୍ ହାଉସ୍‌ରେ ବରିଷ୍ଠ ନୀତି ଉପଦେଷ୍ଟା ଭାବେ ନିଯୁକ୍ତ କରାଯାଇଛି ।
ଶ୍ରୀରାମଙ୍କ ଏହି ସଫଳତାରେ ଆମେ ଅତ୍ୟନ୍ତ ଗର୍ବ ଅନୁଭବ କରି ଏସ୍‌ଆର୍‌ଏମ୍ ଇନଷ୍ଟିଚୁୃ୍ୟଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜିର ପ୍ରତିଷ୍ଠାତା ଓ କୁଳାଧିପତି ଡକ୍ଟର ଟି ଆର ପରିବେଣୁଧର କହିଛନ୍ତି ଯେ, “ଆମେ କେବଳ ଆମ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଦକ୍ଷତା ନୁହେଁ ବରଂ ସେମାନଙ୍କର ନେତୃତ୍ୱ ନେବା, ଉଦ୍ଭାବନ କରିବା ଏବଂ ବିଶ୍ୱରେ ପ୍ରଭାବ ପକାଇବାର ଦକ୍ଷତାକୁ ମଧ୍ୟ ପ୍ରୋତ୍ସାହିତ କରିବାରେ ବିଶ୍ୱାସ କରୁଛୁ । ଶ୍ରୀରାମ କ୍ରିଷ୍ଣନଙ୍କ ସଫଳତା ଏସଆରଏମ ପ୍ରଦାନ କରୁଥିବା କଠୋର ଶୈକ୍ଷିକ ଏବଂ ସଂସ୍ଥାଗତ ଭିତିଭୂମିକୁ ପ୍ରତିଫଳିତ କରୁଛି । ଆମେ ସର୍ବଦା ସାମଗ୍ରିକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛୁ ଯାହା ନେତୃତ୍ୱ, ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧାରା ଏବଂ ବୈଶ୍ୱିକ ଦୃଷ୍ଟିକୋଣର ବିକାଶ ସହିତ ଶିକ୍ଷାରେ ଉତ୍କର୍ଷତାକୁ ଯୋଡୁଛି ।’’
ଏସ୍‌ଆରଏମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର କୁଳପତି ଡ. ସି.ମୁଥାମିଝଚେଲଭାନ୍ ଶିକ୍ଷାଦାନ ଓ ଶିକ୍ଷଣ କ୍ଷେତ୍ରରେ ଅନୁଷ୍ଠାନର ଅଭିନବ ଆଭିମୁଖ୍ୟ ଉପରେ ଆଲୋକପାତ କରି କହିଛନ୍ତି ଯେ, \”ଏସ୍‌ଆରଏମରେ ଆମର ଶିକ୍ଷାଗତ ଆଭିମୁଖ୍ୟ ଛାତ୍ରଛାତ୍ରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଚିନ୍ତା କରିବା, ଉଦୀୟମାନ ଜ୍ଞାନକୌଶଳକୁ ଗ୍ରହଣ କରିବା ଏବଂ ଦ୍ରୁତ ଗତିରେ ପରିବର୍ତିତ ବିଶ୍ୱରେ ନେତୃତ୍ୱ ନେବାପାଇଁ ସଶକ୍ତ କରିବା ପାଇଁ ପ୍ରସ୍ତୁତ କରାଯାଇଛି । ଆମର ଶିକ୍ଷାଦାନ ପଦ୍ଧତି କେବଳ ତାତ୍ୱିକ ଜ୍ଞାନ ଉପରେ ନୁହେଁ ବରଂ ବାସ୍ତବ ଦୁନିଆର ଆହ୍ୱାନରେ ସେହି ଜ୍ଞାନର ପ୍ରୟୋଗ ଉପରେ ମଧ୍ୟ ଧ୍ୟାନ ଦେଇଥାଏ ।’’

Related Post