ଆଜିର ଖାସ ଖବର
Tue. Apr 28th, 2026

ଟାଟା ପାୱାର ପକ୍ଷରୁ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍ ୨୦୨୫ରେ ବଂଟନ ପ୍ରଯୁକ୍ତି ଓ ସବୁଜ ଶକ୍ତି ସମାଧାନ ପ୍ରଦର୍ଶିତ

By Admin_Dainkasha Jan28,2025

ଭୁବନେଶ୍ୱର: ଦେଶର ସର୍ବବୃହତ୍ ସମନ୍ୱିଗ୍ଦତ ବିଦ୍ୟୁତ୍ କମ୍ପାନି ଟାଟା ପାୱାର ପକ୍ଷରୁ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୫ରେ ଓଡ଼ିଶାର ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଏହାର ରୂପାନ୍ତରୀତ ଅବଦାନ ଉପରେ ଆଲୋକପାତ କରାଯାଇଛି। ବିଶ୍ୱର ଏକ ଅଗ୍ରଣୀ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଶିଳ୍ପ ହବ୍‌ରେ ପରିଣତ ହେବା ଲାଗି ରାଜ୍ୟର ରହିଥିବା ଅଭିଳାଷକୁ ୨୪ ଘଂଟିଆ ବିଦ୍ୟୁତ ଶକ୍ତି ଜରିଆରେ ସମର୍ଥନ କରିବା ଉପରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱାରୋପ କରୁଛି।
ଓଡ଼ିଶାର ଚାରିଟି ଡିସ୍‌କମ୍ ଟିପିସିଓଡିଏଲ୍‌, ଟିପିଏନ୍‌ଓଡିଏଲ୍‌, ଟିପିଏସ୍‌ଓଡିଏଲ୍‌, ଟିପିଡବ୍ଲୁଓଡିଏଲ୍‌ର ଅପରେଟର ଭାବେ ଟାଟା ପାୱାର ଏହାର ୫୫୭ ଗ୍ରାହକ ସେବା କେନ୍ଦ୍ରର ଦୃଢ଼ ନେଟ୍‌ୱର୍କ ଜରିଆରେ ୯୬.୬ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି। କନ୍‌କ୍ଲେଭ୍‌ରେ କମ୍ପାନି ପକ୍ଷରୁ ସ୍ମାର୍ଟ ବିଦ୍ୟୁତ୍ ବିତରଣ ବ୍ୟବସ୍ଥାରେ ହୋଇଥିବା ଉନ୍ନତି ସମେତ ସ୍କାଡା ସହ ୭୦୦ରୁ ଅଧିକ ପ୍ରାଥମିକ ସବ୍‌ଷ୍ଟେସନ୍ (ପିଏସ୍‌ଏସ୍‌)ର ସମନ୍ୱୟକୁ ପ୍ରଦର୍ଶିତ କରାଯାଇଛି ଯାହା ପରିଚାଳନା ଦକ୍ଷତା ଓ ସେବା ଭରସାଯୋଗ୍ୟତାରେ ଉଲ୍ଲେଖନୀୟ ଉନ୍ନତି ଆଣିବ।
ଓଡ଼ିଶାର ସ୍ଥାୟୀ ବିକାଶ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇ ଟାଟା ପାୱାର ପକ୍ଷରୁ ସୋଲାର, ପବନ ଓ ଶକ୍ତି ସଂରକ୍ଷଣ ପ୍ରକଳ୍ପ ଜରିଆରେ ଅକ୍ଷୟ ଶକ୍ତିରେ ନେତୃତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଛି। କମ୍ପାନି ପକ୍ଷରୁ ପ୍ରଯୁକ୍ତି ଆଧାରିତ ସମାଧାନ ଜରିଆରେ ଗ୍ରାହକଙ୍କୁ ସଶକ୍ତ କରିବା ପାଇଁ ଦିଆଯାଉଥିବା ଧ୍ୟାନ ଉପରେ ଆଲୋକପାତ କରାଯାଇଛି।
ଭୁବନେଶ୍ୱରରେ ଅନୁଷ୍ଟିତ ଏହି ଦୁଇଦିନିଆ ସମାରୋହରେ ବିଶ୍ୱର ଅଗ୍ରଣୀ ଲିଡର୍ ଓ ନିବେଶକମାନେ ଏକତ୍ରୀତ ହୋଇଛନ୍ତି ଯାହା ଓଡ଼ିଶାର ଶିଳ୍ପ ଦୃଢ଼ତା ଓ ସୁଯୋଗ ଉପରେ ଆଲୋକପାତ କରୁଛି। ଟାଟା ପାୱାରର ଅଂଶଗ୍ରହଣ ରାଜ୍ୟର ଶିଳ୍ପ ଅଭିବୃଦ୍ଧି, ସ୍ୱଚ୍ଛ ଶକ୍ତି ଗ୍ରହଣୀୟତା ଓ ରାଜ୍ୟର ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଓଡ଼ିଶା ସରକାରଙ୍କ ସହିତ ସହଯୋଗିତା ପ୍ରତି କମ୍ପାନିର ରହିଥିବା ସମର୍ପଣକୁ ଦର୍ଶାଉଛି।
କମ୍ପାନି ପକ୍ଷରୁ ରୁଫ୍‌ଟପ୍ ସୋଲାର (ଆର୍‌ଟିଏସ୍‌), ଇଲେକ୍ଟ୍ରିକ୍ ଯାନ (ଇଭି), ଚାର୍ଜିଂ ଓ ହୋମ୍ ଅଟୋମେସନ୍‌ରେ ସମାଧାନଗୁଡ଼ିକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି ଏବଂ ନିକଟରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି (ଓରେଡା) ସହ ଏହାର ହୋଇଥିବା ସହଯୋଗିତା ଉପରେ ଆଲୋକପାତ କରାଯାଇଛି।

Related Post