ଆଜିର ଖାସ ଖବର
Tue. Apr 28th, 2026

ଏନବିବିଏଲର ଭାରତ କନେକ୍ଟ ଫର ବିଜନେସ ସହ ଯୋଡ଼ିହେଲା ଟାଲି ସଲ୍ୟୁସନ୍ସ

By Admin_Dainkasha Oct27,2025

ଭୁବନେଶ୍ୱର: ବ୍ୟବସାୟ ପରିଚାଳନା ସଫ୍ଟୱେରର ଅଗ୍ରଣୀ ସଂସ୍ଥା ଟାଲି ସଲ୍ୟୁସନ୍ସ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ଟାଲିପ୍ରାଇମ ଏନପିସିଆଇ ଭାରତ ବିଲପେ ଲିମିଟେଡ (ଏନବିବିଏଲ)ର ଭାରତ କନେକ୍ଟ ଫର ବିଜନେସ ପ୍ଲାଟଫର୍ମରେ ଯୋଡ଼ିହୋଇଛି। ଏହି ସମନ୍ୱୟ ଏକ ଇଂଟରଅପରେବଲ ଓ କନେକ୍ଟେଡ ବ୍ୟବସ୍ଥା ସୃଷ୍ଟି କରିଛି ଯେଉଁଠାରେ ବ୍ୟବସାୟଗୁଡ଼ିକ ସେମାନଙ୍କ ଇନଭଏସ, ଯୋଗାଣକାରୀଙ୍କ ସହ ଆଲୋଚନା, ସଂଗ୍ରହ, ପେମେଂଟ ଆଦିକୁ ପରଚାଳନା କରି ସେମାନଙ୍କ ନଗଦ ପ୍ରଦାନରେ ଉନ୍ନତି ଆଣିବା ସହ ପରଚାଳନାରେ ବିଳମ୍ବକୁ ହ୍ରାସ କରି ସଂଗଠିତ କରିପାରିବେ।
ଏନବିବିଏଲର ଭାରତ କନେକ୍ଟ ସହ ଟାଲିପ୍ରାଇମର ସମନ୍ୱୟ ଜରିଆରେ ବବସାୟଗୁଡ଼ିକ ଆର୍ôଥକ କାର୍ଯ୍ୟକୁ ପରିଚାଳନା କରିବା ଦକ୍ଷତାରେ ଉନ୍ନତି ଆଣିପାରିବେ। ସମୟ ସମ୍ବେଦନଶୀଳ କାମଗୁଡ଼ିକୁ ସଂଗଠିତ କରି ବ୍ୟବସାୟଗୁଡ଼ିକ ନିଜ ମୂଲ୍ୟବାନ ସମୟ ବଂଚାଇପାରିବେ ଓ ବ୍ୟବସାୟକୁ ବ୍ୟାପକ କରିପାରିବେ। ଏଥିରେ ସେମାନଙ୍କୁ ଇଆରପିରୁ ଇଆରପିକୁ ସ୍ୱୟଂକ୍ରିୟ ଭାବେ ଇନଭଏସ ବିନିମୟ ହୋଇପାରିବ। ଯୋଗାଣକାରୀମାନଙ୍କ ଇନଭଏସ ସ୍ୱୟଂକ୍ରିୟ ଭାବେ ରେକର୍ଡିଂ ହେବ। ଗ୍ରାହକ କରୁଥିବା ପେମେଂଟର ତତ୍କାଳ ନୋଟିଫିକେସନ ଆସିବ। ଏଆର ଓ ଏପିର ସ୍ୱୟଂକ୍ରିୟ ଫାଇସଲା ହୋଇପାରିବ।
ଏହି ସହଯୋଗିତା ସମ୍ପର୍କରେ ଏନପିସିଆଇ ଭାରତ ବିଲପେ ଲିମିଟେଡର ଏମଡି ଓ ସିଇଓ ନୁପୂର ଚତୁର୍ବେଦୀ କହିଛନ୍ତି ଯେ, ‘ଏକ ସରଳ ଓ ଇଂଟରଅପରେବଲ ଭିତିଭୂମି ଜରିଆରେ ସବୁ ବ୍ୟବସାୟକୁ ସଶକ୍ତ କରିବା ପାଇଁ ଭାରତ କନେକ୍ଟ ଫର ବିଜନେସକୁ ପ୍ରସ୍ତୁତ କରାଯାଇଛି। ଏହି ସମନ୍ୱୟ ଜରିଆରେ ଟାଲି ଦ୍ୱାରା ସାମିଲ କରାଯାଉଥିବା ଏମଏସଏମଇଗୁଡ଼ିକ ଏବେ ଏକ ଅଧିକ କନେକ୍ଟେଡ ପରିବେଶରେ ପରିଚାଳିତ ହୋଇପାରିବେ ଯେଉଁଠାରେ ଗୋଟିଏ ସ୍ଥାନରେ ଇନଭଏସ, ପେମେଂଟ ଓ ଫଇସଲା ପ୍ରତ୍ୟକ୍ଷ ଭାବେ ହୋଇପାରିବ। ଏହି ସହଯୋଗିତା ଡିଜିଟାଲ ଗ୍ରହଣୀୟତାକୁ ବଢ଼ାଇବା ସହ ବ୍ୟବସାୟ, ବ୍ୟାଙ୍କ ଓ ଗ୍ରାହକଙ୍କ ପାଇଁ ସମଗ୍ର ବ୍ୟବସ୍ଥାରେ ଏକକ ଅନୁଭୂତିକୁ ସକ୍ଷମ କରିବ।’’
ଟାଲି ସଲ୍ୟୁସନ୍ସର ପରିଚାଳନା ନିର୍ଦେଶକ ତେଜସ ଗୋଏଙ୍କା କହିଛନ୍ତି ଯେ, ‘ଟାଲିରେ ଆମର ମିସନ ସର୍ବଦା ଏସଏମଇ ପାଇଁ ବ୍ୟବସାୟର ସରଳୀକରଣ କରିବା। ଭାରତ କନେକ୍ଟ ଫର ବିଜନେସ ସହ ସହଯୋଗିତା ସେହି ଦିଗରେ ଆଉ ଏକ ପଦକ୍ଷେପ ଯାହା ସବୁ ପ୍ରକାରର ବ୍ୟବସାୟକୁ ଏକ ବାସ୍ତବ କନେକ୍ଟେଡ ଓ ଅବିରତ ମାଧ୍ୟମ ଜରିଆରେ ଇନଭଏସଠାରୁ ପେମେଂଟ ଓ ଫଇସଲା ପର୍ଯ୍ୟନ୍ତ ସବୁ କାରବାର ପରିଚାଳନା କରିବାରେ ଉପକୃତ କରିବ। ଏମଏସଏମଇମାନଙ୍କ ପରିଚାଳନାରେ ତାହା ଉଲ୍ଲେଖନୀୟ ଉନ୍ନତି ଆଣି ସେମାନଙ୍କୁ ନଗଦ ପ୍ରବାହ ଓ ଆର୍ôଥକ ସ୍ୱାସ୍ଥ୍ୟ ଉପରେ ଦୃଢ଼ ନିୟନ୍ତ୍ରଣ ପ୍ରଦାନ କରିବ।’’

Related Post