ଆଜିର ଖାସ ଖବର
Tue. May 26th, 2026

ରଥଯାତ୍ରା ୨୦୨୫ରେ ଭରସାଯୋଗ୍ୟ ବିଦ୍ୟୁତ୍ ସରବରାହ ପାଇଁ ଟିପିସିଓଡିଏଲ ସମ୍ମାନିତ

By Admin_Dainkasha Aug18,2025

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପୁରୀରେ ଅନୁଷ୍ଠିତ ପବିତ୍ର ରଥଯାତ୍ରା ୨୦୨୫ରେ ଭରସାଯୋଗ୍ୟ ବିଦ୍ୟୁତ୍ ସରବରାହ ସୁନିଶ୍ଚିତ କରି ‘ରଥସେବା ସମ୍ମାନ ୨୦୨୫’ରେ ସମ୍ମାନିତ ହୋଇଛି।
ପୁରୀର ସାଂସଦ ମାନନୀୟ ଶ୍ରୀ ସମ୍ବିତ ପାତ୍ର, ସମ୍ମାନିତ ଅତିଥି ଏବଂ ନାଗରିକ ପ୍ରତିନିଧିମାନେ ମହାପ୍ରଭୁ ଜଗନ୍ନାଥଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ପର୍ବରେ ଟିପିସିଓଡିଏଲର ଅବିଶ୍ରାନ୍ତ ପ୍ରୟାସକୁ ପ୍ରଶଂସା କରିବା ସହ ଏହି ସମ୍ମାନ ପ୍ରଦାନ କରିଥିଲେ। ଟିପିସିଓଡିଏଲର ପୁରୀ ଡିଭିଜନାଲ ମ୍ୟାନେଜର ଶ୍ରୀ ସ୍ମୃତିରଞ୍ଜନ ସ୍ୱାଇଁ ଏହି ସମ୍ମାନ ଗ୍ରହଣ କରିଥିଲେ।
ଏହି ଅବସରରେ ଟିପିସିଓଡିଏଲର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, ‘ମାନନୀୟ ସାଂସଦ ଏବଂ ପୁରୀ ବାସୀଙ୍କ ପକ୍ଷରୁ ଦିଆଯାଇଥିବା ଏହି ସମ୍ମାନ ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଏହା ଆମ ଟିମର ଅବଦାନକୁ ପ୍ରତିଫଳିତ କରୁଛି ଯେଉଁମାନେ ଭକ୍ତଙ୍କ ପାଇଁ ଏକ ସୁରକ୍ଷିତ ରଥଯାତ୍ରା ଅନୁଭୂତି ନିଶ୍ଚିତ କରିବା ପାଇଁ ଦିନରାତି କାର୍ଯ୍ୟ କରିଥିଲେ। ପବିତ୍ର ପୁରୀ ସହର ଏବଂ ଏଠାକାର ଲୋକମାନଙ୍କୁ ସେବା ପ୍ରଦାନ କରିଥିବାରୁ ଆମେ ଗର୍ବିତ।’’
ଏହି ସମ୍ମାନ ଟିପିସିଓଡିଏଲର ସେବା ଉତ୍କର୍ଷ ଏବଂ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ସମର୍ଥନ ଜାରି ରଖିବା ପ୍ରତି ତାହାର ପ୍ରତିବଦ୍ଧତାକୁ ଦୋହରାଉଛି।

Related Post