ଆଜିର ଖାସ ଖବର
Sat. May 30th, 2026

ଟିସିଏସ୍‌କୁ କାଂଟାର ବ୍ରାଣ୍ଡ୍‌ଜ୍ ପକ୍ଷରୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ୫୦ ବ୍ରାଣ୍ଡ୍ ମାନ୍ୟତା, ବ୍ରାଣ୍ଡ୍ ମୂଲ୍ୟ ୨୮% ବୃଦ୍ଧି ପାଇ ୫୭.୩ ବିଲିଅନ୍ ଡଲାର

By Admin_Dainkasha May19,2025
TCS Recognized as One of the World’s Top 50 Brands by Kantar BrandZ; Brand Value Soars 28% YoY to $57.3Bn
  • ସ୍ଥାୟୀ ମାର୍କେଟିଂ ଓ ଯୋଗାଯୋଗ ଅଭିଯାନ ଜରିଆରେ ଟିସିଏସ୍‌ର ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ସଚେତନତା, ପ୍ରସନ୍ନତା ଓ ସମାନତାରେ ଉଲ୍ଲେଖନୀୟ ବୃଦ୍ଧି
  • ମୋମେଂଟମ୍‌-ଆଇଟିଏସ୍‌ଏମ୍‌ଏ ଦ୍ୱାରା କରାଯାଇଥିବା ସ୍ୱାଧୀନ ବ୍ରାଣ୍ଡ୍ ଅଡିଟ୍‌ରୁ ଜଣାପଡ଼ିଛି ଯେ ବିଶ୍ୱବ୍ୟାପୀ ୯୫% ବିଜନେସ୍ ଏକ୍‌ଜିକ୍ୟୁଟିଭ୍ ଟିସିଏସ୍ ବ୍ରାଣ୍ଡ୍ ସଚେତନତାରେ ସହାୟକ ହୋଇଥିବା ବେଳେ ୨୦୧୦ର ୨୯% ଠାରୁ ତିନି ଗୁଣା ବୃଦ୍ଧି ପାଇଛି

ଭୁବନେଶ୍ୱର: ଆଇଟି ସେବା, କନସଲ୍‌ଟିଂ ଓ ବ୍ୟବସାୟ ସମାଧାନର ବିଶ୍ୱସ୍ତରୀୟ ଅଗ୍ରଣୀ ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍ (ଟିସିଏସ୍‌) କାଂଟାର ବ୍ରାଣ୍ଡ୍‌ଜର ସବୁଠୁ ମୂଲ୍ୟବାନ ବିଶ୍ୱସ୍ତରୀୟ ବ୍ରାଣ୍ଡ୍ ୨୦୨୫ ରିପୋର୍ଟରେ ବିଶ୍ୱବ୍ୟାପୀ ୧୦୦ ଶ୍ରେଷ୍ଠ ମୂଲ୍ୟବାନ ବ୍ରାଣ୍ଡ୍ ମଧ୍ୟରେ ର‌୍ୟାଙ୍କ ହାସଲ କରିଛି। କାଂଟାର ପକ୍ଷରୁ ନ୍ୟୁୟର୍କରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ୨୦ତମ ସଂସ୍କରଣ ସମାରୋହରେ ଟିସିଏସ୍‌କୁ ବର୍ଷକୁ ବର୍ଷ ୨୮ ପ୍ରତିଶତ ଅଭିବୃଦ୍ଧି ସହ ତ୍ୱରାନ୍ୱିତ ହୋଇଥିବା ୫୭.୩ ବିଲିଅନ୍ ଡଲାର ବ୍ରାଣ୍ଡ୍ ମୂଲ୍ୟ ପ୍ରଦାନ କରାଯାଇଛି।
