କଳିଙ୍ଗନଗର, ଅଗଷ୍ଟ ୬,୨୦୨୫: ଟାଟା ଷ୍ଟିଲ କଳିଙ୍ଗନଗରର ନୂତନ ଏବଂ ଅତ୍ୟାଧୁନିକ କଣ୍ଟିନିଅସ୍ ଗ୍ୟାଲଭାନାଇଜିଂ ଲାଇନ୍ (ସିଜିଏଲ-୧) ରୁ କୋଲ୍ଡ୍ ରୋଲିଂ ମିଲ୍ କମ୍ପେ୍ଲକ୍ସରେ ପ୍ରଥମ ବ୍ୟାଚ୍ ଗ୍ୟାଲଭାନାଇଜଡ୍ କଏଲ୍ ସଫଳତାର ସହିତ ଉତ୍ପାଦନ କରାଯାଇଛି। ପ୍ରଥମ ବ୍ୟାଚ୍ ଗ୍ୟାଲଭାନାଇଜଡ୍ କଏଲ୍ ପରିବହନ ସମୟରେ ଟାଟା ଷ୍ଟିଲ କଳିଙ୍ଗନଗରର (ଅପରେସନ୍ସ୍) ଜେନେରାଲ୍ ମ୍ୟାନେଜର କରମବୀର ସିଂହ ଏହାକୁ ଉଦ୍ଘାଟନ କରିଥିବାବେଳେ ଟାଟା ଷ୍ଟିଲ କଳିଙ୍ଗନଗର ଶ୍ରମିକ ୟୁନିଅନ୍ର ଅଧ୍ୟକ୍ଷ ରବିନ୍ଦ୍ର କୁମାର ଜାମୁଦା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହା ବିଶେଷକରି ଅଟୋମୋଟିଭ୍ ଏବଂ ଉପକରଣ କ୍ଷେତ୍ର ପାଇଁ ଟାଟା ଷ୍ଟିଲର ଦକ୍ଷତା ବୃଦ୍ଧିରେ ଏକ ବଡ଼ ପଦକ୍ଷେପ ଅଟେ। ଏହି ଉନ୍ନତ କଣ୍ଟିନିଅସ୍ ଗ୍ୟାଲଭାନାଇଜିଂ ଲାଇନ୍ ଟେକ୍ନୋଲୋଜିରେ ତୃତୀୟ-ପିଢ଼ୀର ଏୟାର-ନାଇଫ୍ ସହିତ ମ୍ୟାଗ୍ନେଟିକ୍ ଷ୍ଟେବିଲାଇଜ,ର୍ ଅକ୍ସିଡେସନ୍ ଚେମ୍ବର୍ ଏବଂ ଶ୍ରେଷ୍ଠ ଶ୍ରେଣୀର ସେକେଣ୍ଡାରୀ କୋଟିଂସ୍ ସମ୍ମିଳିତ ହୋଇଛି। ଏହି ବିଶେଷତାଗୁଡ଼ିକ ଉଚ୍ଚ-ଗୁଣବତ୍ତା ଯୁକ୍ତ ଅଟୋମୋଟିଭ୍ ଷ୍ଟିଲ୍, ଯାହା ଆଧୁନିକ ଏବଂ ଉଚ୍ଚ ଶକ୍ତି ସମ୍ପନ୍ନ ଷ୍ଟିଲ (ଏଏଚଏସଏସ) ଅନ୍ତର୍ଭୁକ୍ତ, ଉତ୍ପାଦନ କରିବାରେ ସକ୍ଷମ କରେ ଯାହା ଅସାଧାରଣ ସ୍ଥିରତା ଏବଂ ବିଶ୍ୱସନୀୟତା ନିଶ୍ଚିତ କରେ।
ଟାଟା ଷ୍ଟିଲ୍ ମାର୍କେଟିଂ ଓ ସେଲ୍ସ (ଫ୍ଲାଟ୍ ପ୍ରଡକ୍ଟସ୍) ଉପାଧ୍ୟକ୍ଷ, ପ୍ରଭାତ କୁମାର କହିଛନ୍ତି: “କଳିଙ୍ଗନଗରର ନୂତନ କଣ୍ଟିନିଅସ୍ ଗ୍ୟାଲଭାନାଇଜିଂ ଲାଇନ୍ (ସିଜିଏଲ-୧) ଉନ୍ନତ କୋଟେଡ୍ ଉତ୍ପାଦ ଉତ୍ପାଦନ ପାଇଁ ଡିଜାଇନ୍ କରାଯାଇଛି, ଯାହା ଉତ୍କୃଷ୍ଟ ସର୍ଫେସ୍ ଫିନିଶ୍, ଫର୍ମେବିଲିଟି ଏବଂ କରୋସନ୍ ପ୍ରତିରୋଧ କ୍ଷମତା