ଆଜିର ଖାସ ଖବର
Sat. May 30th, 2026

ଟିପିସିଓଡିଏଲ୍ ପକ୍ଷରୁ ମେ’ ୧୦ରେ ଲୋକ ଅଦାଲତ ଜରିଆରେ ବକେୟା ଏନଫୋର୍ସମେଂଟ୍ ଦେୟ ଫଇସଲା କରିବାକୁ ଗ୍ରାହକଙ୍କୁ ଆହ୍ୱାନ

By Admin_Dainkasha May8,2025

ଭୁବନେଶ୍ୱର: ଜାତୀୟ ଆଇନ ସେବା କର୍ତୃପକ୍ଷ (ଏନ୍‌ଏଏଲ୍‌ଏସ୍‌ଏ) ଅଧୀନରେ ୨୦୨୫ ମେ’ ୧୦ରେ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଠିତ ହେବାକୁ ଯାଉଛି। ଲୋକ ଅଦାଲତ ଗ୍ରାହକମାନଙ୍କୁ ଆପୋଷ ଓ କୋର୍ଟ ବାହାରେ ସମାଧାନ ଜରିଆରେ ପ୍ରାକ୍‌-ବିବାଦ ଏନଫୋର୍ସମେଂଟ୍ ମାମଲା ଫଇସଲା କରିବାରେ ସକ୍ଷମ କରିବ।

ଟିପିସିଓଡିଏଲ୍‌ରେ ଜିଲ୍ଲା ଆଇନ ସେବା କର୍ତୃପକ୍ଷ ପରିସୀମା ଅଧୀନରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ ଓ ନୟାଗଡ଼ରେ ଲୋକ ଅଦାଲତ ଅନୁଷ୍ଠିତ ହେବ। ୨୦୨୦ ଜୁନ୍ ୩୦ ଓ ୨୦୨୪ ମାର୍ଚ୍ଚ ୩୧ ମଧ୍ୟରେ ହୋଇଥିବା ଯାଂଚ ସମ୍ପର୍କିତ ପ୍ରବର୍ତନ ମାମଲାଗୁଡ଼ିକୁ ଏଥିପାଇଁ ବିଚାରକୁ ନିଆଯିବ।

ଟିପିସିଓଡିଏଲ୍ ପକ୍ଷରୁ ବକେୟା ଏନଫୋର୍ସମେଂଟ୍ ଦେୟ ଥିବା ଗ୍ରାହକମାନଙ୍କୁ ଏହି ଜିଲ୍ଲାଗୁଡ଼ିକରେ ଅନୁଷ୍ଠିତ ହେବାକୁ ଥିବା ଲୋକ ଅଦାଲତରେ ସାମିଲ ହୋଇ ଉପଲବ୍ଧ ଥିବା ଦେୟ ଛାଡ଼ ଓ ବିଭିନ୍ନ ପେମେଂଟ୍ ବିକଳ୍ପ ଜରିଆରେ ମାମଲାଗୁଡ଼ିକୁ ସମାଧାନ କରିବାକୁ ଆହ୍ୱାନ ଦିଆଯାଇଛି।

“ବକେୟା ଏନଫୋର୍ସମେଂଟ୍ ମାମଲାଗୁଡ଼ିକର ଫଇସଲା ପାଇଁ ଲୋକ ଅଦାଲତ ହେଉଛି ଏକ ପ୍ରଭାବଶାଳୀ ସମାଧାନ। ଏହି ସୁଯୋଗ ହାସଲ କରିବା ପାଇଁ ଆମେ ସମସ୍ତ ଯୋଗ୍ୟ ଗ୍ରାହକଙ୍କୁ ଆହ୍ୱାନ ଦେଉଛୁ ବୋଲି ଟିପିସିଓଡିଏଲ୍ ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି।’’

Related Post