ଆଜିର ଖାସ ଖବର
Sat. May 30th, 2026

ଦୁନିଆରେ ରେୟାର ଆର୍ଥ (ଦୁର୍ଲଭ ମୂର୍ତିକା) ଯୁଦ୍ଧ ଓ ଶାନ୍ତି ନିର୍ଧାରଣ କରୁଛି: ଅନିଲ ଅଗ୍ରୱାଲ, ଅଧ୍ୟକ୍ଷ, ବେଦାନ୍ତ ଲିମିଟେଡ୍‌

By Admin_Dainkasha Mar13,2025
Vedanta Chairman Anil Agarwal Welcomes UP Government’s Power Sector Reform

ଭୁବନେଶ୍ୱର: ବର୍ତମାନର ଦୁନିଆରେ ରେୟାର ଆର୍ଥ (ଦୁର୍ଲଭ ମୂର୍ତିକା) ସନ୍ଧାନ କରିବା ଯୁଦ୍ଧ ଓ ଶାନ୍ତି ନିର୍ଧାରଣ କରୁଛି। ରେୟାର ଆର୍ଥ ହେଉଛି ୧୭ ପ୍ରକାର ଖଣିଜ ପଦାର୍ଥର ପୁଞ୍ଜ। ସେଗୁଡ଼ିକ ବିନା ଆପଣମାନେ ସ୍ମାର୍ଟଫୋନ, ସ୍ମାର୍ଟ ଟିଭି କିମ୍ବା ବାସ୍ତବରେ କୌଣସି ଅତ୍ୟାଧୁନିକ ପ୍ରଯୁକ୍ତି ହାସଲ କରିପାରିବେ ନାହିଁ।
ବର୍ତମାନ ବିଶ୍ୱର ୭୦ ପ୍ରତିଶତ ରେୟାର୍ ଆର୍ଥ ଯୋଗାଣ ଚୀନ୍ ନିୟନ୍ତ୍ରଣରେ ରହିଛି। ସେଥିପାଇଁ ରୁଷ୍ ସହ ଯୁଦ୍ଧ ସମାପ୍ତ କରିବା ରଣନୀତିର କେନ୍ଦ୍ରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ୍ ସହିତ ଖଣିଜ ରାଜିନାମା ସ୍ୱାକ୍ଷର କରିବାକୁ ଚାହୁଛନ୍ତି। କଙ୍ଗୋ ରାଷ୍ଟ୍ରପତି ମଧ୍ୟ ନିରାପତା ବଦଳରେ ଆମେରିକାକୁ ଖଣିଜ ପ୍ରଦାନ କରିବାର ପ୍ରସ୍ତାବ ଦେଇଛନ୍ତି।
ଭାରତରେ ବାସ୍ତବରେ ଦୁନିଆର ୫ମ ବୃହତମ ରେୟାର ଆର୍ଥ ଭଣ୍ଡାର ରହିଛି। କିନ୍ତୁ ଆମେ ଅଳ୍ପ ପରିମାଣର ଉତ୍ପାଦନ କରୁଛନ୍ତି।
ଏହା ଦୁନିଆକୁ ବହୁତ କିଛି ସୁବିଧା ପ୍ରଦାନ କରିପାରିବ। ଚାଲନ୍ତୁ ୂଏହା ଉପରେ ଧ୍ୟାନ ଦେବା।
ସୌ ସୁନାର କି, ଏକ ଲୁହାର କି -ଦେଶର ଆବଶ୍ୟକତା ପାଇଁ

Related Post