ଆଜିର ଖାସ ଖବର
Sat. May 30th, 2026

ମୋଲବିଓ ଡାଏଗ୍ନୋଷ୍ଟିକ୍ସ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Aug26,2025

ଭୁବନେଶ୍ୱର: ଅଗ୍ରଣୀ ଡାଏଗ୍ନୋଷ୍ଟିକ୍ସ କମ୍ପାନି ମୋଲବିଓ ଡାଏଗ୍ନୋଷ୍ଟିକ୍ସ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି ହାସଲ କରିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଓ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଗୋଆର ଏହି କମ୍ପାନି ନୂଆ ଇକ୍ୱିଟି ସେୟାର ଜାରି କରି ୨୦୦ କୋଟି ଟଙ୍କା ସଂଗ୍ରହ କରିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୧,୨୫,୫୬,୦୦୦ ଇକ୍ୱିଟି ସେୟାରକୁ ବିକ୍ରି କରିବେ।
ଅଫର ଫର୍ ସେଲ୍‌ରେ ଏକ୍ସୋରା ଟ୍ରେଡିଂ ଏଲ୍‌ଏଲ୍‌ପି, ଡକ୍ଟର ଚନ୍ଦ୍ରଶେଖର ଭାସ୍କରନ ନାୟାର, ଅବଦୁଲ କାଦିର ମହମ୍ମଦ ଥେରୁଭାଥ, ଚିଉବାକା ସର୍ଭିସେସ୍ ଲିମିଟେଡ୍‌, ଜେ ଗୁରୁ ଦତ, ଗୋପାଳକ୍ରିଷ୍ଣନ ମାଙ୍ଗାଲୋର କିନି, ଗୋପାଳକ୍ରିଷ୍ଣନ ସମ୍ପତଗିରି, ଇଣ୍ଡିଆ ବିଜନେସ୍ ଏକ୍ସଲେନ୍ସ ଫଣ୍ଡ୍ ୩, ଏମ୍ ଗଣେଶ କାମଥ, ଏମ୍ ଏ ରୋହିତ, ଏମ ଏ ଶରତ, ଏମଏ ଉଷା ରାଣୀ, ସଙ୍ଗୀତା ଏମ୍ କିନି, ସାହିଦା ଅବଦୁଲ କାଦର, ଶ୍ରତି ଜି କିନି, ସୁଜୟ ଲିମିଟେଡ୍‌, ଭି ସାଇନସେସ୍ ଇନଭେଷ୍ଟମେଂଟ୍‌ସ ପିଇଟି ଲିମିଟେଡ୍ ଓ ବିବେକ ଦେବରାଜ ଭଳି ଅଂଶଧନକାରୀ ସେୟାର ବିକ୍ରି କରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ସେଥିରୁ ୯୯.୩ କୋଟି ଟଙ୍କାକୁ ଆର୍‌ଆଣ୍ଡ୍‌ଡି କେନ୍ଦ୍ର, ଉତ୍କର୍ଷ କେନ୍ଦ୍ର ଓ କନେକ୍ଟେଡ୍ କାର୍ଯ୍ୟାଳୟ କ୍ଷେତ୍ର ସ୍ଥାପନ କରିବା ଲାଗି ପୁଞ୍ଜି ବ୍ୟୟ, ୭୩.୫ କୋଟି ଟଙ୍କାକୁ ଗୋଆର ୟୁନି୍‌ଟ୍‌, ୧, ୟୁନିଟ୍ ୨ ଓ ବିଶାଖାପାଟଣା କାରଖାନାର କାରଖାନା, ମେସିନ ଓ ଅନ୍ୟାନ୍ୟ ଉପକରଣ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
ମୋଲବିଓ ଡାଏଗ୍ନୋଷ୍ଟିକ୍ସକୁ ୨୦୦୦ରେ ସ୍ଥାପନ କରାଯାଇଥିଲା ଏବଂ ଏହାର ପାଂଚଟି କାରଖାନା ମଧ୍ୟରୁ ଗୋଆରେ ଦୁଇଟି, ବିଶାଖାପାଟଣାରେ ଗୋଟିଏ ଏବଂ ବେଙ୍ଗାଲୁରୁରେ ଦୁଇଟି ରହିଛି। ୨୦୨୫ ମାର୍ଚ ୩୧ ସୁଦ୍ଧା ମୋଲବିଓର ସ୍ଥାପିତ କ୍ଷମତା ବାର୍ଷିକ ୩୬୦୦ ଡିଭାଇସ୍ ଏବଂ ୩,୯୦,୦୦,୦୦୦ ଟ୍ରୁନାଟ୍ ଟେଷ୍ଟ କିଟ୍ ରହିଛି।
୨୦୨୪-୨୫ ଆର୍ଥିକ ବର୍ଷରେ କମ୍ପାନିର ପରିଚାଳନାରୁରାଜସ୍ୱ ପରିମାଣ ୧୦୨୦ କୋଟି ଟଙ୍କା ରହିଥିଲା ଯାହା ୨୦୨୩-୨୪ ତୁଳନାରେ ୨୧.୯୮ ପ୍ରତିଶତ ଅଧିକ। ଟିକସ ପରବର୍ତୀ ଲାଭ ୧୩୮.୫ କୋଟି ଟଙ୍କା ହୋଇଛି।
କମ୍ପାନିର ପ୍ରତିଷ୍ଠାତାମାନେ ହେଉଛନ୍ତି ଶ୍ରୀରାମ ନଟରାଜ, ଚନ୍ଦ୍ରଶେଖର ଭାସ୍କରନ ନାୟାର, ସଙ୍ଗୀତା ଶ୍ରୀରାମ, ଶିବା ଶ୍ରୀରାମ,ସୌମ୍ୟା ଶ୍ରୀରାମ, ଏକ୍ସୋରା ଟ୍ରେଡିଂ ଏଲ୍‌ଏଲ୍‌ପି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି କୋଟକ୍ ମହିନ୍ଦ୍ରା କ୍ୟାପିଟାଲ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ କ୍ୟାପିଟାଲ୍ ସର୍ଭିସେସ୍ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଓ ମୋତିଲାଲ ଓସ୍ୱାଲ ଇନଭେଷ୍ଟମେଂଟ୍ ଆଡଭାଇଜର୍ସ ଲିମିଟେଡ୍‌।

Related Post