ସହିତ ଅଟୋମୋଟିଭ୍ ଓ ଉପକରଣ କ୍ଷେତ୍ରରେ ଆବଶ୍ୟକତାକୁ ପୂରଣ କରିବ। ଏହି ଅତ୍ୟାଧୁନିକ ଲାଇନ୍ ଆମର ସୂକ୍ଷ୍ମଦର୍ଶୀ ଗ୍ରାହକଙ୍କ ବିକାଶଶୀଳ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ଭବିଷ୍ୟତମୁଖୀ ଦୃଷ୍ଟିକୋଣ ସହିତ ଡିଜାଇନ୍ କରାଯାଇଛି । ଉନ୍ନତ ପ୍ରଯୁକ୍ତି ଓ ଦୀର୍ଘସ୍ଥାୟୀ ପ୍ରଚଳନ ପଦ୍ଧତିକୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲକୁ ଗତିଶୀଳ ଭବିଷ୍ୟତ ପାଇଁ ବିଶ୍ୱସ୍ତ ସାଥୀ ଭାବରେ ପ୍ରତିଷ୍ଠିତ କରିଛି।”
ଗତ ବର୍ଷ ଟାଟା ଷ୍ଟିଲ କଳିଙ୍ଗନଗରରେ ଭାରତର ସବୁଠାରୁ ବଡ଼ ବ୍ଲାସ୍ଟ ଫର୍ନେସ୍ କମିଶନ୍ କରିଥିଲା । ୨୭,୦୦୦ କୋଟି ଟଙ୍କାର ମୋଟ ବିନିଯୋଗରେ କଳିଙ୍ଗନଗରର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଏହାର ମୋଟ କ୍ଷମତାକୁ ବାର୍ଷିକ ୩ ମିଲିୟନ୍ ଟନ୍ ରୁ ୮ ମିଲିୟନ୍ ଟନ୍ କୁ ବୃଦ୍ଧି କରିଛି । କୋଲ୍ଡ୍ ରୋଲିଂ ମିଲର ଏକ ଅଭିନ୍ନ ଅଂଶ ଭାବରେ ସିଜିଏଲ-୧, ପେଲେଟ୍ ପ୍ଲାଣ୍ଟ୍ ଏବଂ କୋକ୍ ପ୍ଲାଣ୍ଟ୍ ଭଳି ଅନ୍ୟ ସୁବିଧାଗୁଡ଼ିକ ସହିତ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ – ପ୍ରତ୍ୟେକରେ ଉନ୍ନତ ପ୍ରଯୁକ୍ତି ଏବଂ ଦୀର୍ଘସ୍ଥାୟିତ୍ୱ ପ୍ରଥା ସାମିଲ ହୋଇଛି।
ଭାରତର ସବୁଠାରୁ ଆଧୁନିକ ଏବଂ ଉନ୍ନତ ଇଣ୍ଟିଗ୍ରେଟେଡ଼ ଷ୍ଟିଲ୍ ପ୍ଲାଣ୍ଟ୍ ମଧ୍ୟରୁ ଟାଟା ଷ୍ଟିଲ କଳିଙ୍ଗନଗର ପ୍ଲାଣ୍ଟ୍ ଅନ୍ୟତମ। ଏହି ପ୍ଳାଣ୍ଟ ପ୍ରତିରକ୍ଷା, ଅଟୋମୋଟିଭ୍, ଇନଫ୍ରାଷ୍ଟ୍ରକଚର, ଯନ୍ତ୍ରପାତି, କେପିଟାଲ ଗୁଡ଼ସ, ପ୍ରକୃତିକ ତୈଳ ଏବଂ ଗ୍ୟାସ୍, ଅକ୍ଷୟ ଶକ୍ତି ଏବଂ ଜାହାଜ ନିର୍ମାଣ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ ବିଶ୍ୱସ୍ତରୀୟ ଉତ୍କୃଷ୍ଟ ଷ୍ଟିଲ୍ ଉତ୍ପାଦନ କରିଥାଏ ।