ବିଶ୍ୱସ୍ତରରେ ଟିସିଏସ୍‌ର ର‌୍ୟାଙ୍କ ୪୫ ରହିିଛି, ଏହା ଏକ ତାଲିକା ଯେଉଁଥିରେ ବିଶ୍ୱର ବିଭିନ୍ନ ଶିଳ୍ପର ସବୁଠୁ ପ୍ରଭାବଶାଳୀ ବ୍ରାଣ୍ଡ୍ ରହିଛନ୍ତି। ଚଳିତ ବର୍ଷର ଅଭିବୃଦ୍ଧି ବ୍ରାଣ୍ଡ୍ ସମାନତା, ପ୍ରସନ୍ନତା ଓ ସଚେତନତା ଦ୍ରୁୁତ ତ୍ୱରାନ୍ୱିତ ହୋଇଥିବା ଦର୍ଶାଉଛି। ମୋମେଂଟମ୍‌-ଆଇଟିଏସ୍‌ଏମ୍‌ଏ ପକ୍ଷରୁ କରାଯାଇଥିବା ଏକ ଭିନ୍ନ ସ୍ୱାଧୀନ ବ୍ରାଣ୍ଡ୍ ଅଡିଟ୍ ଅନୁସାରେ ବିଶ୍ୱବ୍ୟାପୀ ୨୬ଟି ଦେଶରେ ବିଜନେସ୍ ଏକ୍‌ଜିକ୍ୟୁଟିଭ୍ ସହିତ ଟିସିଏସ୍ ୯୫% ସହାୟକ ବ୍ରାଣ୍ଡ ସଚେତନତା ପ୍ରଦର୍ଶନ କରିଛି ଯାହା ୨୦୧୦ରେ ଅନୁଷ୍ଠିତ ସମାନ ଅଡିଟ୍ ସମୟରେ ୨୯% ଥିଲା। ବ୍ରାଣ୍ଡ୍ ମୂଲ୍ୟ ଓ ସମାନତାରେ ଏହି ଅଭିବୃଦ୍ଧି ଉଚ୍ଚ ପ୍ରଭାବଶାଳୀ ବିଶ୍ୱସ୍ତରୀୟ କ୍ରୀଡ଼ା ସହଯୋଗିତା, ଗ୍ରାହକ କୈନ୍ଦ୍ରୀକ ନବସୃଜନ ଓ ନିରନ୍ତର ମାର୍କେଟିଂ ଉତ୍କର୍ଷତା ସମେତ ଟିସିଏସ୍‌ର ନିରନ୍ତର ବ୍ରାଣ୍ଡ୍ ଗଠନ ଉଦ୍ୟମକୁ ଦର୍ଶାଉଛି।
କାଂଟାର୍ ବ୍ରାଣ୍ଡ୍‌ଜର ମୁଖ୍ୟ ମାର୍ଟିନ୍ ଗୁଏରିଏରିଆ କହିଛନ୍ତି ଯେ, “ଗତ ଦଶନ୍ଧିର ଏକଚର୍ତୁଥାଂଶକୁ ନେଇ ବ୍ରାଣ୍ଡ୍‌ଜ୍‌ର ଡାଟାବେସ୍ ଗଭୀରତା ନେଇ ପ୍ରସ୍ତୁତ କରାଯାଇଥିବା ବିଶ୍ଳେଷଣରୁ ଜଣାପଡ଼ିଛି ଯେ ସଠିକ୍ ସ୍ତରର ନିବେଶ ଓ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ସହିତ ବ୍ରାଣ୍ଡ୍‌ମାନେ ନିଜ ମାଲିକାନାକୁ ଆଗକୁ ବଢ଼ାଇବାର ବିପୁଳ ସୁଯୋଗ ରହିଛି। ଟିସିଏସ୍‌ର ଚଳିତ ବର୍ଷର ପ୍ରଦର୍ଶନ ଏହାର ପୋର୍ଟଫୋଲିଓ ଜରିଆରେ ଏବେ ଚାଲୁଥିବା ଅଭିନବତାକୁ ଏଆଇ ସହିତ ବ୍ୟାପକ କରିବା ପାଇଁ ଏହାର ଦକ୍ଷତାକୁ ଦର୍ଶାଉଛି। ଟିସିଏସ୍‌ର ଗୁରୁତ୍ୱପୂର୍ଣ୍ଣ ପ୍ରାୟୋଜକ କାର୍ଯ୍ୟକ୍ରମ ଏକ ଦୃଢ଼ ବିଶ୍ୱସ୍ତରୀୟ ଉପସ୍ଥିତି ଓ ବ୍ରାଣ୍ଡ୍ ପାରିପାଶ୍ୱିର୍କ ଗୋଷ୍ଠୀ ଗଠନ ଜାରି ରଖିଛି।’’
ଟିସିଏସ୍ ର ବ୍ରାଣ୍ଡ୍ ମୂଲ୍ୟର ବୃଦ୍ଧି ଏହାର ଦୀର୍ଘମିଆଦୀ ପ୍ରତିବଦ୍ଧତା ଉପରେ ପ୍ରତିଷ୍ଠିତ, ଯାହା ମାନବିକ ପ୍ରଯୁକ୍ତିବିଦ୍ୟାକୁ ଅନୁଭୂତି ମାଧ୍ୟମରେ ପ୍ରେରଣା ଦେଇଥାଏ, ନବୀନତା ମାଧ୍ୟମରେ ପରିବର୍ତନ ଆଣିଥାଏ ଏବଂ ସମ୍ପର୍କକୁ ଦୂରପର୍ଯ୍ୟନ୍ତ ନେଇଥାଏ। ଏହି ଗତିର କେନ୍ଦ୍ରବିନ୍ଦୁରେ ରହିଛି ଟିସିଏସ୍‌ର ୧୪ଟି ବିଶ୍ୱସ୍ତରୀୟ ଦୌଡ ପ୍ରତିଯୋଗିତାର ପ୍ରାୟୋଜକ ଯେପରିକି ସାତଟି ଆବଟ୍ ୱାର୍ଲ୍ଡ ମାରାଥନ୍‌ରୁ ପାଂଚଟି, ଟିସିଏସ୍ ନ୍ୟୁୟର୍କ ସିଟି ମାରାଥନ୍‌, ଟିସିଏସ୍ ଲଣ୍ଡନ ମାରାଥନ୍‌, ଏବଂ ଟିସିଏସ୍ ସିଡନୀ ମାରାଥନ୍‌। ଏହି ପ୍ରତିଯୋଗିତା ଗୁଡିକ ପ୍ରତିବର୍ଷ ୬୦୦,୦୦୦ରୁ ଅଧିକ ଧାବକଧାବିକାଙ୍କୁ ଯୋଡ଼ିଥାଏ ଏବଂ ୨୦୨୪ରେ ସ୍ଥାନୀୟ ଅର୍ଥନୀତିରେ ୨.୨୫ ବିଲିୟନ୍ ଡଲାର୍ ଅବଦାନ ରଖିଥିଲା, ଯାହା ୨୭୯ ନିୟୁତ ଡଲାର୍ ଦାତବ୍ୟ ଉଦ୍ଦେଶ୍ୟରେ ସଂଗ୍ରହ କରିଥିଲା। ଟିସିଏସ୍ ବ୍ରାଣ୍ଡ୍ ମଧ୍ୟ ବ୍ରାଣ୍ଡ୍ ପରିଚୟରେ ୩୦ ପଏଂଟ୍ ଏବଂ ବ୍ରାଣ୍ଡ୍ ବିଚାରରେ ୪୦ ପଏଂଟ୍ ବୃଦ୍ଧି ଦର୍ଶାଇଛି, ଯାହା ଏହି କ୍ରୀଡାର ସମସ୍ତ ପ୍ରାୟୋଜକଙ୍କ ମଧ୍ୟରେ ସର୍ବୋଚ୍ଚ।
