ଆଜିର ଖାସ ଖବର
Sat. May 30th, 2026

ଟାଟା ଷ୍ଟିଲ୍ ଫାଉଣ୍ଡେସନ ଓ ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନମିକ୍ ଜୋନ୍ ପକ୍ଷରୁ ଦୁଇଦିନିଆ କନ୍‌କ୍ଲେଭ୍ ‘ଅରୁଣିମା ୨୦୨୫’ ଆରମ୍ଭ

By Admin_Dainkasha Feb11,2025
Tata Steel Foundation Launches ‘Arunima 2025’
  • କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ଇସ୍ପାତ ଓ ଖଣି, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ
  • ୭ମ ଶ୍ରେଣୀରୁ ସ୍ନାତକ ପ୍ରଥମ ବର୍ଷ ପର୍ଯ୍ୟନ୍ତ ମୋଟ ୭୪୫ ଛାତ୍ରଛାତ୍ରୀଙ୍କୁ ୭୩ ଲକ୍ଷ ଟଙ୍କାର ଫେଲୋସିପ୍ ପ୍ରଦାନ
  • ୩୦୦ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ପାଇଁ କର୍ମଶାଳା ଆୟୋଜିତ

ବ୍ରହ୍ମପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ଓ ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନମିକ୍ ଜୋନ୍ (ଟିଏସ୍‌ଏସ୍‌ଇଜେଡ୍‌) ଦ୍ୱାରା ‘ଅରୁଣିମା ୨୦୨୫’ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ରେ ଆୟୋଜିତ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଇସ୍ପାତ ଓ ଖଣି, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଥିଲେ l

କନ୍‌କ୍ଲେଭ୍‌ର ପ୍ରଥମ ଦିନରେ ଜ୍ୟୋତି ଫେଲୋସିପ୍ ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପ୍ରସାୟର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଫେଲୋସିପ୍ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ୭ମ ଶ୍ରେଣୀ ଓ ସ୍ନାତକ ପ୍ରଥମ ବର୍ଷର ୩୫୦ ନୂଆ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୭୪୫ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଉଚ୍ଚ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାରେ ମୋଟ ୭୩ ଲକ୍ଷ୍ୟ ଟଙ୍କା ସିଧାସଳଖ ଜମା କରାଯାଇଥିଲା।

ମନଦେଇ ପାଠପଢିବା ସହିତ କ୍ୟାରିଅରକୁ ଗୁରୁତ୍ୱ ଦେଇ ଦେଶର ନାମ ରଖିବାକୁ ପିଲାମାନଙ୍କୁ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ପରାମର୍ଶ ଦେଇଥିଲେ। ସେହିଭଳି ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନମିକ୍ ଜୋନ୍ (ଟିଏସ୍‌ଏସ୍‌ଇଜେଡ୍‌)ର ଏମ୍‌ଡି ଶ୍ରୀ ମଣିକାନ୍ତ ନାୟକ ଉପସ୍ଥିତ ରହି ଆଗାମୀ ଦିନରେ ଟାଟା ଷ୍ଟିଲ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ ଓ ଜୀବିକା କ୍ଷେତ୍ରରେ ତାର କାର୍ଯ୍ୟ ଜାରି ରଖିବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ସିଏସ୍‌ଆର୍ ମୁଖ୍ୟ ଡ. ଅମ୍ବିକା ପ୍ରସାଦ ନନ୍ଦ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

କନ୍‌କ୍ଲେଭ୍‌ର ଉଦ୍‌ଘାଟନୀ ଦିବସରେ ଶିକ୍ଷା, ମହିଳା ସଶକ୍ତୀକରଣ ଓ ବିପର୍ଯ୍ୟୟ ବିପଦ ହ୍ରାସ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି ଦୁଇଦିନିଆ କନ୍‌କ୍ଲେଭ୍‌ର ବିଷୟବସ୍ତୁ ଥିଲା “ବିପର୍ଯ୍ୟୟ ବିପଦ ହ୍ରାସ ଜରିଆରେ ଜଳବାୟୁ ସହନଶୀଳତାର ଏକ ସଂସ୍କୃତି ଗଠନ କରିବା’।

ଦିନର ଦ୍ଵିତୀୟ ଭାଗରେ ମହିଳା ସଶକ୍ତିକରଣ, ଉଦ୍ୟୋଗୀତା, ଲିଙ୍ଗଗତ ବର୍ଣ୍ଣନା ଏବଂ ନେତୃତ୍ୱ ଉପରେ ଆଲୋଚନା ହୋଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଏବଂ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡିକର ଛୋଟ ଝିଅମାନଙ୍କ ସମେତ ପ୍ରାୟ ୩୦୦ ମହିଳା ଏଥିରେ ସାମିଲ ହୋଇଥିଲେ।ସେମାନଙ୍କର ଆର୍ଥିକ ଏବଂ ସାମାଜିକ ବିକାଶରେ ଭୂମିକା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଉଦ୍ୟୋଗ ବିକାଶ, ଲିଙ୍ଗ ଅଧିକାର ସଚେତନତା, ଏବଂ ନେତୃତ୍ୱ ପ୍ରଶିକ୍ଷଣ ଉପରେ ଆଧାରିତ ଆଲୋଚନାରେ ସକ୍ରିୟ ଭାବରେ ସେମାନେ ଭାଗ ନେଇଥିଲେ।

ଡଃ ରତ୍ନା ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପିକା, ଏବଂ ଡଃ ସସ୍ମିତା ବେହେରା, ବିଭାଗ ମୁଖ୍ୟ, ଗୃହ ବିଜ୍ଞାନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ମଙ୍ଗଳବାର ୧୧ ଫେବୃଆରୀରେ ଏକ କୃଷକ-ବିଜ୍ଞାନୀ ସମ୍ମିଳନୀ ସହିତ ସମାପ୍ତ ହେବ ଯେଉଁଠାରେ ଜଳବାୟୁ ସହନଶୀଳ କୃଷି ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦିଆଯିବ।

Related Post