ଆଜିର ଖାସ ଖବର
Tue. May 26th, 2026

ଆନ୍ତର୍ଜାତୀୟ ମହିଳା ଦିବସରେ ଗୋଦରେଜ କଞ୍ଜ୍ୟୁମର ପ୍ରଡକ୍ଟସ ପକ୍ଷରୁ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାରେ ମହିଳା ଏବଂ ସହଯୋଗୀଙ୍କୁ ସମ୍ମାନ ପ୍ରଦାନ

By Admin_Dainkasha Mar10,2025
This International Women’s Day, Godrej Consumer Products honours Women and Allies across Asia, Africa, and Latin America

ଭୁବନେଶ୍ୱର: ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଜିସିପିଏଲ) ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଇଁ ଜିସିପିଏଲ ଏସିଆ (ଭାରତ, ଇଣ୍ଡୋନେସିଆ, ବାଂଲାଦେଶ, ଶ୍ରୀଲଙ୍କା, ୟୁଏଇ), ଆଫ୍ରିକା (ଦକ୍ଷିଣ ଆଫ୍ରିକା, ନାଇଜେରିଆ, କେନିଆ, ଘାନା) ଏବଂ ଲାଟିନ୍ ଆମେରିକା (ଆର୍ଜେଟିଂନା ଏବଂ ଚିଲି)ରେ ଏକ ମାସ ବ୍ୟାପୀ ଲମ୍ବା କାର୍ଯ୍ୟକ୍ରମ ‘ଓମେନଲି: ଆଲାଏଜ ଇନ ଆକ୍ସନ’ ଆରମ୍ଭ କରିଛି। ଏହି ଅଭଯାନରେ ସଂସ୍ଥା ଭିତରେ ଓ ବାହାରେ ଥିବା ଯେଉଁ ବ୍ୟକ୍ତିମାନେ ଅନ୍ତର୍ଭୁକ୍ତୀକରଣକୁ ସମର୍ଥନ କରୁଛନ୍ତି, ସମାନତା ପାଇଁ ପ୍ରଚାର କରୁଛନ୍ତି ଏବଂ ମହିଳାଙ୍କ ପାଇଁ ଏକ ଅଧିକ ସହାୟକ ଓ ଗତିଶୀଳ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ପ୍ରତି ଅବଦାନ ଦେଉଛନ୍ତି, ସେମାନଙ୍କୁ ସ୍ୱୀକୃତି ଦିଆଯାଉଛି ଓ ସଫଳତାକୁ ପାଳନ କରାଯାଉଛି।
ଜିସିପିଏଲ୍ ପକ୍ଷରୁ ବିକ୍ରୟରେ ଲିଙ୍ଗଗତ ପ୍ରତିବନ୍ଧକ ଦୂର କରିବା ପାଇଁ ଏକ ଡକ୍ୟୁ-ଫିଲ୍ମ ଆରମ୍ଭ କରିବ। ସେହିପରି, ଆଲାୟେସିପ ଉପରେ ବିନିର୍ମାଣ କ୍ଷେତ୍ର ଭିତିକ ପ୍ୟାନେଲ ଆଲୋଚନା, ଗୋଦରେଜ ୱାନରେ ଓମେନଆଲାୟେ କାର୍ଯ୍ୟକ୍ରମ ଏବଂ ଏଫଏମସିଜି ବିକ୍ରିରେ ମହିଳାଙ୍କ ଅଂଶଗ୍ରହଣକୁ ମାନ୍ୟତା ପ୍ରଦାନ କରିବା ପାଇଁ ଫାମିଲି ଆଉଟରିଚ ଅଭିଯାନ ଆୟୋଜନ କରିବ। କମ୍ପାନି ଏହାର ଦୁଇଟି ପ୍ରମୁଖ କାର୍ଯ୍ୟକ୍ରମ ଗୋଦରେଜ କି ଶକ୍ତି ଏବଂ ଆରମ୍ଭର ପରବର୍ତୀ ବର୍ଷର ଚାର୍ଟର୍ ଉପସ୍ଥାପନ କରିବ।
ଏହି ଅବସରରେ ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସର ଗ୍ଲୋବାଲ୍ ହେଡ୍‌–ମାନବ ସମ୍ବଳ ବୈଭବ ରାମ୍ କହିଛନ୍ତି ଯେ, “ସିଜିପିଏଲରେ ଆଲାୟେସିପ ପ୍ରତି ଆମର ଦୃଷ୍ଟିକୋଣ ଜାତିସଂଘ ଦ୍ୱାରା ପ୍ରଚଳିତ ବ୍ୟାପକ ସ୍ତମ୍ଭଗୁଡିକ ସହିତ ଭଲ ଭାବେ ମେଳ ଖାଉଛି। ତାହା ହେଉଛି ସମସ୍ତ ମହିଳା ଏବଂ ଝିଅମାନଙ୍କ ପାଇଁ ଅଧିକାର, ସମାନତା ଏବଂ ସଶକ୍ତିକରଣ। ଏହି ସ୍ତମ୍ଭଗୁଡିକ ଏକ ସଂସ୍କୃତି ସୃଷ୍ଟି କରିବାରେ ଆମର ପ୍ରୟାସକୁ ମାର୍ଗଦର୍ଶନ କରୁଛନ୍ତି, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି, ଲିଙ୍ଗ, ପୃଷ୍ଠଭୂମି କିମ୍ବା ଭୂମିକା ନିର୍ବିଶେଷରେ ସମସ୍ତଙ୍କର ଉନ୍ନତି ହୋଇପାରିବ। ସାଥୀ, ପରିବାର, ବନ୍ଧୁ, ବାହ୍ୟ କାର୍ଯ୍ୟ ସାଥୀ ହୁଅନ୍ତୁ, ଏହି ସହଯୋଗୀମାନେ ଅଣ-ପ୍ରତିନିଧିତ୍ୱ ଗୋଷ୍ଠୀଙ୍କ ପାଇଁ ଏକ ଅନ୍ତର୍ଭୁକ୍ତୀକରଣ ଏବଂ ସମାନ କାର୍ଯ୍ୟସ୍ଥଳ ସୃଷ୍ଟି କରିବା, ପକ୍ଷପାତକୁ ସାମ୍ନା କରିବା ଏବଂ ସମସ୍ତେ ନିଜକୁ ସଶକ୍ତ ଓ ଗୁରୁତ୍ୱପୂର୍ଣ୍ଣ ଅନୁଭବ କରୁଥିବା ସ୍ଥାନ ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ବିନିର୍ମାଣ ଏବଂ ବିକ୍ରୟରେ ମହିଳାଙ୍କ ଅଂଶଗ୍ରହଣକୁ ସମର୍ଥନ କରିବା ପାଇଁ ଗୋଦରେଜ କି ଶକ୍ତି ଏବଂ ଆରମ୍ଭ ଭଳି ଆମର ପଦକ୍ଷେପଗୁଡିକ ଜିସିପିଏଲ ଭିତରେ ଏବଂ ବାହାରେ ସହଯୋଗୀଙ୍କ ସମର୍ଥନ ଯୋଗୁଁ ସଫଳ ହୋଇଛି। ଏକ ପରିବେଶ ଯେଉଁଠାରେ ମହିଳାମାନଙ୍କ ସ୍ୱର ଶୁଣାଯାଏ, ମୂଲ୍ୟବାନ ଏବଂ ନିଜ ପୂର୍ଣ୍ଣ କ୍ଷମତା ହାସଲ କରିବା ପାଇଁ ସମସ୍ତ ମନେ କରୁଥିବା ପରିବେଶ ସୃଷ୍ଟି କରିବା ପ୍ରତି ଅବଦାନ ଦେଉଥିବା ଲୋକମାନଙ୍କୁ ଏହି ଅନ୍ତର୍ଜାତୀୟ ମହିଳା ଦିବସରେ ଆମେ ଗଭୀର ଭାବରେ ପ୍ରଶଂସା ଏବଂ ସ୍ୱୀକୃତି ଜଣାଉଛୁ।’’
ଜିପିସିଏଲ ଖୁବଶୀଘ୍ର ଏକ ଡକ୍ୟୁ-ଫିଲ୍ମ୍ ମୁକ୍ତିଲାଭ କରିବ। ପୁରୁଷ ପ୍ରାଧାନ୍ୟ ଥିବା ସେଲସ କ୍ଷେତ୍ର କିଭଳି ବଦଳୁଛି ତାହାକୁ ଏଥିରେ ଦେଖାଯାଇଛି। ମହିଳାମାନେ କିଭଳି ପ୍ରତି ବନ୍ଧକକୁ ଦୂର କରୁଛନ୍ତି, ଆହ୍ୱାନକୁ ସାମ୍ନା କରୁଛନ୍ତି ଏବଂ ସଫଳତା ପାଉଛନ୍ତି, ତାହା ପ୍ରଦର୍ଶିତ ହେବ। କର୍ମଚାରୀମାନଙ୍କ ବାସ୍ତବ କାହାଣୀ ଉପରେ ତାହା ଆଧାରିତ। ସେଲସରୁ ବିନିର୍ମାଣ, ମୁଖ୍ୟ କାର୍ଯ୍ୟାଳୟରୁ ବିଶ୍ୱସ୍ତରୀୟ ପରିଚାଳନା ପର୍ଯ୍ୟନ୍ତ ମହିଳାମାନଙ୍କ ଦୃଢ଼ତା, ସହନଶୀଳତା ଓ ସପଳତାକୁ ଜିପିସିଏଲ ପାଳନ କରୁଛି। ଶକ୍ତିଶାଳୀ କାହାଣୀ, ଆଲୋଚନା ଓ ସେଲସରେ ଥିବା ୧୭୦ରୁ ଅଧିକ ପରିବାରକୁ ଆଲାୟେସିପ କାର୍ଡ ଭଳି ପଦକ୍ଷେପ ଜରିଅରେ ଜିସିପିଏଲ ସେମାନଙ୍କ ଉନ୍ନତିକୁ ପାଳନ କରୁଛି। ଶକ୍ତି ସମ୍ମିଳନୀ ହେଉଛି ମୁମ୍ବାଇରେ ଥିବା ଜିସିପିଏଲ ମୁଖ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା ଏକ ଦୁଇଦିନିଆ ସମ୍ମିଳନୀ।

Related Post