ଆଜିର ଖାସ ଖବର
Sun. Apr 26th, 2026

ଉତରପ୍ରଦେଶ ସରକାରଙ୍କ ବିଦ୍ୟୁତ୍ କ୍ଷେତ୍ର ସଂସ୍କାରକୁ ବେଦାନ୍ତ ଅଧ୍ୟକ୍ଷ ଅନୀଲ୍ ଅଗ୍ରୱାଲ୍‌ଙ୍କ ସ୍ୱାଗତ

By Admin_Dainkasha Jun9,2025
Vedanta Chairman Anil Agarwal Welcomes UP Government’s Power Sector Reform

ଭୁବନେଶ୍ୱର: ଦୁଇ ସରକାରୀ ବିଦ୍ୟୁତ୍ ବଂଟନ କମ୍ପାନି ପୂର୍ବାଂଚଳ ବିଦ୍ୟୁତ ବିତରଣ ନିଗମ ଲିମିଟେଡ୍ (ପିୟୁଭିଭିଏନ୍‌ଏଲ୍‌) ଓ ଦକ୍ଷିଣାଚଂଳ ବିଦ୍ୟୁତ୍ ବିତରଣ ନିଗମ ଲିମିଟେଡ୍ (ଡିଭିଭିଏନ୍‌ଏଲ୍‌)ର ଘରୋଇକରଣ ପାଇଁ ଉତରପ୍ରଦେଶ ସରକାର ଗ୍ରହଣ କରିଥିବା ପ୍ରଗତିଶୀଳ ନିଷ୍ପତିକୁ ବେଦାନ୍ତ ଲିମିଟେଡ୍ ଅଧ୍ୟକ୍ଷ ଶ୍ରୀ ଅନୀଲ୍ ଅଗ୍ରୱାଲ୍ ପ୍ରଶଂସା କରିଛନ୍ତି।
“ଏକ୍ସ” (ପୂର୍ବରୁ ଟ୍ୱିଟର୍‌)ରେ ନିଜ ଅଫିସିଆଲ୍ ହାଣ୍ଡେଲ୍‌ରେ ଶ୍ରୀ ଅଗ୍ରୱାଲ୍ ଏହାକୁ ଏକ “ବହୁତ ଭଲ ପଦକ୍ଷେପ” ଭାବେ କହିଛନ୍ତି। ଏଭଳି ସଂସ୍କାରଣ ବିଦ୍ୟୁତ୍ କ୍ଷେତ୍ର ଫଳାଫଳରେ ଉନ୍ନତି ଆଣିଥିବାର ଐତିହାସିକ ଉଦାହରଣ ଉପରେ ସେ ଆଲୋକପାତ କରିଛନ୍ତି। ଯାହା କିଛି ପଦକ୍ଷେପ ଗ୍ରହଣ କରାଯାଇଥିଲା, ତାହାର ଉତମ ଫଳାଫଳ ମିଳିଛି। ତାହା ବିଦ୍ୟୁତ୍ ଅପଚୟ ହ୍ରାସ କରିଥିବା ବେଳେ ଯୋଗାଣରେ ଉନ୍ନତି ଆଣିପାରିଛି।
ଶ୍ରୀ ଅଗ୍ରୱାଲ୍ କହିଛନ୍ତି ଯେ ଘରୋଇକରଣ ଗ୍ରାହକମାନଙ୍କୁ ସୁଲଭ ଓ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା, ସରକାରଙ୍କ ଉପରେ ଆର୍ଥିକ ବୋଝ କମ୍ କରିବା ଓ ବଂଟନ କମ୍ପାନିଗୁଡିକ ପରିଚାଳନା ସ୍ଥିତିରେ ଉନ୍ନତି ଆଣିବାରେ ସହାୟକ ହୋଇଛି।
“ଏହି ସଂସ୍କାର ସରକାର, ଶିଳ୍ପ ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଲୋକମାନଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ପାଇଁ ଲାଭଦାୟକ ହୋଇଛି” ବୋଲି ସେ କହିଛନ୍ତି।
ଉତରପ୍ରଦେଶର ବିଦ୍ୟୁତ୍ କ୍ଷେତ୍ର ସଂସ୍କାର ଆଦାନୀ, ଗ୍ରିନକୋ, ଟାଟା ଓ ଟୋରେଂଟ ପାୱାର ଭଳି ଶିଳ୍ପର ଅଗ୍ରଣୀ ସଂସ୍ଥାଠାରୁ ଗୁରୁତ୍ୱପୂର୍ଣ୍ଣ ଆଗ୍ରହ ହାସଲ କରିଛି ଯାହା ପ୍ରଭାବଶାଳୀ ଓ ସ୍ଥାୟୀ ବିଦ୍ୟୁତ୍ ବଂଟନ ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତନକୁ ଦର୍ଶାଉଛି।

Related Post