ଆଜିର ଖାସ ଖବର
Fri. Jun 12th, 2026

ଟାଟା ଏଆଇଜି ପକ୍ଷରୁ ମେଡିକେୟାର ରିଜର୍ଭ ସୁପର ଟପ୍‌-ଅପ୍ ପ୍ଲାନ୍‌ର ଶୁଭାରମ୍ଭ

By Admin_Dainkasha Jun10,2026 #TATA AIG

ଭୁବନେଶ୍ୱର / କଟକ: ଦେଶର ଅଗ୍ରଣୀ ସାଧାରଣ ବୀମା କମ୍ପାନି ଟାଟା ଏଆଇଜି ଜେନେରାଲ ଇନସ୍ୟୁରାନ୍ସ କମ୍ପାନି ପକ୍ଷରୁ ମେଡିକେୟାର ରିଜର୍ଭ ନାମକ ଅଭିନବ ସ୍ୱାସ୍ଥ୍ୟସେବା ସମାଧାନ ଉନ୍ମୋଚନ କରାଯାଇଛି ଯାହା ଗ୍ରାହକମାନଙ୍କୁ ସେମାନଙ୍କ ଆବଶ୍ୟକ ସ୍ୱାସ୍ଥ୍ୟ ବୀମା ସୁରକ୍ଷାକୁ ସୁଦୃଢ଼ କରିବାରେ ସହାୟକ ହେବ। ସୁପର ଟପ୍‌-ଅପ୍ ଢ଼ାଂଚାରେ ପ୍ରସ୍ତୁତ କରାଯାଇଥିବା ଏହି ଯୋଜନାରେ ସ୍ୱତନ୍ତ୍ର “ୱେଭର ଅଫ୍ ଏଗ୍ରିଗେଟ୍ ଡିଡକ୍ଟିବଲ୍‌” ସୁବିଧା ରହିଛି। ଏଥିରେ ଯୋଗ୍ୟ ପଲିସିଧାରକମାନେ ପାଂଚ ପଲିସି ବର୍ଷ ପରେ ବିନା ଅଣ୍ଡରରାଇଟିଂରେ ଏକ ବ୍ୟାପକ ସ୍ୱାସ୍ଥ୍ୟ ବୀମା ପଲିସିକୁ ପରିବର୍ତନ ହୋଇପାରିବେ।
ଏଥିରେ ହାରାହାରି ଡିଡକ୍ଟିବଲ୍ ୩ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ବୀମା ରାଶି ପରିମାଣ ୫ ଲକ୍ଷ ଟଙ୍କାରୁ ୫ କୋଟି ଟଙ୍କା ପର୍ଯ୍ୟନ୍ତ ରହିବ। ଏହା ଗ୍ରାହକମାନଙ୍କୁ ସେମାନଙ୍କ ପୁରୁଣା ସ୍ୱାସ୍ଥ୍ୟବୀମା ସୁରକ୍ଷା ଓ ସୁଲଭତା ଅଗ୍ରାଧିକାର ଅନୁସାରେ ସୁହାଇବା ଭଳି ସୁବିଧା ପ୍ରଦାନ କରିବ।
ମେଡିକେୟାରରେ “ଟ୍ରାଞ୍ଜିକେୟାର ୱାଲେଟ୍‌” ନାମକ ବିକଳ୍ପ ସୁବିଧା ରହିଛି ଯାହା ଚାକିରି ପରିବର୍ତ୍ତନ ସମୟରେ ଆର୍ଥିକ ସୁରକ୍ଷା ପ୍ରଦାନ କରିବ। ଏହାର “ପକେଟ୍ ପ୍ରୋଟେକ୍ଟ” ସୁବିଧାରେ ହସ୍ପିଟାଲ୍ ରହଣୀ ସମୟରେ ସ୍ୱତନ୍ତ୍ର ପକେଟ୍ ଖର୍ଚ୍ଚ ଓ କଂଜ୍ୟୁମେବଲ ଖର୍ଚ୍ଚ ବହନ କରିବାରେ ସହାୟକ ହେବ। ଟାଟା ଏଆଇଜିର ଆଭ୍ୟନ୍ତରୀଣ ଅଧ୍ୟୟନରୁ ଜଣାପଡ଼ିଛି ଯେ ପାରମ୍ପରିକ ଗ୍ରୁପ୍ ବୀମା ଯୋଜନା ପ୍ରାସଙ୍ଗିକ ସ୍ୱାସ୍ଥ୍ୟ ସେବା ପାଇଁ ଉପଯୁକ୍ତ ନୁହେଁ। ଏବେ ଚାକିରି ବଦଳାଇବା ଏକ ସ୍ୱାଭାବିକ ଘଟଣାରେ ପରିଣତ ହୋଇଥିବାରୁ ନିଯୁକ୍ତି ସମ୍ପର୍କିତ ବୀମା ସୁରକ୍ଷାର ଆବଶ୍ୟକତା ବୃଦ୍ଧି ପାଇଛି।
