ଆଜିର ଖାସ ଖବର
Mon. Apr 20th, 2026

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍ ପକ୍ଷରୁ ‘ମେକ୍ ଇନ୍ ଓଡ଼ିଶା’କୁ ସମର୍ଥନ ପାଇଁ ସ୍ଥାନୀୟ ଯୋଗାଣ ଶୃଙ୍ଖଳର ସୁଦୃଢ଼ୀକରଣ; ସ୍ଥାନୀୟ ଭେଣ୍ଡରଙ୍କୁ ୧୬,୦୦୦ କୋଟି ଟଙ୍କାର ବରାଦ ପ୍ରଦାନ

By Admin_Dainkasha Aug5,2025

ଭୁବନେଶ୍ୱର: ଓଡ଼ିଶାର ସ୍ଥାନୀୟ ଅର୍ଥନୀତି ଓ ଶିଳ୍ପ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଓଡ଼ିଶା ସରକାରଙ୍କ ସହ ଯୌଥ ଉଦ୍ୟୋଗରେ ସ୍ଥାପନ କରାଯାଇଥିବା ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସ୍‌କମ୍ ଗୁଡ଼ିକ ଗତ ଚାରି – ପାଞ୍ଚ ବର୍ଷରେ ସ୍ଥାନୀୟ ଭେଣ୍ଡର ଓ ଠିକାଦାରମାନଙ୍କୁ ପ୍ରାୟ ୧୫,୯୪୪ କୋଟି ଟଙ୍କାର କାର୍ଯ୍ୟବରାଦ ପ୍ରଦାନ କରିଛନ୍ତି। ଏହି ବରାଦଗୁଡ଼ିକ ଟିପି ସେଂଟ୍ରାଲ, ଟିପି ସଦର୍ଣ୍ଣ, ଟିପି ନର୍ଦନ ଓ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ପରିଚାଳନାର ମୂଳଦୁଆ ପାଲଟିଥିବା ବେଳେ ୧୭,୬୭୨ରୁ ଅଧିକ ବରାଦ ଆଂଚଳିକ ନିଯୁକ୍ତି ଓ ଉଦ୍ୟମିତା ପ୍ରତି ଉଲ୍ଲେଖଯୋଗ୍ୟ ଯୋଗଦାନ ପ୍ରଦାନ କରିଛି।
ଦିଆଯାଇଥିବା ମୋଟ୍ ବରାଦର ୫୮ ପ୍ରତିଶତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସଏମ୍‌ଇ)ଗୁଡ଼ିକୁ ପ୍ରଦାନ କରାଯାଇଛି ଯାହା ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସମର୍ଥନ ପାଇଁ ଡିସ୍‌କମ୍‌ଗୁଡ଼ିକର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ସମ୍ପୃକ୍ତିରେ ଉପକରଣ ପ୍ରକ୍ୟୁରମେଂଟ୍ ଓ ସେବା ପ୍ରଦାନ ଭଳି ପରିଚାଳନା ଆବଶ୍ୟକତାର ବିଭିନ୍ନ କ୍ଷେତ୍ର ସାମିଲ ରହିଛି ଏବଂ ସାରା ରାଜ୍ୟର ଭେଣ୍ଡର ଏଥିରେ ଯୋଡ଼ି ହୋଇଛନ୍ତି।
ବିଦ୍ୟୁତ୍ ଭିର୍ତିଭୂମି ଆବଶ୍ୟକତା ପାଇଁ ପୁ୍‌ଞ୍ଜି ବ୍ୟୟ (କ୍ୟାପେକ୍ସ), ପରିଚାଳନା ବ୍ୟୟ (ଓପେକ୍ସ), ସରକାରୀ ପାଣ୍ଠି ପ୍ରକଳ୍ପ ଏବଂ ବାଣିଜ୍ୟିକ ଓ ଶିଳ୍ପ (ସିଆଣ୍ଡ୍‌ଆଇ) କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭିର୍ତିଭୂମି କାମ ପାଇଁ ଏହି ବରାଦଗୁଡ଼ିକ ଦିଆଯାଇଛି। ବଂଟନ ଟ୍ରାନ୍ସଫର୍ମର, ତାର, ଖୁଂଟ, ଏଲଟି ଓ ଏଚ୍‌ଟି ହାର୍ଡୱେର, ଲାପଟପ, ଡେସ୍କଟପ ଓ ଅନ୍ୟାନ୍ୟ ପ୍ରମୁଖ ଉପକରଣ ଯୋଗାଣ କ୍ଷେତ୍ରରେ ପ୍ରାୟ ୨୫୦୦ କୋଟି ଟଙ୍କାର କାର୍ଯ୍ୟବରାଦ ପ୍ରଦାନ କରାଯାଇଛି।

ଏହି ସହଯୋଗିତା ସ୍ଥାନୀୟ ଦକ୍ଷତା ବିକାଶ ଗଠନ ଓ ତୃଣମୂଳ ସ୍ତରରେ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ସ୍ଥାନୀୟ ସମୁଦାୟରୁ ନିଯୁକ୍ତି ଦେବାକୁ ଭେଣ୍ଡରମାନଙ୍କୁ ଉତ୍ସାହିତ କରାଯାଉଛି, ଯାହା ଫଳରେ ସ୍ଥାନୀୟ ସ୍ତରରେ ପ୍ରତ୍ୟକ୍ଷ ନିଯୁକ୍ତି ଉତ୍ସ ସୃଷ୍ଟି ହେବ ଏବଂ ଦକ୍ଷତା ବିକାଶରେ ଉନ୍ନତିି ହୋଇପାରିବ। ଏହି ଅଭିଯାନ ଓଡ଼ିଶା ସରକାରଙ୍କ ‘ମେକ୍ ଇନ୍ ଓଡ଼ିଶା’ ଲକ୍ଷ୍ୟ ସହିତ ସମନ୍ୱିତ ରହିଛି ଯେଉଁଥିରେ ଏକ ସ୍ୱାବଲମ୍ବୀ, ଦୃଢ଼ ଯୋଗାଣ ବ୍ୟବସ୍ଥା ଓ ବିଦ୍ୟୁତ୍ କ୍ଷେତ୍ରରେ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି।

Related Post