ଆଜିର ଖାସ ଖବର
Thu. Apr 16th, 2026

ଉଦ୍ୟୋଗୀ ସଶକ୍ତିକରଣ କାର୍ଯ୍ୟକ୍ରମ ମାଧ୍ୟମରେ ବିବିଧତା ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି ଟିପିସିଓଡିଏଲ୍

By Admin_Dainkasha Sep20,2025

ଭୁବନେଶ୍ୱର, ସେପ୍ଟେମ୍ବର ୧୯: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ଦ୍ୱାରା ଏମଡିସି ଭୁବନେଶ୍ୱରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହାର ଉଦ୍ଦେଶ୍ୟ ଥିଲା ‘ଆଫିରମେଟିଭ କମ୍ୟୁନିଟି’ ରୁ ଆସିଥିବା ଉଦ୍ୟମୀମାନଙ୍କୁ ସଶକ୍ତ କରିବା ଓ ସେମାନଙ୍କ ବ୍ୟବସାୟିକ ଉନ୍ନତି ଓ ବିକାଶକୁ ପ୍ରୋତ୍ସାହନ ଦେବା ।

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ରବି କୁମାର ନାରା, ଜାତୀୟ ଅଧ୍ୟକ୍ଷ – ଡିକ୍କୀ, ଶ୍ରୀ କୁୱଂର ଶଶାଙ୍କ, ଅଧ୍ୟକ୍ଷ – ଉତ୍ତର ଭାରତ, ଡିକ୍କୀ, ଦଳିତ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (DICCI) ର ସଦସ୍ୟମାନେ ଏବଂ ଟିପିସିଓଡିଏଲର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ଏହି ଅବସରରେ ପଦ୍ମଶ୍ରୀ ରବି କୁମାର ନାରା ସମାଜିକ ଓ ଆର୍ଥିକ ବିକାଶରେ ସମାବେଶୀ ଉଦ୍ୟମିତାର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ । ଟିପିସିଓଡିଏଲର ବରିଷ୍ଠ କର୍ମକର୍ତ୍ତାମାନେ ମଧ୍ୟ ଏହି ମହତ ପଦକ୍ଷେପରେ ସହଭାଗୀ ହେବା ଗୌରବର ବିଷୟ ବୋଲି କହିବା ସହ ସମାଜର ସବୁ ବର୍ଗର ଲୋକଙ୍କୁ ସମାନ ସୁଯୋଗ ଦେବା ପାଇଁ କମ୍ପାନୀଙ୍କ ଦୃଷ୍ଟିକୋଣକୁ ପ୍ରକାଶ କରିଥିଲେ।

ଏହି ଅବସରରେ ଶ୍ରୀ କୁୱଂର
ଶଶାଙ୍କ ଟିପିସିଓଡିଏଲର ସମାବେଶୀ ଓ ବିଭିନ୍ନତାପୂର୍ଣ୍ଣ ନୀତିକୁ ଗ୍ରହଣ କରିବା ସହ ଟାପ୍ ଅଧୀନରେ ସକାରାତ୍ମକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ସାମଗ୍ରିକ ବିକାଶ ଦ୍ୱାରା ହିଁ ପ୍ରକୃତ ବିକାଶ ହୋଇଥାଏ। ଆଫିରମେଟିଭ୍ କମ୍ୟୁନିଟିର ଉଦ୍ୟମୀମାନଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ। ଏହି ପଦକ୍ଷେପ ସେମାନଙ୍କୁ କେବଳ ବ୍ୟବସାୟିକ ସୁଯୋଗ ଦେବ ନାହିଁ ବରଂ ଓଡ଼ିଶାର ସାମାଜିକ ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ଟିପିସିଓଡିଏଲର ସିଇଓ ଶ୍ରୀ ଅରିଭିନ୍ଦ୍ ସିଂହ ମତ ଦେଇଛନ୍ତି।

“ଏହି ପଦକ୍ଷେପ ଆମର ବିଭିନ୍ନତା ଓ ସଭିଙ୍କୁ ସମାନ ସୁଯୋଗ ଦେବା ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ସମାଜର ସମସ୍ତ ଶ୍ରେଣୀର ଉଦ୍ୟମୀ ପ୍ରତିଭା ମାନଙ୍କୁ ଆଗକୁ ବଢିବାର ସୁଯୋଗ ଦେବା ପାଇଁ ଏକ ମଞ୍ଚ ପ୍ରଦାନ କରିବ, ଏଥି ପାଇଁ ପାଇଁ ଆମେ ଗର୍ବିତ” ବୋଲି କହିଛନ୍ତି ଶ୍ରୀ ଦୁଷ୍ୟନ୍ତ ତ୍ୟାଗୀ, ସିଓଓ, ଟିପିସିଓଡିଏଲ।

ଏହି ପ୍ରୟାସ ଟିପିସିଓଡିଏଲର ବିଭିନ୍ନତା ଓ ସମାବେଶୀ ନୀତିକୁ ସଶକ୍ତ କରିବାର ସଙ୍କଳ୍ପକୁ ଦର୍ଶଉଛି, ଯାହା ସ୍ଥାୟୀ ପ୍ରଗତି ପାଇଁ ସମସ୍ତଙ୍କୁ ସମାନ ସୁଯୋଗ ସୃଷ୍ଟି କରିବ ।

Related Post