ଟିସିଏସ୍‌ର ମୁଖ୍ୟ ମାର୍କେଟିଂ ଅଧିକାରୀ ଅଭିନବ କୁମାର କହିଛନ୍ତି ଯେ, “୨୦ ବର୍ଷ ଧରି କଂଟାର ବ୍ରାଣ୍ଡଜ୍ ବିଶ୍ୱର ସବୁଠାରୁ ମୂଲ୍ୟବାନ ବ୍ରାଣ୍ଡ୍‌ଗୁଡିକୁ ସ୍ୱୀକୃତି ଦେଇଆସିଛି। ଆମେ ଏହି ବିଶେଷ ବାର୍ଷିକୀ ସଂସ୍କରଣ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛୁ। ଆମ ଉଦ୍ୟମରେ ବ୍ରାଣ୍ଡ୍ ନେତୃତ୍ୱ ପାଖାପାଖି, ଆମେ ବିଭିନ୍ନ ଉଦ୍ୟମର ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ବ୍ରାଣ୍ଡ୍ ମଧ୍ୟରେ ଟିସିଏସ୍ ବ୍ରାଣ୍ଡ୍‌ର ଏହି ସ୍ୱୀକୃତି ଦେଖି ବହୁତ ଖୁସି ଅନୁଭବ କରୁଛୁ। ବ୍ରାଣ୍ଡ୍ ମୂଲ୍ୟ, ସଚେତନତା ଏବଂ ସମ୍ମାନର ଏହି ବୃଦ୍ଧି ଏକ ଶ୍ରେଣୀର ଉଚ୍ଚ-ପ୍ରଭାବ ଦୀର୍ଘମିଆଦୀ ମାର୍କେଟିଂ ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ଉପରେ ଗଠିତ। ଏକ ବ୍ରାଣ୍ଡ୍ ନିର୍ମାଣ ଏକ ମାରାଥନ୍ ପରି, ତଥାପି ମୁଁ ଟିସିଏସ୍‌ର ସମସ୍ତ ସହକର୍ମୀଙ୍କୁ ଏହି ଦୀର୍ଘ ଦୌଡ ଏକ ସ୍ପ୍ରିଂଟର ଗତିରେ କରିବା ପାଇଁ ଧନ୍ୟବାଦ ଜଣାଉଛି। ସେମାନ ସମସ୍ତଙ୍କୁ ମୋର ଅଭିନ୍ଦନ।”
ଜଣେ ପ୍ରୋ ରନର୍ ପାଇଁ ପ୍ରଥମ ଡିଜିଟାଲ୍ ଟ୍ୱିନ୍ ହାର୍ଟ ସୃଷ୍ଟି କରିବାରୁ ଆରମ୍ଭ କରି ଏଜେଂଟିକ୍ ଏଆଇ ସିଷ୍ଟମ୍ ଯାହା ଜଟିଳ ବ୍ୟବସାୟିକ ପରିସ୍ଥିତିରେ ସ୍ୱାଧୀନ ଭାବରେ ଯୁକ୍ତିଯୁକ୍ତ ଏବଂ କାର୍ଯ୍ୟ କରିବା ପର୍ଯ୍ୟନ୍ତ ଟିସିଏସ୍ ଏଂଟରପ୍ରାଇଜ୍ ଏବଂ ଗ୍ରାହକ ଅନୁଭୂତିର ଭବିଷ୍ୟତକୁ ଆକୃତି ଦେଇଆସିଛି। ଜାଗୁଆର୍ ସହିତ ଟିସିଏସ୍‌ର ସହଭାଗିତା, ଯାହା ଏବିବି ଏଫ୍‌ଆଇଏ ଫର୍ମୁଲାଋ ୱାର୍ଲ୍ଡ ଚାମ୍ପିୟନସିପ୍‌ରେ ଜାଗୁଆର୍ ଟିସିଏସ୍ ରେସିଂ ଟିମ୍ ମାଧ୍ୟମରେ ପ୍ରତିଯୋଗିତା କରୁଛି, ତାହା ଟିସିଏସ୍‌ରୁ ବୁଦ୍ଧିମାନ, ଇଞ୍ଜିନିୟରିଂ ଏବଂ ସ୍ଥାୟୀ ନବୀନତାକୁ ଯୋଡ଼ୁଛି, ଯାହା ଗୋଷ୍ଠୀ ସହିତ ସଂଯୋଜିତ ପରବର୍ତୀ ପିଢିର ଅନୁଭୂତି ପ୍ରତି ବ୍ରାଣ୍ଡର ପ୍ରତିବଦ୍ଧତାକୁ ଉଜ୍ଜ୍ୱଳ କରୁଛି।
