ଆଜିର ଖାସ ଖବର
Sat. May 30th, 2026

ଟାଟା ଏଆଇଏ ପକ୍ଷରୁ ୨୦୨୪-୨୫ ଆର୍ôଥକ ବର୍ଷରେ ସର୍ବକାଳୀନ ସର୍ବାଧିକ ୧,୮୪୨ କୋଟି ଟଙ୍କାର ବୋନସ ଘୋଷଣା

By Admin_Dainkasha May28,2025

ଭୁବନେଶ୍ୱର: ଭାରତର ଅନ୍ୟତମ ସବୁଠୁ ବିଶ୍ୱସନୀୟ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ ପକ୍ଷରୁ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ଆର୍ôଥକ ବର୍ଷ ପାଇଁ ଏହାର ଅଂଶଗ୍ରହଣକାରୀ ଯୋଜନାଗୁଡ଼ିକ ନିମନ୍ତେ ୧୮୪୨ କୋଟି ଟଙ୍କାର ରେକର୍ଡ ବୋନସ ଘୋଷଣା କରାଯାଇଛି। ଏହା ଦ୍ୱାରା ୮.୧୫ ଲକ୍ଷରୁ ଅଧିକ ପଲିସିଧାରକ ଉପକୃତ ହେବେ। ଗତ ଆର୍ôଥକ ବର୍ଷର ୧୪୬୫ କୋଟି ଟଙ୍କାର ବୋନସ ତୁଳନାରେ ଏହା ୨୬ ପ୍ରତିଶତ ଅଧିକ। ଏହା କମ୍ପାନି ଇତିହାସରେ ସର୍ବକାଳୀନ ସର୍ବାଧିକ ବୋନସ ପ୍ରଦାନ।
ଅଂଶଗ୍ରହଣକାରୀ ଯୋଜନାଗୁଡ଼ିକ ବ୍ୟତୀତ ଏହି ବୋନସକୁ ଡାଇମଣ୍ଡ ସେଭିଂ ପ୍ଲାନ, ସ୍ମାର୍ଟ ଭାଲ୍ୟୁ ଇନକମ ପ୍ଲାନ, ଭାଲ୍ୟୁ ଇନକମ ପ୍ଲାନ ଏବଂ ଶୁଭ ଫ୍ଲେକ୍ସି ଇନକମ ପ୍ଲାନ ପାଇଁ ଘୋଷଣା କରାଯାଇଛି।
ଅଂଶଗ୍ରହଣକାରୀ ବୀମା ଯୋଜନାଗୁଡ଼ିକୁ ‘ପାର’ ପ୍ଲାନ ମଧ୍ୟ କୁହାଯାଇଥାଏ ଯେଉଁଥିରେ ଜୀବନ ବୀମା କମ୍ପାନି ଏହାର ଲାଭର ଅଂଶକୁ ବୋନସ ଓ ଲାଭାଂଶ ଆକାରରେ ପଲିସିଧାରକଙ୍କୁ ପ୍ରଦାନ କରିଥାଏ। ଏହି ବୋନସର ଯଦିଓ ଗ୍ୟାରେଂଟି ନାହିଁ, କିନ୍ତୁ ସାଧାରଣତଃ ବୀମା କମ୍ପାନିର ଅଂଶଗ୍ରହଣକାରୀ ଯୋଜନାର ପ୍ରଦର୍ଶନ ଅନୁସାରେ ବାର୍ଷିକ ଭିତିରେ ତାହା ଘେଷଣା କରାଯାଏ।
ଏ ସମ୍ପର୍କରେ ଟାଟା ଏଆଇଏର କାର୍ଯ୍ୟନିର୍ବାହୀ ଉପସଭାପତି କ୍ଷୀତିଜ ଶର୍ମା କହିଛନ୍ତି ଯେ, “ଆମ ଅଂଶଗ୍ରହଣକାରୀ ପଲିସିଧାରକମାନଙ୍କ ପାଇଁ ଆଉ ଏକ ବର୍ଷ ଉଲ୍ଲେଖନୀୟ ବୋନସ ଘୋଷଣା କରି ଆମେ ଉଲ୍ଲସିତ। ଟାଟା ଏଆଇଏର ରେକର୍ଡ ବୋନସ ଘୋଷଣା ଆମ ପଲିସିଧାରକଙ୍କ ବିଶ୍ୱାସକୁ ସମ୍ମାନ ଜଣାଇବାର ପ୍ରତିବଦ୍ଧତା ଏବଂ ଉତ୍କୃଷ୍ଟ ରିଟର୍ଣ୍ଣ ଜରିଆରେ ସେମାନଙ୍କୁ ଖୁସି କରିବାକୁ ଦର୍ଶାଉଛି। ଚିନ୍ତା ମୁକ୍ତ ଜୀବନ, ଆର୍ôଥକ ଲକ୍ଷ୍ୟ ହାସଲ କରିବା ଏବଂ ନିଜ ପ୍ରିୟଜନଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଆମ ଗ୍ରାହକମାନଙ୍କୁ ସହାୟକ ହେବା ଲାଗି ଆମେ ପ୍ରତିବଦ୍ଧ ରହିଛୁ।”
ବର୍ତମାନ ପରିସ୍ଥିତିରେ ଅଂଶଗ୍ରହଣକାରୀ ଯୋଜନାଗୁଡ଼ିକର ବେଶ ମହତ୍ୱ ରହିଛି। ପିଲାଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସଂଚୟ, ଅବସରକାଳୀନ ପାଣ୍ଠି ଗଠନ କରିବା ଏବଂ ଏକ ଭରସାଯୋଗ୍ୟ ଆୟ ସ୍ରୋତ ସୃଷ୍ଟି କରିବା ସହ ପ୍ରିୟଜନଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ଟାଟା ଏଆଇଏର ଅଂଶଗ୍ରହଣକାରୀ ଯୋଜନାଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଏହି ପ୍ଲାନଗୁଡ଼ିକରେ ସୁରକ୍ଷା ଓ ପ୍ରଦର୍ଶନର ଚମତ୍କାର ସନ୍ତୁଳନ ରହିଛି। ତାହା ହେଉଛି କମ ଅସ୍ଥିରତା, ଇକ୍ୱିଟି ଉନ୍ନତି ଓ ଜୀବନ ବୀମା ସୁରକ୍ଷା।

Related Post