ଆଜିର ଖାସ ଖବର
Wed. May 27th, 2026

ନୂତନ ଅଫିସ ସହ ଭିତ୍ତିଭୂମି ଉନ୍ନତିକରଣ କରୁଛି ଟିପିଏସ୍ଓଡିଏଲ୍

By Admin_Dainkasha Jul8,2025
TPSODL Inaugurates Key Offices for Better Access & Service
TPSODL Inaugurates Key Offices for Better Access & Service
— ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟରେ ନୂତନ ଅଫିସ ବିଲ୍ଡିଂ ଉଦଘାଟିତ
— ଉନ୍ନତ ଭିତ୍ତିଭୂମି ଏବଂ ବିଲିଂ କାଉଣ୍ଟର ସହ ସମନ୍ୱିତ ସୁବିଧା
— କର୍ମଚାରୀଙ୍କ ସହ ଆଲୋଚନା କଲେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ
— ଉପଭୋକ୍ତାଙ୍କ ସୁବିଧା ଏବଂ ସଷ୍ଟେନେବିଲିଟି ଉପରେ ଗୁରୁତ୍ବ



ବ୍ରହ୍ମପୁର, ୭ ଜୁଲାଇ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଏସ୍ଓଡିଏଲ୍) ପକ୍ଷରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ନୂତନ ଅଫିସ ସ୍ଥାପନ ହେବା ସହ ବିଦ୍ୟୁତ ବିତରଣ ନେଟୱର୍କ ଏବଂ ଉପଭୋକ୍ତା ସେବା ଆହୁରି ସୁଦୃଢ଼ ହୋଇଛି। ଭିତ୍ତିଭୂମି ବିକାଶ ଦିଗରେ କମ୍ପାନୀର ମିଶନକୁ ସାକାର କରିବାରେ ଏହି ଅତ୍ୟାଧୁନିକ ଅଫିସ ସହାୟକ ହେବ ଏବଂ ଗ୍ରାମାଞ୍ଚଳରେ ଉତ୍ତମ ବିଦ୍ୟୁତ ସେବାକୁ ସୁନିଶ୍ଚିତ କରିବ।


ନବରଙ୍ଗପୁରରେ ନୂଆ ଡିଭିଜନ ଏବଂ ସବଡିଭିଜନ ଅଫିସ, ପାପଡ଼ାହାଣ୍ଡିରେ ଏକ ସମନ୍ୱିତ ସବଡିଭିଜନ ଏବଂ ସେକ୍ସନ ଅଫିସ, ମାଲକାନଗିରିର ବାଲିମେଳା ଏବଂ କୋରାପୁଟ ଜିଲ୍ଲାର କୋଟପାଡ଼ଠାରେ ନୂତନ ସେକ୍ସନ ଅଫିସ ସ୍ଥାପିତ ହୋଇଛି। ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବିଲ୍ଡିଂକୁ ଡିଜାଇନ୍ କରାଯାଇଛି, ଯେଉଁଥିରେ ବିଲିଂ କାଉଣ୍ଟର, ଆଧୁନିକ ସୁବିଧା ଏବଂ ଉନ୍ନତ ମାନର ସେବା ଉପଲବ୍ଧ ଅଛି।


ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନଙ୍କ ଉପସ୍ଥିତିରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଅଫିସଗୁଡ଼ିକୁ ଉଦଘାଟନ କରିଥିଲେ। ଏହି ଅବସରରେ ଉଦଘାଟନୀ କାର୍ଯ୍ୟକ୍ରମରେ କର୍ମଚାରୀମାନେ ଚାରା ରୋପଣ କରିଥିଲେ, ଯାହା ପରିବେଶ ସୁରକ୍ଷା ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଏ ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଆମେ ବିଶ୍ବାସ କରୁ ଯେ ଭିତ୍ତିଭୂମି ବିକାଶ ମାଧ୍ୟମରେ ଭରସାଯୋଗ୍ୟ ଏବଂ ଗ୍ରାହକ କୈନ୍ଦ୍ରିକ ସେବା ସୁନିଶ୍ଚିତ ହୋଇପାରିବ। ଏହି ନବନିର୍ମିତ ଅଫିସ ଦକ୍ଷିଣ ଓଡ଼ିଶାର କୋଣ ଅନୁକୋଣରେ ଉନ୍ନତ ବିଜୁଳି ଯୋଗାଣ ଦିଗରେ ଆମର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଅଛି। ଆମେ ଅଫିସ ବିଲ୍ଡିଂ ତିଆରି କରିବା ସହ ଟିପିଏସ୍ଓଡିଏଲ୍ ପ୍ରତି ଲୋକଙ୍କ ବିଶ୍ୱାସକୁ ସୁଦୃଢ଼ କରିଛୁ।”


ନୂତନ ଭାବେ ଉଦଘାଟିତ ଅଫିସଗୁଡ଼ିକରେ କର୍ମଚାରୀମାନଙ୍କ ସହ ଆଲୋଚନା କରି ଶ୍ରୀ ଗର୍ଗ ଟିମ୍ ସଦସ୍ୟମାନଙ୍କୁ ଅନୁଷ୍ଠାନର ସେବା ଓ ସମର୍ପଣ ଭଳି ମୌଳିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଉତ୍ସାହିତ କରିଥିଲେ। ଦୀର୍ଘସ୍ଥାୟୀ ଏବଂ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ପାଇଁ ସକ୍ରିୟ ତଥା ଉପଭୋକ୍ତା କୈନ୍ଦ୍ରିକ ସେବା ଯୋଗାଇବା ଉପରେ ସେ ଗୁରୁତ୍ବ ଦେଇଥିଲେ।



ଏସବୁ ପଦକ୍ଷେପ ନିରନ୍ତର ଉନ୍ନତ ବିଜୁଳି ସେବା ଯୋଗାଇ ଗୋଷ୍ଠୀ ସଶକ୍ତିକରଣ କରିବା ଦିଗରେ ଟିପିଏସ୍ଓଡିଏଲର ଯାତ୍ରାରେ ଏକ ମାଇଲଖୁଣ୍ଟ ସାଜିଛି। ସମଗ୍ର ଦକ୍ଷିଣ ଓଡ଼ିଶାରେ ଉନ୍ନତ ଟେକ୍ନୋଲୋଜି, ପରିବେଶ ସଚେତନତା ଏବଂ ଗ୍ରାହକ କୈନ୍ଦ୍ରିକ ଭିତ୍ତିଭୂମି ବିକାଶ ଦ୍ଵାରା ବିଜୁଳି ସେବାକୁ ଆହୁରି ସୁଦୃଢ଼ କରିବା ଉପରେ କମ୍ପାନୀ ଗୁରୁତ୍ବ ଦେଇଆସୁଛି।

Related Post