ଟିସିଏସ୍ ଏହାର ଶକ୍ତିଶାଳୀ ଗ୍ରାହକ ସହଭାଗିତା ଏବଂ ନିଯୁକ୍ତିଦାତା ବ୍ରାଣ୍ଡ୍ ପାଇଁ ମଧ୍ୟ ସ୍ୱୀକୃତି ପାଇଆସିଛି। ୨୦୨୫ରେ, ଟିସିଏସ୍‌କୁ ୱାଇଟଲେନ୍ ରିସର୍ଚ୍ଚ ଦ୍ୱାରା ୟୁରୋପରେ ଗ୍ରାହକ ସନ୍ତୁଷ୍ଟିରେ ଏକ ନମ୍ବର ଆଇଟି ସେବା ପ୍ରଦାନକାରୀ ଭାବରେ ମାନ୍ୟତା ଦିଆଯାଇଥିଲା। ଟିସିଏସ୍‌କୁ ଟପ୍ ଏମ୍ପ୍ଲୟର୍ ଇନ୍‌ଷ୍ଟିଚ୍ୟୁଟ୍ ଦ୍ୱାରା ଉତର ଆମେରିକା, ଏସିଆ ପ୍ରଶାନ୍ତ, ମଧ୍ୟ ପ୍ରାଚ୍ୟ, ଏବଂ ଲାଟିନ୍ ଆମେରିକା ସମେତ ୩୦ରୁ ଅଧିକ ଦେଶ ଏବଂ ଅଂଚଳରେ ଏକ ବିଶ୍ୱସ୍ତରୀୟ ଶ୍ରେଷ୍ଠ ନିଯୁକ୍ତିଦାତା ଭାବରେ ନାମିତ କରାଯାଇଥିଲା।
ଏହି ସ୍ୱୀକୃତି ଟିସିଏସ୍‌ର କାଂଟାର ବ୍ରାଣ୍ଡଜ୍ ସବୁଠୁ ମୂଲ୍ୟବାନ ଭାରତୀୟ ବ୍ରାଣ୍ଡ୍ ୨୦୨୪ ର‌୍ୟାଙ୍କିଂରେ ଟିସିଏସ୍ ତୃତୀୟ ବର୍ଷ କ୍ରମାଗତ ଭାବରେ ଏକ ନମ୍ବର ସ୍ଥାନ ବଜାୟ ରଖିବାର ଅଭିଜ୍ଞତା ଉପରେ ଆଧାରିତ। ଟିସିଏସ୍‌ର ବ୍ରାଣ୍ଡ୍ ଶକ୍ତି ଏହାର ଭାରତୀୟ ଐତିହ୍ୟ ଏବଂ ବିଶ୍ୱସ୍ତରୀୟ ପ୍ରାସଙ୍ଗିକତା ଉପରେ ଆଧାରିତ। ବିଶ୍ୱସ୍ତରରେ କମ୍ପାନୀ ପ୍ରମୁଖ ଉଦ୍ୟମ ଫୋରମ୍‌ଗୁଡିକରେ ସକ୍ରିୟ ଭାବରେ ଭାଗ ନେଇଥାଏ, ଏଆଇ, ଡିଜିଟାଲ୍ ପରିବର୍ତନ ଏବଂ ସ୍ଥାୟୀତ୍ୱ ଉପରେ ଆଲୋଚନାକୁ ନେତୃତ୍ୱ ଦେଉଛି। ଏହା ପ୍ରମୁଖ ବିଶ୍ଲେଷକଙ୍କ ଦ୍ୱାରା ପ୍ରାୟ ୮୦% ପ୍ରତିଯୋଗିତାମୂଳକ ସ୍ଥିତି ମୂଲ୍ୟାୟନରେ ଏକ ଲିଡର ଭାବରେ ସ୍ୱୀକୃତି ପାଇଛି ଏବଂ ଡିଜିଟାଲ୍ ଏବଂ ସୋସିଆଲ୍ ମିଡିଆ ଉପସ୍ଥିତି ବୃଦ୍ଧି କରିଆସିଛି ଯାହା ପରବର୍ତୀ ପିଢିର ଗ୍ରାହକ, ପ୍ରତିଭା ଏବଂ ସହଭାଗୀଙ୍କ ସହିତ ସଂଯୋଗ କରୁଛି।

Related Post