୧୮-୫୫ ବର୍ଷର କର୍ମଜୀବୀମାନଙ୍କ ପାଇଁ ଏହି ଯୋଜନା ପ୍ରାସଙ୍ଗିକ ଯେଉଁମାନେ ବିନିର୍ମାଣ, ଆଇଟି, ପ୍ରଯୁକ୍ତି ସେବା, ଷ୍ଟାର୍ଟଅପ୍‌, ସେଲ୍‌ସ ଓ କ୍ଷେତ୍ର ପରିଚାଳନା କ୍ଷେତ୍ରରେ କାର୍ଯ୍ୟ କରି ନିଯୁକ୍ତିଦାତାଙ୍କ ପ୍ରାୟୋଜିତ ସ୍ୱାସ୍ଥ୍ୟ ବୀମା ଉପରେ ନିର୍ଭର କରୁଛନ୍ତି। ମେଡିକେୟାର ରିଜର୍ଭ ଲୋକମାନଙ୍କୁ ସ୍ଥ୍ରାୟୀ ଓ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ବୀମା ସୁରକ୍ଷା ଗଠନ କରିବାରେ ସହାୟକ ହେଉଛି। ଭାରତ ଗସ୍ତରେ ଆସୁଥିବା ପ୍ରବାସୀ ଓ ଭାରତୀୟ ବଂଶୋଦ୍ଭବମାନଙ୍କ ପାଇଁ ଏହି ଯୋଜନାରେ ୩,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ହସ୍ପିଟାଲ୍ ଭର୍ତ୍ତି ବୀମା ରହିଛି ଯାହା ସେମାନଙ୍କୁ ଦେଶରେ ରହିବା ବେଳେ ଜରୁରୀକାଳୀନ ମେଡିକାଲ୍ ଖର୍ଚ୍ଚ ପରିଚାଳନା କରିବାରେ ସହାୟକ ହେବ।
ଟାଟା ଏଆଇଜି ଜେନେରାଲ୍ ଇନସ୍ୟୁରାନ୍ସ କମ୍ପାନିର ଏଜେନ୍ସି ଓ ସ୍ୱାସ୍ଥ୍ୟ ମୁଖ୍ୟ ପଙ୍କଜ ଶ୍ରୀବାସ୍ତବ କହିଛନ୍ତି ଯେ, “ବର୍ଦ୍ଧିତ ମେଡିକାଲ୍ ଖର୍ଚ୍ଚ ଓ ଜୀବନର ବିିଭିନ୍ନ ପର୍ଯ୍ୟାୟ ପାଇଁ ବ୍ୟାପକ ଓ ଦୀର୍ଘକାୀନ ସୁରକ୍ଷାର ଚାହିଦା ବଢ଼ୁଥିବାରୁ ଭାରତର ସ୍ୱାସ୍ଥ୍ୟସେବା ଦୃଶ୍ୟପଟ୍ଟ ଦ୍ରୁତ ଗତିରେ ବଦଳୁଛି। ସୁଲଭ ସୁପର ଟପ୍‌-ଅପ୍ ପ୍ଲାନ୍ ସହିତ ହାରାହାରି ଡିଡକ୍ଟିବଲ୍ ଛାଡ଼, ଟ୍ରାଞ୍ଜିକେୟାର ୱାଲେଟ୍ ଓ ପକେଟ୍ ପ୍ରୋଟେକ୍ଟ ଭଳି ସ୍ୱତନ୍ତ୍ର ସୁବିଧାର ମିଶ୍ରଣ ସହ ମେଡିକେୟାର ରିଜର୍ଭ ସେହି ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ କରାଯାଇଛି। ମେଡିକାଲ୍ ମାମଲା ଓ ବୀମା ରାଶି କମ୍ ପଡ଼ିଯିବା ଭଳି କ୍ଷେତ୍ରରେ ଏହି ସୁବିଧା ଆର୍ଥିକ ସହାୟତା ପ୍ରଦାନ କରିବ। ବୀମାକୁ ଅଧିକ ଗ୍ରହଣୀୟ, ପ୍ରାସଙ୍ଗିକ ଓ ଭବିଷ୍ୟତଧର୍ମୀ କରିବା ପାଇଁ ଆମ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି।”
ଭାରତରେ ୨୬୦ ଶାଖା, ୧,୦୦,୦୦୦ ଏଜେଂଟ୍‌ମାନଙ୍କ ଦୃଢ଼ ନେଟ୍‌ୱର୍କ ଜରିଆରେ କମ୍ପାନି ସେବାପ୍ରଦାନ କରୁଛି। ଏହାର ନେଟୱର୍କରେ ୧୩,୦୦୦ରୁ ଅଧିକ ହସ୍ପିଟାଲ୍ ରହିଛି।

Related Post