ଭୁବନେଶ୍ୱର, ୧୬/୧୦/୧୦୨୫: ୱାର୍ଲଡ ଷ୍ଟିଲ ଆସୋସିଏସନ (ୱାର୍ଲଡଷ୍ଟିଲ) ପକ୍ଷରୁ ଟାଟା ଷ୍ଟିଲକୁ ପ୍ରକ୍ରିୟା ସୁରକ୍ଷା ପରିଚାଳନା ବର୍ଗରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉତ୍କର୍ଷ ମାନ୍ୟତା-୨୦୨୫ ପ୍ରଦାନ କରାଯାଇଛି। ‘ରେଳ ଆଧାରିତ ହଟ ମେଟାଲ ପରିବହନରେ ସୁରକ୍ଷା ଇନଇନ୍ଷ୍ଟରୁ ମେଟେଂଡ ସିଷ୍ଟମ ଜରିଆରେ ହଟ ମେଟାଲରେ କ୍ଷତିକୁ ରୋକିବା’ ପ୍ରକଳ୍ପ ଲାଗି କମ୍ପାନିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ୱାର୍ଲଡଷ୍ଟିଲ ପକ୍ଷରୁ ଏହାର ସଦସ୍ୟ କମ୍ପାନିଗୁଡ଼ିକ ମଧ୍ୟରେ ଉଲ୍ଲେଖନୀୟ ସୁରକ୍ଷା ଓ ସ୍ୱାସ୍ଥ୍ୟଗତ ଅଭ୍ୟାସକୁ ମାନ୍ୟତା ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ସାରା ବିଶ୍ୱରେ ସୁରକ୍ଷା, ସଂସ୍କୃତି, ବୃତିଗତ ସୁରକ୍ଷା, ବୃତିଗତ ସ୍ୱାସ୍ଥ୍ୟ ଓ ପ୍ରକ୍ରିୟା ସୁରକ୍ଷା ବର୍ଗରେ ୫ଟି ଅଭିଯାନକୁ ଚୟନ କରାଯାଇଥିଲା।
ଟାଟା ଷ୍ଟିଲର ସୁରକ୍ଷା, ସ୍ୱାସ୍ଥ୍ୟ ଓ ସଷ୍ଟେନେବିଲିଟିର ଉପସଭାପତି ରାଜୀବ ମଙ୍ଗଳ କହିଛନ୍ତି ଯେ, ‘ୱାର୍ଲଡଷ୍ଟିଲ ପକ୍ଷରୁ ଏହି ମାନ୍ୟତା ଟାଟା ଷ୍ଟିଲରେ ଆମ ପାଇଁ ଗର୍ବର ମୁହୂର୍ତ୍ତ। ପ୍ରକ୍ରିୟା ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଆମର ପରିଚାଳନା କ୍ଷେତ୍ରଗୁଡ଼ିକରେ ପ୍ରତିବନ୍ଧକ ଆଧାରିତ ବିପଦ ପରିଚାଳନାକୁ ଯୋଡ଼ିବା ପାଇଁ ଆମ ଦୃଢ଼ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ନବସୃଜନ, ଅଟୋମେସନ ଓ ଶ୍ରମଶକ୍ତି ସହଯୋଗିତା କିଭଳି ମିଳିତ ଭାବେ ଅନେକ ବିପଦ ସ୍ଥିତିକୁ ଦୂରେଇ ଏକ ସୁରକ୍ଷିତ କର୍ମକ୍ଷେତ୍ର ସୃଷ୍ଟି କରିପାରେ ତାହାକୁ ଏହି ଅଭିଯାନ ପ୍ରଦର୍ଶିତ କରୁଛି।’’
ବିଜୟୀ ହୋଇଥିବା ଟାଟା ଷ୍ଟିଲର ପ୍ରକଳ୍ପ ଏକ ସମନ୍ୱିତ ଇସ୍ପାତ କାରଖାନାରେ ଉଚ୍ଚ ବିପଦପୂର୍ଣ୍ଣ ପରିଚାଳନା ସ୍ଥିତିର ମୁକାବିଲା କରିଥିଲା, ଯେଉଁଥିରେ ତରଳ ଲୁହାକୁ ବୋହୁଥିବା ଟର୍ପେଡୋ ଲଦା କାରର ସମ୍ଭାବ୍ୟ ଲାଇନଚ୍ୟୁତର ସମାଧାନ କରାଯାଇଛି। ଯେଉଁଥିରେ ହଟ ମେଟାଲ-ଜଳ ବିସ୍ଫୋରଣ ଘଟିବାର ଆଶଙ୍କା ରହିଥାଏ।
କମ୍ପାନି ଏହାର ୬୨ କିମି ରେଳ ନେଟୱର୍କରେ ପ୍ରଥମ ଧରଣର ସୁରକ୍ଷା ଉନଷ୍ଟ୍ରୁମେଂଟେଡ ବ୍ୟବସ୍ଥାକୁ ବିକାଶ ଓ କାର୍ଯ୍ୟକାରୀ କରିଛି। ଟ୍ରାକ ପରିବର୍ତନ ସମୟରେ ମାନବୀକୃତ ତ୍ରୁଟିକୁ ଦୂର କରିବା ଲାଗି ଏକ ସ୍ୱୟଂକ୍ରିୟ ଲଜିକ କଂଟ୍ରୋଲର ସହିତ ପ୍ରକ୍ସିମିଟି ଓ ଅପ୍ଟିକାଲ ସେନସରକୁ ଏହି ଅଭିନବ ବ୍ୟବସ୍ଥାରେ ସମନ୍ୱିତ କରାଯାଇଛି। ଏହା ଲାଇନଚ୍ୟୁତର ପ୍ରମୁଖ କାରଣ ହୋଇଥାଏ। ଏହି ସମାଧାନ ପ୍ରତ୍ୟକ୍ଷ ଭାବେ ଟ୍ରାକ ସମନ୍ୱୟର ଯାଂଚ କରିଥାଏ ଏବଂ ତ୍ରୁଟିପୂର୍ଣ୍ଣ ରୁଟ ସେଟିଂକୁ ଆପେ ରୋକିଥାଏ ଯାହା ଫଳରେ ତରଳୀକୃତ ମେଟାଲ କ୍ୟାରିୟର ସୁରକ୍ଷିତ ଓ ଭରସାଯୋଗ୍ୟ ପରିବହନ ନିଶ୍ଚିତ ହୋଇଥାଏ।
ଲଗାତାର ତୃତୀୟ ବର୍ଷ ପାଇଁ ୱାର୍ଲଡଷ୍ଟିଲ ପକ୍ଷରୁ ଟାଟା ଷ୍ଟିଲକୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। ଯାହା ଏକମାତ୍ର ଭାରତୀୟ ଇସ୍ପାତ କମ୍ପାନି ଭାବେ କମ୍ପାନିର ରହିଥିବା ଦୃଢ଼ ସ୍ଥିତିକୁ ଦର୍ଶାଉଛି।

