ଆଜିର ଖାସ ଖବର
Sat. May 30th, 2026

ଟାଟା ଷ୍ଟିଲ୍ ଏସ୍‌ଇଜେଡ୍ ପକ୍ଷରୁ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ରେ ଓଡ଼ିଶା ଅଭିବୃଦ୍ଧି ଯାତ୍ରା ପ୍ରତି ଅବଦାନ ପ୍ରଦର୍ଶିତ

By Admin_Dainkasha Jan30,2025

ଭୁବନେଶ୍ୱର: ଗଞ୍ଜାମସ୍ଥିତ ଗୋପାଳପୁର ଶିଳ୍ପ ପାର୍କ (ଜିଆଇପି)ରେ ନୂତନ ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌) ଏହାର ଅଭିବୃଦ୍ଧି ପଥରେ ଆଗକୁ ବଢ଼ିବାର ପ୍ରତିଶ୍ରୁତି ଦେଇଛି। ଭୁବନେଶ୍ୱରରେ ଆୟୋଜିତ ଦୁଇଦିନିଆ ଉତ୍କର୍ଷ ଓଡ଼ିଶା ୨୦୨୫ କନକ୍ଲେଭରେ ଟିଏସ୍‌ଏସ୍‌ଇଜେଡ୍‌ଏଲ୍ ଏହାର ଅନନ୍ୟ ବିକ୍ରୟ ପ୍ରସ୍ତାବ ପ୍ରଦର୍ଶନ କରି ଓଡ଼ିଶାର ଅଭିବୃଦ୍ଧି କାହାଣୀରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ହୋଇଛି । ସମ୍ଭାବ୍ୟ ନିବେଶକ ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ସହ ଆଲୋଚନା କରିବା ପାଇଁ କମ୍ପାନି ଏକ ଉତ୍ସର୍ଗୀକୃତ ପ୍ରଦର୍ଶନୀ ସ୍ଥାନ ଏବଂ ମିଟିଂ ଲାଉଞ୍ଜ ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛି।
ଟିଏସ୍‌ଏସ୍‌ଇଜେଡ୍‌ଏଲ୍ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମଣିକାନ୍ତ ନାୟକ କେମିକାଲ, ପେଟ୍ରୋକେମିକାଲ ଓ ପ୍ଲାଷ୍ଟିକ ଏବଂ ଶିଳ୍ପ ଭିର୍ତ୍ତିଭୂମି ଉପରେ ୨ଟି ଅଧିବେଶନରେ ବକ୍ତବ୍ୟ ରଖି ଏକ ଶିଳ୍ପ ବ୍ୟବସ୍ଥା ସୃଷ୍ଟି କରିବାରେ ଜିଆଇପି ଭଳି ଶିଳ୍ପ ପାର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ଯାହା କମ ସମୟ ମଧ୍ୟରେ ଶିଳ୍ପ ସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରୁଛି।
ଏହି ଅବସରରେ ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌ର ପରିଚାଳନା ନିର୍ଦେଶକ ଶ୍ରୀ ମଣିକାନ୍ତ ନାୟକ କହିଛନ୍ତି ଯେ, ‘ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଏହା ଉତ୍ସାହଜନକ ସମୟ, କାରଣ ଦକ୍ଷତାର ସହ କୌଣସି ଷ୍ଟାର୍ଟଅପ୍ ଚଳାଇବା ପାଇଁ ରାଜ୍ୟ ସରକାର ସବୁ କିଛି ପ୍ରଦାନ କରୁଛନ୍ତି। ଆମେ ଆମ ଗୋପାଳପୁର ଶିଳ୍ପ ପାର୍କ ସହିତ ଦ୍ରୁତ ଗତିରେ ଅଗ୍ରଗତି କରୁଛୁ ଏବଂ ସରକାରଙ୍କ ସହାୟତାରେ ଆଗାମୀ କିଛି ବର୍ଷ ମଧ୍ୟରେ ସମଗ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଆଶା ରଖିଛୁ। ଏହି ଅବସରରେ ଆମ ଶିଳ୍ପ ପାର୍କରେ କାରଖାନା ସ୍ଥାପନ କରିବାକୁ ବିଚାର କରୁଥିବା ଅକ୍ଷୟ ଶକ୍ତି, ରାସାୟନିକ ପଦାର୍ଥ, ସୋଲାର ସେଲ୍ ଏବଂ ମଡ୍ୟୁଲ୍ ନିର୍ମାତାଙ୍କ ସମେତ ଅନେକ କମ୍ପାନିଙ୍କ ସହ ଆଲୋଚନା କରିବାର ସୁଯୋଗ ଆମେ ପାଇଥିଲୁ। ଟିଏସ୍‌ଏସ୍‌ଇଜେଡ୍‌ଏଲ୍ ଏହି ଅଂଚଳ ଏବଂ ରାଜ୍ୟର ଅଭିବୃଦ୍ଧି ଯାତ୍ରା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏଥିରେ ସାମିଲ ହେଉଥିବା ନିବେଶକମାନଙ୍କୁ ସମସ୍ତ ଆବଶ୍ୟକ ସହଯୋଗ ପ୍ରଦାନ କରିବ।’’
ଶିଳ୍ପ ପାର୍କରେ ବର୍ତମାନ ସୁଦ୍ଧା ୩୨,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ମୁଖ୍ୟତଃ ଗ୍ରିନ ହାଇଡ୍ରୋଜେନ ଏବଂ ଗ୍ରିନ ଆମୋନିଆ ସମେତ ଅକ୍ଷୟ ଶକ୍ତି କ୍ଷେତ୍ରରେ ଏହି ନିବେଶ ହୋଇଛି। ଏହି ଶିଳ୍ପ ପାର୍କ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସହଯୋଗରେ ସୁବିଧାରେ ଶିଳ୍ପ ଗଠନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଭିର୍ତ୍ତିଭୂମିର ବିକାଶ ଦିଗରେ କାର୍ଯ୍ୟ କରୁଛି ।

Related Post