ଆଜିର ଖାସ ଖବର
Thu. May 28th, 2026

କ୍ୟୁସିଏଫ୍‌ଆଇ ସପ୍ତମ ଚାପ୍ଟର କନ୍‌ଭେନ୍‌ସନ୍‌ରେ ଟିପିସିଓଡିଏଲ୍ ଜିତିଲା ୧୫ ପୁରସ୍କାର

By Admin_Dainkasha Sep18,2025

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) କ୍ୟୁସିଏଫ୍‌ଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ କ୍ୱାଲିଟି କନ୍‌ସେପ୍ଟ ୨୦୨୫ ରେ ୧୫ଟି ପୁରସ୍କାର ଜିତିଛି। କ୍ୱାଲିଟି ସର୍କଲ୍ ଓ କାଇଜେନ୍‌ର ୧୫ ପ୍ରକଳ୍ପ ମଧ୍ୟରୁ ୧୪ଟି ଟିମ୍ ସ୍ୱର୍ଣ୍ଣ ଏବଂ ଗୋଟିଏ ଟିମ୍ ରୌପ୍ୟ ପଦକ ହାସଲ କରିଛି।
ଏନଟିପିସି, ଓଡ଼ିଶା ଖଣି ନିଗମ, ଜିନ୍ଦଲ ଷ୍ଟେନଲେସ୍‌, ନାଲ୍‌କୋ, ବାଲ୍‌କୋ, ଟାଟା ପାୱାର, ବେଦାନ୍ତ ଭଳି ଅଗ୍ରଣୀ କମ୍ପାନିର ୨୧୦ରୁ ଅଧିକ ଟିମ୍ ସହ ଟିପିସିଓଡିଏଲ୍‌ର ଟିମ୍ ପ୍ରତିଦ୍ୱନ୍ଦ୍ୱିତା କରିଥିଲା।
ଏହି ସଫଳତା ଗୁଣାତ୍ମକ ମାନ, ନବସୃଜନ ଓ ନିରନ୍ତର ଉନ୍ନତି ପ୍ରତି ଟିପିସିଓଡିଏଲ୍‌ର ଅତୁଟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ସ୍ୱର୍ଣ୍ଣ ବିଜୟୀ ଟିମ୍ ଆସନ୍ତା ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଲିଟି କନ୍‌ସେପ୍ଟ ର ଜାତୀୟ କନ୍‌ଭେନ୍‌ସନ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି।

Related Post